Get Updates
Get notified of breaking news, exclusive insights, and must-see stories!

ନୋବେଲ ଶାନ୍ତି ପୁରସ୍କାର କ'ଣ, କାହାକୁ ମିଳେ ଏହି ସମ୍ମାନ, ଜାଣନ୍ତୁ ଏହା ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ

ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଚିକିତ୍ସା, ସାହିତ୍ୟ ଏବଂ ଶାନ୍ତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଦିଆଯାଇଥାଏ । ନୋବେଲ ପୁରସ୍କାର ସ୍ୱିଡେନର ବ୍ୟବସାୟୀ ତଥା ଡାଇନାମାଇଟ୍ ଉଦ୍ଭାବକ ଅଲଫ୍ରେଡ୍ ନୋବେଲଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ।

Nobel Prize

ନୋବେଲ ଶାନ୍ତି ପୁରସ୍କାର ନାଁ ଶୁଣିଲେ ଆମ ମନରେ ପ୍ରଥମେ ଏକ ସମ୍ମାନସ୍ପଦ ତଥା ବଡ଼ ପୁରସ୍କାର ବୋଲି ଭାବନା ଆସେ । କେତେକ ଏହାକୁ ବିଶ୍ୱର ଏକ ବଡ଼ ସମ୍ମାନ ବୋଲି ଭାବୁଥିବା ବେଳେ ଆଉ କେତେକ ମନରେ ଏହାକୁ ନେଇ ଆସିଥାଏ ଅନେକ ପ୍ରଶ୍ନ । ପ୍ରକୃତରେ ନୋବେଲ ଶାନ୍ତି ପୁରସ୍କାର କଣ, ଏହାକୁ କାହାକୁ ଦିଆଯାଏ, ଏହି ପୁରସ୍କାର ପାଇଁ କିପରି ଏବଂ କେଉଁମାନଙ୍କୁ ମନୋନୀତ କରାଯାଏ... ଏଭଳି କେତେକ ପ୍ରଶ୍ନ ନିଶ୍ଚିତ ଆପଣଙ୍କ ମନରେ ଆସୁଥିବ । ତେବେ ଆମେ ଆପଣଙ୍କୁ ଦେବୁ ସବୁ ପ୍ରଶ୍ନର ଉତ୍ତର ।

ନୋବେଲ ଶାନ୍ତି ପୁରସ୍କାରର ନାମ ଘୋଷଣାକୁ ନେଇ ବର୍ତ୍ତମାନ ସାରା ଦେଶରେ ଆଲୋଚନା ତୀବ୍ର ହୋଇଛି । ମାର୍ଚ୍ଚ 15 ରେ ନୋବେଲ ପୁରସ୍କାର କମିଟିର ଡେପୁଟି ନେତା ଆସଲ ତୋଜେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର ପାଇଁ ସବୁଠାରୁ ବଡ ପ୍ରତିଯୋଗୀ ବୋଲି ବର୍ଣ୍ଣନା କରିବା ପରେ ଏହି ଆଲୋଚନା ଜୋର୍ ଧରିଛି ।

ନୋବେଲ ପୁରସ୍କାର କଣ ?

ନୋବେଲ ପୁରସ୍କାରକୁ ବିଶ୍ୱର ସବୁଠାରୁ ବଡ ସମ୍ମାନ ଭାବେ ବିବେଚନା କରାଯାଏ । ନୋବେଲ ଫାଉଣ୍ଡେସନ ଦ୍ୱାରା ପାଞ୍ଚଟି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥାଏ, ସେଥିମଧ୍ୟରୁ ଗୋଟିଏ ହେଉଛି ନୋବେଲ ଶାନ୍ତି ପୁରସ୍କାର । ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଚିକିତ୍ସା, ସାହିତ୍ୟ ଏବଂ ଶାନ୍ତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ଦିଆଯାଇଥାଏ । ନୋବେଲ ପୁରସ୍କାର ସ୍ୱିଡେନର ବ୍ୟବସାୟୀ ତଥା ଡାଇନାମାଇଟ୍ ଉଦ୍ଭାବକ ଅଲଫ୍ରେଡ୍ ନୋବେଲଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା । ଅଲଫ୍ରେଡ ନୋବେଲ ସମସ୍ତ ପାଞ୍ଚଟି ନୋବେଲ ପୁରସ୍କାରର ବିଷୟବସ୍ତୁ ରଖିଥିଲେ ।

ନୋବେଲ ଶାନ୍ତି ପୁରସ୍କାର କଣ ?

ନୋବେଲ ଶାନ୍ତି ପୁରସ୍କାର ହେଉଛି ଶାନ୍ତିର ପ୍ରତୀକ । ବିଶ୍ୱବ୍ୟାପୀ ଶାନ୍ତି ପାଇଁ ପ୍ରୟାସ କରିଥିବା ବ୍ୟକ୍ତିଙ୍କୁ ନୋବେଲ ଫାଉଣ୍ଡେସନ ଦ୍ୱାରା ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ । ଅଲଫ୍ରେଡ ନୋବେଲ କହିଥିଲେ ଯେ ପୂର୍ବ 12 ମାସ ମଧ୍ୟରେ ଯେଉଁମାନେ ମାନବିକତାର ମଙ୍ଗଳ ପାଇଁ ସର୍ବୋତ୍ତମ କାର୍ଯ୍ୟ କରିଥିବେ ସେମାନଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ ।

ନୋବେଲ ଶାନ୍ତି ପୁରସ୍କାର ବିଷୟରେ କହିବାକୁ ଗଲେ ଏହା ବିଶ୍ୱ ଶାନ୍ତି ବିସ୍ତାର କରିବାର କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଦିଆଯାଏ । ଏହା ବ୍ୟତୀତ ବିଶ୍ୱରେ ସେନା ନିୟୋଜନକୁ ହ୍ରାସ କରିବା ଏବଂ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସର୍ବୋତ୍ତମ କାର୍ଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ଦିଆଯାଏ ।

କିପରି ହୁଏ ଚୟନ ?

ନୋବେଲ ଫାଉଣ୍ଡେସନର ନିୟମ ଅନୁଯାୟୀ ନୋବେଲ ଶାନ୍ତି ପୁରସ୍କାରର ବିଜେତା ନରୱେର 5 ଜଣିଆ କମିଟି ଦ୍ୱାରା ମନୋନୀତ ହୋଇଥାନ୍ତି । ଏହି କମିଟିର 5 ଜଣଙ୍କୁ ନରୱେ ସଂସଦ ଦ୍ୱାରା ମନୋନୀତ କରାଯାଇଥାଏ । ଓସଲୋରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ । ସେହପରି ରସାୟନ ବିଜ୍ଞାନ, ସାହିତ୍ୟ, ଅର୍ଥନୈତିକ ବିଜ୍ଞାନ, ଫିଜିଓଲୋଜି ଏବଂ ପଦାର୍ଥ ବିଜ୍ଞାନ ପାଇଁ ପୁରସ୍କାର ସ୍ୱିଡେନର ଷ୍ଟକହୋମରେ ଦିଆଯାଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+