For Quick Alerts
Turn On Notification  
For Daily Alerts
Oneindia App Download

କରୋନା କାଳରେ ନିଯୁକ୍ତି ହେବେ 786 ଡାକ୍ତର

କୋଭିଡ ମହାମାରୀ ସମୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିହାତି ଜରୁରୀ ଥିବା ବେଳେ ରାଜ୍ୟରେ ନିଯୁକ୍ତି ପାଇବେ 786 ଡାକ୍ତର । ଏନେଇ ରାଜ୍ୟ ସରକାରଙ୍କୁ ନାଁ ସୁପାରିଶ କରିଛି ଓଡିଶା ଲୋକସେବା ଆୟୋଗ ।

|

ଭୁବନେଶ୍ୱର : କୋଭିଡ ମହାମାରୀ ସମୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ନିହାତି ଜରୁରୀ ଥିବା ବେଳେ ରାଜ୍ୟରେ ନିଯୁକ୍ତି ପାଇବେ 786 ଡାକ୍ତର । ଏନେଇ ରାଜ୍ୟ ସରକାରଙ୍କୁ ନାଁ ସୁପାରିଶ କରିଛି ଓଡିଶା ଲୋକସେବା ଆୟୋଗ । ପରୀକ୍ଷାର 15 ଦିନ ମଧ୍ୟରେ ଫଳ ପ୍ରକାଶ କରିଛି OPSC । କରୋନା ସଙ୍କଟ ଯୋଗୁଁ ଡାକ୍ତର ପଦବୀ ପାଇଁ ତୁରନ୍ତ ନିଯୁକ୍ତି ପରୀକ୍ଷା କରିବାକୁ ପ୍ରସ୍ତାବ ଦେଇଥିଲା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଗତ 28 ତାରିଖରେ OPSC ପକ୍ଷରୁ କରାଯାଇଥିବା ପରୀକ୍ଷାରେ 1491 ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।

doctor

ପରୀକ୍ଷା ହେବାର ମାତ୍ର 15 ଦିନ ମଧ୍ୟରେ ଫଳ ପ୍ରକାଶ କରି ପରୀକ୍ଷା ପଦ୍ଧତିରେ ଅଣାଯାଇଥିବା ସଂସ୍କାରମୂଳକ ପଦକ୍ଷେପର ନମୂନା ପ୍ରଦର୍ଶନ କରିଛି ଓଡ଼ିଶା ଲୋକସେବା ଆୟୋଗ । ଅନଲାଇନ ଯୋଗେ ହୋଇଥିବା ଏହି ପରୀକ୍ଷା ପଦ୍ଧତିକୁ ତ୍ରୁଟିଶୂନ୍ୟ ଓ କମ୍ ସମୟ ସାପେକ୍ଷରେ କରିପାରିଛି OPSC । ଚୂଡ଼ାନ୍ତ ଫଳ OPSC ଓ୍ବେବସାଇଟ୍ opsc.gov.inରେ ପରୀକ୍ଷାର୍ଥୀମାନେ ଦେଖିପାରିବେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
786 Doctors Will Be Appointed In COVID Situation On Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X