ESIC Requirement 2021 : ଅପର ଜିଭିଜନ୍ କ୍ଲର୍କ ଓ ଷ୍ଟେନୋଗ୍ରାଫର୍ ପାଇଁ 6,552 ପଦବୀରେ ନିଯୁକ୍ତି ସୁଯୋଗ

ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ESIC) ଭାରତ, ଏକ ESIC ନିଯୁକ୍ତି 2021 ବିଜ୍ଞପ୍ତି ପ୍ରକାଶ କରିଛି । ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ 6 ହଜାର 525 ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧୀନରେ ଥିବା କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ESIC) ଭାରତ, ଏକ ESIC ନିଯୁକ୍ତି 2021 ବିଜ୍ଞପ୍ତି ପ୍ରକାଶ କରିଛି । ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀଙ୍କ ଠାରୁ 6 ହଜାର 525 ପଦବୀ ପୂରଣ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ନୂଆ ଦିଲ୍ଲୀରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ESIC ର ଅପର ଡିଭିଜନ୍ କ୍ଲର୍କ ଏବଂ ଷ୍ଟେନୋଗ୍ରାଫର ପଦବୀ ପୂରଣ ପାଇଁ ପ୍ରାର୍ଥୀମାନେ ଆବେଦନ କରିପାରିବେ । ଜାଣନ୍ତୁ, UDC ଏବଂ ଷ୍ଟେନୋଗ୍ରାଫର୍ ପୋଷ୍ଟଗୁଡିକ ପାଇଁ ESIC ବିଜ୍ଞପ୍ତି 2021ରେ କିପରି ଆବେଦନ କରିବେ...

ESIC

ESIC ନିଯୁକ୍ତି 2021 : ବୟସ ମାନଦଣ୍ଡ ଏବଂ ଦେୟ

ESIC ନିଯୁକ୍ତି 2021 ମାଧ୍ୟମରେ ଆବେଦନ କରିବାକୁ ଆଗ୍ରହୀ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ 18 ବର୍ଷ ରୁ 27 ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ । ଏଥିସହିତ ESIC ବିଜ୍ଞପ୍ତି 2021 ନିୟମ ଅନୁଯାୟୀ ସଂରକ୍ଷିତ ବର୍ଗଗୁଡିକ ପାଇଁ ବୟସ ସୀମାରେ ରହିତି ରହିଛି । ESIC ଚାକିରୀ 2021 ପାଇଁ ଆବେଦନ ଶୁଳ୍କ ସମ୍ବନ୍ଧରେ ବିବରଣୀ ପାଇଁ, ପ୍ରବନ୍ଧର ଶେଷରେ ଦିଆଯାଇଥିବା ବିସ୍ତୃତ ESIC ବିଜ୍ଞପ୍ତି 2021 କୁ ଅନୁସରଣ କରନ୍ତୁ ।

ESIC ନିଯୁକ୍ତି 2021 ପାଇଁ ପଦବୀ

ଉପର ଡିଭିଜନ୍ କ୍ଲର୍କସ୍ (UDC) ପାଇଁ 6 ହଜାର 306 ପଦବୀ ଖାଲି ଥିବାବେଳେ ଷ୍ଟେନୋଗ୍ରାଫର୍ ପଦବୀ ପାଇଁ 246 ପଦବୀ ଖାଲି ରହିଛି । ଏହି ବିଜ୍ଞପ୍ତିର ମୋଟ 6 ହଜାର 552 ପଦବୀ ପୂରଣ ହେବା ନେଇ କୁହାଯାଇଛି ।

ଏହି ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁତ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଯୁକ୍ତ ଦୁଇ କିମ୍ବା ତା ସହିତ ସମାନ୍ ପାଠ୍ୟକ୍ରମ ଶେଷ କରିବା ସହ ଏକ ସ୍ୱୀକୃତପ୍ରାପ୍ତ ବିଶ୍ୱବିଦ୍ୟାଳୟ / ଅନୁଷ୍ଠାନରୁ ସ୍ନାତକୋତ୍ତର ଡିଗ୍ରୀ ଏବଂ ଅଫିସ୍ ସୁଟ୍ ଏବଂ ଡାଟାବେସ୍ ବ୍ୟବହାର ଏବଂ ସ୍କିଲ୍ ଟେଷ୍ଟ୍ ମାନାଙ୍କ ସହିତ କମ୍ପ୍ୟୁଟର ବିଷୟରେ କାର୍ଯ୍ୟର ଜ୍ଞାନ ରହିଥିବା ଆବଶ୍ୟକ ବୋଲି ESIC ବିଜ୍ଞପ୍ତି 2021 ରେ ବିସ୍ତୃତ ଭାବରେ ବର୍ଣ୍ଣନା କରାଯାଇଛି ।

ESIC ନିଯୁକ୍ତି 2021: ଚୟନ ଏବଂ ବେତନ ରାଶି

ESIC ଅପର ଜିଭିଜନ୍ କ୍ଲର୍କ ଏବଂ ଷ୍ଟେନୋଗ୍ରାଫର ପଦବୀ ପାଇଁ ଲିଖିତ ପରୀକ୍ଷା / ଦକ୍ଷତା ପରୀକ୍ଷା ମାଧ୍ୟମରେ ପ୍ରାର୍ଥୀ ଚୟନ କରାଯିବ ବୋଲି ESIC ବିଜ୍ଞପ୍ତି 2021 ରେ ସୂଚିତ ହୋଇଛି । ESIC UDC ଏବଂ ଷ୍ଟେନୋଗ୍ରାଫର୍ ପଦବୀ ପାଇଁ ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ESIC ନିଯୁକ୍ତି 2021 ମାଧ୍ୟମରେ ମାସିକ 25 ହଜାର 500 ରୁ 81 ହଜାର 100 ଟଙ୍କା ପର୍ଯ୍ୟନ୍ତ ବେତନ ରାଶି ରହିଛି ।

କିପରି କରିବେ ଆବେଦନ

ESIC UDC ଏବଂ ଷ୍ଟେନୋଗ୍ରାଫର ପଜବୀ ପାଇଁ ESIC ନିଯୁକ୍ତି 2021 ମାଧ୍ୟମରେ ଆବେଦନ କରୁଥିବା ପ୍ରାର୍ଥୀମାନେ ESIC ୱେବସାଇଟରେ ଆବେଦନ କରିବେ ଏବଂ ESIC ବିଜ୍ଞପ୍ତି 2021 ରେ ଧାର୍ଯ୍ୟ ତାରିଖ ଅନୁଯାୟୀ ନିର୍ଦ୍ଦିଷ୍ଟ ତାରିଖ ପୂର୍ବରୁ ଆବେଦନପତ୍ର ଦାଖଲ କରିବାକୁ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+