Google Job: ଦିନକୁ ମାତ୍ର ଏକ ଘଣ୍ଟା କାମ, ଦରମା 1 କୋଟି 20 ଲକ୍ଷ
ନୂଆଦିଲ୍ଲୀ: ଆଜିକାଲି ଚାକିରି କ୍ଷେତ୍ରରେ ବହୁ ଜଟିଳତା ଦେଖାଦେଉଥିବା ବେଳେ ଅନେକ ବଡ଼ ବଡ଼ କମ୍ପାନୀ ଛଟେଇ କରୁଛନ୍ତି । ଫଳରେ ଲକ୍ଷ ଲକ୍ଷ ଯୁବକ ଯୁବତୀ ବେରୋଜଗାର ହେଉଛନ୍ତି । ଏଭଳି ଏକ ସମୟରେ ଜଣେ 20 ବର୍ଷୀୟ ଯୁବକ ଦିନକୁ କାମ କରୁଛନ୍ତି ମାତ୍ର ଏକ ଘଣ୍ଟା । ସପ୍ତାହକୁ ମୋଟ 5 ଘଣ୍ଟା ଅଫିସ୍ କାମ କରନ୍ତି । କିନ୍ତୁ ଦରମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଷକୁ ସେ ପାଉଛନ୍ତି ଏକ କୋଟିରୁ ଅଧିକ ଟଙ୍କା ଦରମା ।

ଆଜିକାଲି ଗୁଗୁଲର ଜଣେ ଟେକ୍ ଏକ୍ସପର୍ଟ ଏନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ବୟସ ମାତ୍ର 20 ବର୍ଷ । ଦରମା 1 କୋଟି 20 ଲକ୍ଷ । କିନ୍ତୁ ସପ୍ତାହରେ ମାତ୍ର 5 ଘଣ୍ଟାର କାମ । ସେ ହେଉଛନ୍ତି ଡିଭନ୍ ।
ଫର୍ଚୁନ ପତ୍ରିକାରେ ପ୍ରକାଶିତ ଲେଖା ଅନୁସାରେ ଗୁଗୁଲ୍ର ଏହି ଯୁବ ସଫ୍ଟଓୟାର ଇଞ୍ଜିନିୟର ଗୁଗୁଲ୍ର କୋଡ୍ ଲେଖିବା ପାଇଁ ମାତ୍ର ଗୋଟିଏ ଘଣ୍ଟା ସମୟ ଦେଉଛନ୍ତି । ସେ ଦିନ 11 ଟା କିମ୍ାବ 12 ଟା ବେଳଏ କାମ ଆରମ୍ଭ କରନ୍ତି । ଦିନର ଏକ ଘଣ୍ଟା ସେ ଗୁଗୁଲ୍ ପାଇଁ କାମ କରୁଥିବା ବେଳେ ବାକି ସମୟ ନିଜ ଷ୍ଟାର୍ଟଅପ୍ ପାଇଁ ପ୍ରାୟ ରାତି 10 ଟା ପର୍ଯ୍ୟନ୍ତ କାମ କରୁଛନ୍ତି ।
ସେ କହିଛନ୍ତି ଯେ ମୁଁ ବହୁ ଲୋକଙ୍କୁ ଦେଖିଛି ଯେଉଁମାନେ କଠିନ ପରିଶ୍ରମ କରି ମଧ୍ୟ କର୍ପୋରେଟ୍ ଦୁନିଆରେ ଏକ ଭଲ ପୋଜିସନ୍ ରେ ପହଞ୍ଚିବା ସମ୍ଭବ ହୋଇପାରୁନାହିଁ । ତେଣୁ ମୁଁ କେବେ ବି କଠିନ ପରିଶ୍ରମକୁ ଯଥାର୍ଥ ବୋଲି ଭାବୁନାହିଁ । ମୁଁ ଏଭଳି ଏକ ଦୁନିଆରେ କାମ କରିବାକୁ ଚାହୁନାହିଁ ଯେଉଁଠାରେ ମୋତେ ନିଜ ପାଇଁ କିଛି ସମୟ ମିଳିବ ନାହିଁ ବୋଲି ସେ କହିଛନ୍ତି । ସେଥିପାଇଁ ମୁଁ ଗୁଗୁଲ୍ରେ କାମ କରିବାକୁ ରାଜି ହୋଇଛି । ସେ କହିଛନ୍ତି ଯେ କେବଳ ମୁଁ ନୁହେଁ, ମୋ ଭଳି ବହୁ ଲୋକ ଅଛନ୍ତି ଯେଉଁମାନେ କିଛି କାମ କରୁନଥିଲେ ମଧ୍ୟ ମୋଟା ଅଙ୍କର ଦରମା ପାଉଛନ୍ତି ।
କୌତୁହଳର ବିଷୟ ହେଉଛି ଡିଭନ୍ ମ୍ୟାନେଜରଙ୍କ ମେସେଜ୍ର ଉତ୍ତର ଦେବାକୁ ମଧ୍ୟ ବାଧ୍ୟ ନୁହଁନ୍ତି । ତାଙ୍କ କହିବାନୁସାରେ, ସେ ଦିନ ଶେଷ ହେବା ପରେ ମଧ୍ୟ ମ୍ୟାନେଜରଙ୍କୁ ଉତ୍ତର ଦେଇପାରିବେ । ଏଥିରେ ମ୍ୟାନେଜରଙ୍କୁ ମଧ୍ୟ କୌଣସି ଅସୁବିଧା ନାହିଁ ।
ତେବେ ଏ କଥାକୁ ନେଇ ଡିଭନ୍ କହିଛନ୍ତି, ଇଣ୍ଟର୍ନସିପ୍ ସମୟରେ ମୁଁ ଜାଣିଲି ଯେ ଯଦି ମୁଁ ଏହି କମ୍ପାନୀରେ ଚାକିରି ପାଏ ତେବେ ମୋତେ କଠିନ ପରିଶ୍ରମ କରିବାକୁ ପଡ଼ିବନି । ସେଥିପାଇଁ ଡିଭନ୍ ତାଙ୍କର ଇଣ୍ଟର୍ନସିପ୍ ସମୟରେ ସବୁ କାମ ଅତି ଯତ୍ନର ସହିତ ଶେଷ କରିଥିଲେ । ରିପୋର୍ଟ ଅନୁଯାୟୀ, ଗୁଗୁଲର 57 ପ୍ରତିଶତ କର୍ମଚାରୀ ଏହା ଏକ ଭଲ ଓ୍ବାର୍କପ୍ଲେସ୍ ବୋଲି ବିଶ୍ୱାସ କରନ୍ତି ।












Click it and Unblock the Notifications