‘ୱାର୍ଲ୍ଡ ଆର୍ଥ ଡେ': କଣ ରହିଛି ଚଳିତ ବର୍ଷର ବିଷୟବସ୍ତୁ, ଜାଣିବା ଏହାର ଇତିହାସ
ଆଜି ‘ୱାର୍ଲ୍ଡ ଆର୍ଥ ଡେ' । ଅପ୍ରେଲ 22 ରେ ଏହି ଦିବସ ପାଳନ କରାଯାଏ । ଆଜିର ଦିନରେ ବିଶ୍ୱରେ ଦେଖାଦେଇଥିବା ପ୍ରଦୂଷଣ, ଗ୍ଲାବାଲ୍ ୱାର୍ମିଂ, ଜଙ୍ଗ ହ୍ରାସ ଆଦି ବିଷୟରେ ସଚେତନତା ବୃଦ୍ଧି କରିବା ଦିଗରେ ପାଳନ କରାଯାଉଛି ।
ନୂଆଦିଲ୍ଲୀ : ଆଜି 'ୱାର୍ଲ୍ଡ ଆର୍ଥ ଡେ' । ଅପ୍ରେଲ 22 ରେ ଏହି ଦିବସ ପାଳନ କରାଯାଏ । ଆଜିର ଦିନରେ ବିଶ୍ୱରେ ଦେଖାଦେଇଥିବା ପ୍ରଦୂଷଣ, ଗ୍ଲାବାଲ୍ ୱାର୍ମିଂ, ଜଙ୍ଗ ହ୍ରାସ ଆଦି ବିଷୟରେ ସଚେତନତା ବୃଦ୍ଧି କରିବା ଦିଗରେ ପାଳନ କରାଯାଉଛି । ଆମ ଗ୍ରହରେ ଦେଖାଦେଇଥିବା ଏସବି ସମସ୍ୟା ଦୂର କରିବା ପାଇଁ ସମସ୍ତେ ଏକାଠି ହୋଇ ସମାଧାନ କରିବା ଦିଗରେ ସାରା ବିଶ୍ୱରେ ବିଭିନ୍ନ କ୍ୟମ୍ପେନ୍, ଅଭିଯାନ ଜାରି ରହିଛି । ଏହି ବର୍ଷ 52 ତମ ବାର୍ଷିକୀ ପାଳନ କରାଯାଉଛି ।
ଚଳିତ ବର୍ଷ 'ୱାର୍ଲ୍ଡ ଆର୍ଥ ଡେ - 2022' ର ବିଷୟବସ୍ତୁ ରହିଛି "Invest In our Planet" । ଏକ ସ୍ଥାୟୀ ଅଭ୍ୟାସ ଆଡ଼କୁ ଅଗ୍ରସର ହେବା ନେଇ ଏହା ଆହ୍ୱାନ କରୁଛି । ମିଳିତ ଜାତିସଂଘ ଏହି ଦିନକୁ ଆନ୍ତର୍ଜାତୀୟ ମାତୃ ଦିବସ ଭାବରେ ପାଳନ କରିଥାଏ । "ପ୍ରକୃତି ସହିତ ସମନ୍ୱୟ" ବିଷୟବସ୍ତୁ ସହ ଜାତିସଂଘ ଏହାକୁ ପାଳନ କରୁଛି ।

କଣ ରହିଛି ଏହାର ଇତିହାସ
ପ୍ରଥମ ପୃଥିବୀ ଦିବସରେ, 22 ଅପ୍ରେଲ 1970 ରେ, 150 ବର୍ଷ ଶିଳ୍ପ ବିକାଶର ପ୍ରଭାବକୁ ବିରୋଧ କରି 20 ନିୟୁତ ସହରରେ ରାଜରାସ୍ତାକୁ ଓହ୍ଲାଇଥିଲେ, ସେଥିରେ ମାନବ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇା ଉପରେ ବିରୋଧ କରିଥଲେ ।
ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ 'ୱାର୍ଲ୍ଡ ଆର୍ଥ ଡେ' ଅବସରରେ ଏହାର ଡୁଡଲ୍ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନକୁ ଚିତ୍ରଣ କରିଛି । ଆଜି, ଡୁଡଲ୍ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ଆମ ଜୀବନରେ କିପରି ପ୍ରଭାବ ପକାଉଛି ତାହା ଦେଖାଇବାକୁ ଚେଷ୍ଟା କରାଯାଇଛି । ବିଗତ କିଛି ବର୍ଷ ଧରି ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି ଏବଂ ଗ୍ଲେସିୟର ହ୍ରାସ ପାଉଛି । ଦୁନିଆର ବଡ ସହରଗୁଡ଼ିକରେ ବାୟୁ ଖରାପ ହୋଇଯାଇଛି । ବାୟୁ ପ୍ରଦୂଷଣ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି ।
ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ବର୍ଣ୍ଣନା କରି ଗୁଗୁଲ କହିଛି, "ସମୟ ସହିତ ଉଷ୍ମ ତାପମାତ୍ରା ପାଣିପାଗର ଢାଞ୍ଚା ବଦଳାଇଥାଏ ଏବଂ ପ୍ରକୃତିର ସାଧାରଣ ସନ୍ତୁଳନକୁ ବାଧା ଦେଇଥାଏ । ଏହା ମଣିଷ ତଥା ପୃଥିବୀର ଅନ୍ୟ ସମସ୍ତ ଜୀବନ ପାଇଁ ଅନେକ ବିପଦ ସୃଷ୍ଟି କରିଥାଏ ।" ଗୁଗୁଲ୍ କହୁଛି ଯେ ଆମ ପୃଥିବୀରେ ଜଳବାୟୁ ପରିବର୍ତ୍ତନର ମୁଖ୍ୟ କାରଣ ହେଉଛି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ।
ମିଳିତ ଜାତିସଂଘ ଅନୁଯାୟୀ, "ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ହେତୁ ଓଜୋନ୍ ସ୍ତର ହ୍ରାସ ପାଇଛି । ସୂର୍ଯ୍ୟଙ୍କ ଉତ୍ତାପ ଏବଂ କ୍ଷତିକାରକ ଉପାଦାନରୁ ଯେଉଁ ସ୍ତର ପୃଥିବୀକୁ ରକ୍ଷା କରିଥାଏ ତାହା ଗ୍ଲୋବାଲ୍ ୱାର୍ମିଂ ଫଳରେ ହ୍ରାସ ପାଉଛି । ଏହା ଜଳବାୟୁ ପରିବର୍ତ୍ତନର କାରଣ ।
ପୃଥିବୀ ସର୍ବଦା ସବୁଜମୟ ରହୁ ଏବଂ ଜଳବାୟୁ ପରିବର୍ତ୍ତନକୁ ଏଡ଼େଇ ଦିଆଯାଇପାରିବ ବୋଲି ନିଶ୍ଚିତ କରିବା ପାଇଁ, UN ActNow ମଧ୍ୟ ଅନେକ ଉପାୟ ପରାମର୍ଶ ଦେଇଛି । ଯେଉଁଥିରେ ଲୋକମାନେ ପୃଥିବୀ ଦିବସ 2022 ଅବସରରେ ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ଯୋଗଦାନ କରିପାରିବେ । ଘରେ ଅଧିକ ଶକ୍ତି ସଞ୍ଚୟ କରିବାକୁ, ଜନସାଧାରଣ ପରିବହନକୁ ନିୟନ୍ତ୍ରଣ କରିବାକୁ, କମ୍ ମାଂସ ଖାଇବାକୁ ଏବଂ ଅଧିକ ଶାକାହାରୀ ହେବାକୁ ଲୋକଙ୍କୁ ଉତ୍ସାହିତ କରାଯାଇଛି ।












Click it and Unblock the Notifications