ଅଗ୍ନିବୀର ନିଯୁକ୍ତିରେ ବଡ଼ ପରିବର୍ତ୍ତନ, ଏହି ଦକ୍ଷତା ଥିବା ବାଧ୍ୟତାମୂଳକ
Agniveer Recruitment: ଭାରତୀୟ ସେନାର ଅଗ୍ନିବୀରରେ ନିଯୁକ୍ତ ହେବାକୁ ଇଛୁକ କି ? ତେବେ ଜାଣି ରଖନ୍ତୁ ଅଗ୍ନିବୀର ନିଯୁକ୍ତି ନିୟମରେ ବଡ ପରିବର୍ତ୍ତନ କରିଛି ଭାରତୀୟ ସେନା । ବିଭିନ୍ନ ପଦବୀରେ ଭର୍ତ୍ତି ପାଇଁ ନୂଆ ନିୟମରେ କିଛି ଦକ୍ଷତା ଥିବାକୁ ବାଧ୍ୟତାମୂଳକ କରିଛି ସେନା । ଟାଇପିଂ ପରୀକ୍ଷାକୁ ବାଧ୍ୟତାମୂଳକ କରିଛି ଭାରତୀୟ ସେନା । ଏହି ନୂତନ ନିୟମ 2024-25 ରୁ ଲାଗୁ ହେବ । ଏ ସମ୍ପର୍କରେ ଭାରତୀୟ ସେନା ମଧ୍ୟ ବିଜ୍ଞପ୍ତି ଜାରି କରିଛି । ସେନା ନିଯୁକ୍ତି ବୋର୍ଡକୁ ଏକ ଚିଠି ପଠାଇ ଏହାର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ପରିବର୍ତ୍ତନ ସମ୍ପର୍କରେ ସେନାରେ ଭର୍ତ୍ତି ବୋର୍ଡ ନିର୍ଦ୍ଦେଶାଳୟର ଜଣେ ଅଧିକାରୀ କହିଛନ୍ତି ନୂଆ ନିୟମ ଅଗ୍ନିବୀର କ୍ଲର୍କ ଓ ଷ୍ଟୋର କିପର ପଦ ପାଇଁ ଏହି ନିୟମ ଲାଗୁ ହେବ । ଇଂରାଜୀ ଓ ହିନ୍ଦୀ ପାଇଁ ମିନିଟ ପିଛା 35 ଓ 30 ଶବ୍ଦର ଟେଷ୍ଟ ଦେବାକୁ ହେବ । ସେନା ନିୟମ ସୂଚନା ଅନୁଯାୟୀ ଅଭିଯାନ ଜାରି ରହିଛି । ଏହି ନିୟମ ଅନୁଯାୟୀ ଭର୍ତ୍ତି ପାଇଁ ନୂଆ ନିୟମ ମଧ୍ୟ ସୂଚନା ପ୍ରଦାନ କରାଯାଇଛି ।
କ୍ଲର୍କ ପାଇଁ ଦ୍ୱାଦଶ ଉତ୍ତୀର୍ଣ୍ଣ ଆବଶ୍ୟକ
ଭାରତୀୟ ସେନା ନିୟମ ଅନୁଯାୟୀ, କେବଳ ଦ୍ୱାଦଶ ପାସ୍ ଯୁବକମାନେ ଅଗ୍ନିବୀର କ୍ଲର୍କ ଏବଂ ଷ୍ଟୋରକିପର ପଦ ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ 60 ପ୍ରତିଶତ ମାର୍କ ରହିବା ବାଧ୍ୟତାମୂଳକ । ବିଜ୍ଞାନ, ବାଣିଜ୍ୟ କିମ୍ବା କଳା ଷ୍ଟ୍ରିମର ଛାତ୍ରମାନେ ଏହି ପଦ ପାଇଁ ଆବେଦନ କରିପାରିବେ । ଏହା ସହିତ ଏକ ସର୍ତ୍ତ ମଧ୍ୟ ଅଛି ଯେ ପ୍ରତ୍ୟେକ ବିଷୟ ଉପରେ 50 ପ୍ରତିଶତ ମାର୍କ ରହିବା ବାଧ୍ୟତାମୂଳକ ଅଟେ । କ୍ଲର୍କ ଏବଂ ଷ୍ଟୋର କିପରଙ୍କ ପାଇଁ ବୟସ 17-21 ବର୍ଷ ମଧ୍ୟରେ ହେବା ଉଚିତ । କିରାଣୀ ପଦ ପାଇଁ ଇଂରାଜୀ, ଗଣିତ, ଆକାଉଣ୍ଟସ୍ ଏବଂ ବୁକ୍ କିପିଂ ଜାଣିବା ଉଚିତ୍ ।












Click it and Unblock the Notifications