ଆମେରିକାରେ 60 ଜଣଙ୍କ ଜୀବନ ନେଲାଣି ବରଫ ଝଡ଼, 15,000 ରୁ ଅଧିକ ବିମାନ ବାତିଲ
ଆମେରିକାରେ ବରଫ ଝଡ଼ ଲାଗି ରହିଛି । ଅତ୍ୟନ୍ତ ଥଣ୍ଡା ଯୋଗୁଁ ବରଫ ଝଡ଼ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ବରଫ ଧଡ଼ରେ ଏପର୍ଯ୍ୟନ୍ତ ନ୍ୟୁୟର୍କରେ 27 ଜଣ ସମେତ ଆମେରିକାରେ ମୋଟ 60 ଜଣଙ୍କ ମୃତ୍ୟୁ ହୋଇଛି ।
ନୂଆଦିଲ୍ଲୀ: ଆମେରିକାରେ ବରଫ ଝଡ଼ ଲାଗି ରହିଛି । ଅତ୍ୟନ୍ତ ଥଣ୍ଡା ଯୋଗୁଁ ବରଫ ଝଡ଼ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏହି ବରଫ ଧଡ଼ରେ ଏପର୍ଯ୍ୟନ୍ତ ନ୍ୟୁୟର୍କରେ 27 ଜଣ ସମେତ ଆମେରିକାରେ ମୋଟ 60 ଜଣଙ୍କ ମୃତ୍ୟୁ ହୋଇଛି । ଏହା ବାଦ୍ ତୁଷାରପାତ ଯୋଗୁଁ ବିମା ଚଳାଚଳ ମଧ୍ୟ ବ୍ୟାହତ ହୋଇଛି । 15000 ରୁ ଅଧିକ ବିମାନ ବାତିଲ ହୋଇଛି ।

ତୁଷାରପାତ ହେବା ଫଳରେ ରାସ୍ତା ଏବଂ ସମଗ୍ର ଅଞ୍ଚଳରେ ବରଫ ପାହାଡ଼ ସୃଷ୍ଟି ହୋଇଛି । ସଡ଼କପଥଗୁଡିକରେ କାର, ବସ୍, ଆମ୍ବୁଲାନ୍ସ, ଟ୍ରକ୍ ଏବଂ ଏପରିକି ଟାୱାର ଡ୍ରିଫ୍ଟ ବଫ ତଳେ ପୋତିହୋଇ ରହିଛି । ବରଫାବୃତ୍ତ ରାସ୍ତାଗୁଡ଼ିକୁ ସଫା କରିବା ଏବଂ ଚିକିତ୍ସା ଅଭାବରୁ ବଞ୍ଚିତ ବାସିନ୍ଦାଙ୍କ ନିକଟରେ ପହଞ୍ଚିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରୟାସ କରାଯାଉଛି । କାରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରି ଟ୍ରାକ୍ଟର ଯୋଗେ ସେମାନଙ୍କୁ ଡାକ୍ତରଖାନା ନିଆଯାଉଛି ।
ନ୍ୟୁୟର୍କର ବିଶେଷ କରି ବଫାଲୋରେ ବରଫ ତଳେ ଫସି ରହିଥିବା ଗାଡ଼ିରେ କିଛି ଲୋକଙ୍କ ମୃତଦେହ ଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏବେ ସମସ୍ତ ଗାଡ଼ିକୁ ଯାଞ୍ଚ କରି ଲୋକଙ୍କୁ ଉଦ୍ଧାର କରାଯାଉଛି ।
ଆମେରିକାରେ ଏବର୍ଷର ଶୀତ ବିଗତ କିଛି ବର୍ଷର ରେକର୍ଡ ଭାଙ୍ଗି ଦେଇଛି । କେତେକ ସ୍ଥାନରେ -45 ଡିଗ୍ରୀରେ ପହଞ୍ଚିଛି । ପ୍ରାୟ 20 ଲକ୍ଷ ଲୋକ ବିନା ବିଦ୍ୟୁତରେ ରହିଛନ୍ତି । ଆମେରିକାର 48 ରାଜ୍ୟରେ ତାପମାତ୍ରା ଶୂନ ତଳକୁ ଖସିଯାଇଛି । ଆଗକୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି ।












Click it and Unblock the Notifications