Get Updates
Get notified of breaking news, exclusive insights, and must-see stories!

ବିଜୟପ୍ରିୟା ନିତ୍ୟାନନ୍ଦ କିଏ ? ଜାତିସଂଘର ମିଟ୍ ରେ 'କୈଲାସା' କରିଥିଲେ ପ୍ରତିନିଧିତ୍ୱ

ମୁଣ୍ଡରେ ଜଟା, କପାଳରେ ଟିକା ଓ ଗଳାରେ ରୁଦ୍ରାକ୍ଷମାଳା ପକାଇ ଲମ୍ବାଇ ଜେନେଭାର ଜାତିସଂଘ କାର୍ଯ୍ୟାଳୟରେ ଅନର୍ଗଳ ଭାଷଣ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଥିବା ଏହି ମହିଳା ଜଣକ କିଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ।

vijayapritya nityananda

ବିବାଦୀୟ ଗଡମ୍ୟାନ୍ ନିତ୍ୟାନନ୍ଦଙ୍କ ତଥାକଥିତ ଦେଶ 'ଯୁକ୍ତରାଷ୍ଟ୍ର କୈଲାସା' (USK) ର ପ୍ରତିନିଧୀ ଗତ ମାସରେ ମିଳିତ ଜାତିସଂଘର ଏକ ବୈଠକରେ ଯୋଗ ଦେଇଥିଲେ, ଯାହା ଭାରତରେ ଅନେକଙ୍କୁ ଚକିତ କରି ଦେଇଥିଲା । ସମସ୍ତ ମହିଳା ପ୍ରତିନିଧୀଙ୍କ ଫଟୋ ନିତ୍ୟାନନ୍ଦ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ସଦସ୍ୟମାନଙ୍କ ମଧ୍ୟରେ ବିଜୟପ୍ରିୟା ନିତ୍ୟାନନ୍ଦ ମଧ୍ୟ ଥିଲେ, ଯିଏକି 'କୈଲାସା' ତରଫରୁ ଜାତିସଂଘରେ ପ୍ରତିନିଧିତ୍ୱ କରିଥିଲେ ।

ମୁଣ୍ଡରେ ଜଟା, କପାଳରେ ଟିକା ଓ ଗଳାରେ ରୁଦ୍ରାକ୍ଷମାଳା ପକାଇ ଲମ୍ବାଇ ଜେନେଭାର ଜାତିସଂଘ କାର୍ଯ୍ୟାଳୟରେ ଅନର୍ଗଳ ଭାଷଣ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଥିବା ଏହି ମହିଳା ଜଣକ କିଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା । ଏପରିକି ସେ କେଉଁ ଦେଶ ପାଇଁ ପ୍ରତିନିଧିତ୍ୱ କରୁଛନ୍ତି ତାହା ଜାଣିବାକୁ ସଭିଏଁ ଆଗ୍ରହୀ ଥିଲେ ।

ପରେ ଯେତେବେଳେ ନିତ୍ୟାନନ୍ଦଙ୍କ ଟ୍ୱିଟର ଆକାଉଣ୍ଟରୁ ତାଙ୍କ ଫଟୋ ପୋଷ୍ଟ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ମହିଳା ଜଣଙ୍କ କେଉଁ ଦେଶ ପାଇଁ ଏବଂ କାହା ପାଇଁ ପ୍ରତିନିଧିତ୍ୱ କରୁଛନ୍ତି ।

ଭାରତରେ ବଳାତ୍କାରୀ ବାବା ଭାବରେ ପରିଚିତ ତଥା ପଳାତକ ନିତ୍ୟାନନ୍ଦ ବିଶ୍ୱ ସାମ୍ନାରେ ଏକ ନୂଆ ପ୍ରଚାର ପ୍ରସାର ଉଦ୍ୟମ କରିଛି । ନିତ୍ୟାନନ୍ଦ ପ୍ରଥମେ 'ୟୁନାଇଟେଡ୍ ଷ୍ଟେଟ୍ ଅଫ୍ କୈଳାସ' ନାମକ ଏକ ନୂତନ ଦେଶ ଗଢିଥିବା ଦାବି କରିଛି । ଯେଉଁଠାରେ କଥିତ ଭାବରେ କେବଳ ହିନ୍ଦୁ ଧର୍ମୀୟ ଲୋକଙ୍କ ପାଇଁ ସ୍ଥାନ ରହିଛି । ବର୍ତ୍ତମାନ ନିତ୍ୟାନନ୍ଦ ନିଜ ଦେଶର ପ୍ରତିନିଧିତ୍ୱ କରିବା ପାଇଁ ଜଣେ ମହିଳାଙ୍କୁ ମିଳିତ ଜାତିସଂଘର ପଠାଇଥିବା ଦାବି କରିଛି । ନିତ୍ୟାନନ୍ଦଙ୍କ ସମସ୍ତ ସୋଶାଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଏହାର ପ୍ରୋତ୍ସାହନ କରାଯାଉଥିବା ଦେଖିବରାକୁ ମିଳିଛି ।

ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ଅଧିକାର କମିଟି (CESCR) ଦ୍ୱାରା ଆୟୋଜିତ ଏକ ଆଲୋଚନା ସମୟରେ ସେ କହିଥିଲେ ଯେ ହିନ୍ଦୁ ଧର୍ମର ଶ୍ରେଷ୍ଠ ପୁରୋଧାଙ୍କୁ ସୁରକ୍ଷା ଦିଆଯିବା ଉଚିତ୍ । ସେ କହିଛନ୍ତି ଯେ ହିନ୍ଦୁ ଧର୍ମର ପ୍ରାଚୀନ ପରମ୍ପରାକୁ ପୁନର୍ଜୀବିତ କରିବା ପାଇଁ ନିତ୍ୟାନନ୍ଦଙ୍କୁ ନିର୍ଯାତନା ଦିଆଯାଉଛି ଏବଂ ଏପରିକି ତାଙ୍କ ଜନ୍ମ ଦେଶରୁ ବାରଣ କରାଯାଇଛି ।

ବିଜୟପ୍ରିୟା ଆହୁରି କହିଛନ୍ତି, ହିନ୍ଦୁବାଦର ପ୍ରଥମ ସାର୍ବଭୌମ ଦେଶ 'କୈଳାସ'ର ସଂସ୍ଥାପକ ହେଉଛନ୍ତି ହିନ୍ଦୁବାଦର ଶ୍ରେଷ୍ଠ ପୁରୋଧା ନିତ୍ୟାନନ୍ଦ ପରମଶିବମ୍‌ । ସେ ଆଦି ଶୈବ୍ୟ ଦେଶୀୟ କୃଷକ ଜନଜାତି ସମେତ ମହାନ୍‌ ହିନ୍ଦୁ ସଭ୍ୟତା ଓ ତା'ର 10 ହଜାର ହିନ୍ଦୁବାଦ ପ୍ରଥା-ପରମ୍ପରାର ପୁନରୁତ୍ଥାନ କରୁଛନ୍ତି ।

ହିନ୍ଦୁବାଦର ଦେଶୀୟ ପ୍ରଥା ଓ ଜୀବନଚର୍ଯ୍ୟାର ପୁନରୁତ୍ଥାନ କରୁଥିବା କାରଣରୁ ତାଙ୍କ ନାମରେ ଅନେକ ମାମଲା କରାଯିବା ସହିତ ତାଙ୍କ ‌କ୍ଷେତ୍ରରେ ମାନବ ଅଧିକାର ଉଲ୍ଲଂଘନ ମଧ୍ୟ କରାଯାଇଛି । ତାଙ୍କୁ ପ୍ରବଚନ ଦେବାରୁ ବଞ୍ଚିତ କରାଯିବା ସହିତ ଜନ୍ମିତ ଦେଶରୁ ନିର୍ବାସିତ କରାଯାଇଛି ବ‌ୋଲି ବିଜୟପ୍ରିୟା ଜାତିସଂଘରେ କହିଛନ୍ତି ।

ବିଜୟପ୍ରିୟା କହିଛନ୍ତି ଯେ, ନିତ୍ୟାନନ୍ଦ ଓ 'କୈଳାସ'ରେ ବାସ କରୁଥିବା 2 ନିୟୁତ ହିନ୍ଦୁଙ୍କ ବିରୋଧରେ ମାମଲାବନ୍ଦ କରିବା ପାଇଁ ଜାତିସଂଘ ପଦ‌କ୍ଷେପ ଗ୍ରହଣ କରିବା ଉଚିତ୍ ।

ଆପଣଙ୍କୁ କହି ରଖୁଛୁ ଭାରତରେ ନିତ୍ୟାନନ୍ଦ ଅନେକ ଆଶ୍ରମ ଚଳାଉଥିଲେ । ଯୌନ ନିର୍ଯାତନା ଓ ଉତ୍ପୀଡ଼ନ ମାମଲାରେ ଅଭିଯୁକ୍ତ ହେବା ପରେ ସେ ଭାରତରୁ ଖସି ପଳାଇଛନ୍ତି । ଦୁଷ୍କର୍ମ ଓ ଶିଶୁ ନିର୍ଯାତନା ଅଭିଯୁକ୍ତ ନିତ୍ୟାନନ୍ଦଙ୍କ ନାମରେ କର୍ଣ୍ଣାଟକର ସେସନ୍‌ କୋର୍ଟ 2010 ରେ ଜାମିନବିହୀନ ପରୱାନା ଜାରି କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+