Get Updates
Get notified of breaking news, exclusive insights, and must-see stories!

ୟେମେନରେ ଆର୍ଥିକ ସହାୟତା ବଣ୍ଟନ କାର୍ଯ୍ୟକ୍ରମରେ ଦଳାଚକଟା, 78 ମୃତ

ୟେମେନ : ୟେମେନରେ ଏକ ବଡ଼ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠାରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚକଟା ହୋଇଛି । ଫଳରେ 78 ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି । ବୁଧବାର ରାତିରେ ୟେମେନର ରାଜଧାନୀରେ ଏହି ଘଟଣା ଘଟିଛି ।

yemen stampede

ଅଲ ମାସିରାହ ଟିଭି ନ୍ୟୁଜ୍ ଅନୁଯାୟୀ, ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି, ଯେଉଁଥିରୁ 13 ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗମ୍ଭୀର । ବିଦ୍ରୋହୀ ହାଉତିଙ୍କ ଦ୍ୱାରା ନିୟନ୍ତ୍ରିତ ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ପବିତ୍ର ରମଜାନ ମାସରେ ବଣିକମାନେ ମୁସଲମାନମାନଙ୍କୁ ଆର୍ଥିକ ସହାୟତା ବଣ୍ଟନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏହି ଦଳାଚକଟା ଘଟିଛି ।

ଏକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଠାରେ ଶହ ଶହ ଲୋକ ଅଂଶଗ୍ରହଣ କରିବାକୁ ଆସିଥିଲେ । ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ଲୋକଙ୍କୁ 5000 ୟେମେନ ରିୟାଲ ବଣ୍ଟନ କରାଯାଉଥିଲା ଯାହା ପ୍ରତି ବ୍ୟକ୍ତିଙ୍କ ପାଇଁ ପ୍ରାୟ 9 ଡଲାର ଥିଲା । ଦୁଇଜଣ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଏହି ଟଙ୍କା ନେବା ପାଇଁ ବହୁ ସଂଖ୍ୟାରେ ଲୋକ ଏକତ୍ରିତ ହୋଇଥିଲେ ।

ଗୃହ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହି କାର୍ଯ୍ୟକ୍ରମକୁ ଦୁଇଜଣ ବ୍ୟବସାୟୀ ଆୟୋଜନ କରିଥିଲେ, ଉଭୟଙ୍କୁ ଗିରଫ କରାଯାଇଛି । ମାମଲାର ତଦନ୍ତ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+