ପୁଟିନଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିବା ଅନ୍ତର୍ଜାତୀୟ ଅପରାଧିକ କୋର୍ଟ କଣ, ଜାଣନ୍ତୁ ଏହାର ଇତିହାସ

ଦୁଇ ଦଶନ୍ଧି ପୂର୍ବରୁ 2002 ରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ପ୍ରତିଷ୍ଠା କରାଯାଇଥିଲା । ଯୁଦ୍ଧ ଅପରାଧ, ମାନବିକତା ବିରୁଦ୍ଧରେ ଅପରାଧ, ନରସଂହାର ଏବଂ ଆକ୍ରୋଶର ଅପରାଧର ବିଚାର ପାଇଁ ଏହି କୋର୍ଟ ପ୍ରତିଷ୍ଠା କରାଯାଇଥିଲା ।

ICC

ନରୱେ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପାଇଁ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି । ୟୁକ୍ରେନରୁ ରୁଷକୁ ପିଲାମାନଙ୍କୁ ଜବରଦସ୍ତ ଏବଂ ବେଆଇନ ଭାବେ ନେଇଯିବା ଅଭିଯୋଗରେ ଅନ୍ତର୍ଜାତୀୟ ଅପରାଧ କୋର୍ଟ (ଆଇସିସି) ଏହି ଗିରଫ ପରୱାନା ଜାରି କରିଛନ୍ତି । ତେବେ ୟୁକ୍ରେନ ଅଞ୍ଚଳରୁ ରୁଷକୁ ବେଆଇନ ଭାବେ ଶିଶୁମାନଙ୍କୁ ନେଉଥିବା ସନ୍ଦେହରେ ପୁଟିନଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରୁଥିବା ଆଇସିସି କହିଛି । ତେବେ ଆନ୍ତର୍ଜାତୀୟ କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରୁଷ ପ୍ରତ୍ୟାଖ୍ୟାନ କରିଛି । ଏହା ଅର୍ଥହୀନ କହି ଆଦେଶକୁ ପ୍ରତ୍ୟାଖ୍ୟାନ କରିଛି ରୁଷ ।

ତେବେ ଏହି ଆଦେଶ ଦେଇଥିବା ଅନ୍ତର୍ଜାତୀୟ ଅପରାଧିକ କୋର୍ଟ କ'ଣ, କେଉଁଠାରେ ଏହା ଅବସ୍ଥିତ, କଣ ରହିଛି ଏହାର ଇତିହାସ ଆସନ୍ତୁ ସେ ବିଷୟରେ ଜାଣିବା ।

ଦୁଇ ଦଶନ୍ଧି ପୂର୍ବରୁ 2002 ରେ ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ପ୍ରତିଷ୍ଠା କରାଯାଇଥିଲା । ଯୁଦ୍ଧ ଅପରାଧ, ମାନବିକତା ବିରୁଦ୍ଧରେ ଅପରାଧ, ନରସଂହାର ଏବଂ ଆକ୍ରୋଶର ଅପରାଧର ବିଚାର ପାଇଁ ଏହି କୋର୍ଟ ପ୍ରତିଷ୍ଠା କରାଯାଇଥିଲା । ଏହାକୁ ସମର୍ଥନ କରୁଥିବା ସଦସ୍ୟ ଦେଶମାନଙ୍କ ଦ୍ୱାରା ନିଜ ଦେଶ କିମ୍ବା ଅନ୍ୟ ଦେଶ ଦ୍ୱାରା କରାଯାଇଥିବା ଅପରାଧର ବିଚାର କରିବା ନେଇ ଅନ୍ତର୍ଜାତୀୟ ଅପରାଧିକ କୋର୍ଟର ଅଧିକାର ରହିଛି । ଅନ୍ତର୍ଜାତୀୟ ଅପରାଧିକ କୋର୍ଟରେ 123 ସଦସ୍ୟ ଦେଶ ଥିବାବେଳେ ଏହି କୋର୍ଟର ରକ୍ଷଣାବେକ୍ଷଣ ପାଇଁ 2023 ବର୍ଷ ପାଇଁ 170 ମିଲିୟନ ୟୁରୋ ବଜେଟ୍ ଆବଣ୍ଟନ କରାଯାଇଛି ।

ଅନ୍ତର୍ଜାତୀୟ ଅପରାଧିକ କୋର୍ଟରେ 17 ଟି ଅପରାଧିକ ତଦନ୍ତ ଚାଲିଛି । ସେଥିମଧ୍ୟରୁ ୟୁକ୍ରେନ, ଆଫ୍ରିକୀୟ ଦେଶ ଯଥା ଉଗାଣ୍ଡା, କଙ୍ଗୋ, କେନିଆ, ଲାଟିନ ଆମେରିକାରେ ଭେନେଜୁଏଲା, ମିଆଁମାର ଏବଂ ଫିଲିପାଇନ୍ସ ଭଳି ଏସିଆ ଦେଶଗୁଡ଼ିକ ସହିତ ଜଡ଼ିତ ଅପରାଧ ଅଭିଯୋଗ ଉପରେ ଯାଞ୍ଚ କରାଯାଉଛି । ଆଇସିସି ୱେବସାଇଟ୍ ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ 31 ଟି ମାମଲା କୋର୍ଟରେ ଶୁଣାଣି ପାଇଁ ଆସିଛି । ଏଥିରୁ ସ୍ପଷ୍ଟ ଯେ ଆଇସିସି ବିଚାରପତିମାନେ 38 ଗିରଫ ୱାରେଣ୍ଟ ଜାରି କରିଛନ୍ତି । 21 ଜଣ ଅଭିଯୁକ୍ତ ଏପର୍ଯ୍ୟନ୍ତ କୋର୍ଟରେ ହାଜର ହୋଇଛନ୍ତି । ଏଥିମଧ୍ୟରୁ 14 ଜଣଙ୍କ ବିରୋଧରେ ମାମଲା ମଜବୁତ୍ ଥିଲା । କିନ୍ତୁ ଯାଞ୍ଚ ବେଳେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିବାରୁ ସେମାନଙ୍କ ବିରୋଧରେ ମାମଲା ରଦ୍ଦ କରାଯାଇଥିଲା । ବିଚାରପତିମାନେ 10 ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଚାରିଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

ଯୁଦ୍ଧ ଅପରାଧ ତଥା ମାନବିକତା ଉପରେ ଆକ୍ରମଣ ମାମଲାରେ ଆଇସିସି ପାଞ୍ଚ ଜଣଙ୍କୁ ଦଣ୍ଡିତ କରିଛି । ସେମାନଙ୍କୁ 30 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହାସହ ସର୍ବାଧିକ ଆଜୀବନ କାରାଦଣ୍ଡ ଲାଗୁ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ଏହି ଦଣ୍ଡାଦେଶ ପାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବତନ ସୁଡାନର ପୂର୍ବ ନେତା ଉମର ଅଲ-ବଶୀର ମଧ୍ୟ ଅଛନ୍ତି । ତାଙ୍କ ବିରୋଧରେ ଦଫରରେ ନରସଂହରା କରିଥିବା ଅଭିଯୋଗ ହୋଇଥିଲା । ସେ ବର୍ତ୍ତମାନ ଫେରାର୍ ଅଛନ୍ତି । ଆଇଭୋରୀ କୋଷ୍ଟର ପୂର୍ବତନ ରାଜ୍ୟ ମୁଖ୍ୟ ଲରେଣ୍ଟ ବାଗବୋ ଆଇସିସିରେ ହାଜର ହୋଇଥିବା ପ୍ରଥମ ବ୍ୟକ୍ତି ଥିଲେ । ତିନି ବର୍ଷର ବିଚାର ପରେ 2019 ରେ କୋର୍ଟ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ ।

ମିଳିତ ଜାତିସଂଘର ଅଧିକାଂଶ ସଦସ୍ୟ ଦେଶ ଏବଂ ୟୁରୋପୀୟ ୟୁନିଅନର ଦେଶ ଅନ୍ତର୍ଜାତୀୟ ଅପରାଧିକ କୋର୍ଟକୁ ସମର୍ଥନ କରୁଥିବାବେଳେ ଆମେରିକା, ଚୀନ୍ ଏବଂ ରୁଷ ଏହି କୋର୍ଟରୁ ନିଜକୁ ଦୂରେଇ ରଖିଛନ୍ତି । ଏହି ଅଦାଲତରେ ତଦନ୍ତ ରାଜନୈତିକ ଉଦ୍ଦେଶ୍ୟ ସହିତ କରାଯାଇପାରେ ବୋଲି ସେମାନେ ଯୁକ୍ତି ବାଢିଛନ୍ତି ।

2 ମାର୍ଚ୍ଚ 2022 ରେ, ଅନ୍ତର୍ଜାତୀୟ ଅପରାଧିକ କୋର୍ଟ ୟୁକ୍ରେନ ଦ୍ୱାରା ଦାଖଲ ହୋଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ । ଆଇସିସି ୱେବସାଇଟ୍ ଅନୁଯାୟୀ, 21 ନଭେମ୍ବର 2013 ଠାରୁ ରୁଷ କେବଳ ୟୁକ୍ରେନ ଉପରେ ଆକ୍ରମଣ କରିନାହିଁ ବରଂ ଅନେକ ଅପରାଧ ମଧ୍ୟ କରିଛି ବୋଲି ଆବେଦନରେ ଦର୍ଶାଯାଇଛି । 2013 ରେ, ୟୁକ୍ରେନର ତତ୍କାଳୀନ ରାଷ୍ଟ୍ରପତି ୱିକ୍ଟର ୟାନୁକୋଭିଚ୍ ଙ୍କ ଶାସନ ବିରୋଧରେ ବ୍ୟାପକ ବିରୋଧ କରାଯାଇଥିଲା । ସେ 2014 ରେ ପଦ ହରାଇ ରୁଷକୁ ପଳାଇଥିଲେ । ସେବେଠାରୁ ୟୁକ୍ରେନ ଉପରେ ରୁଷର ଅତ୍ୟାଚାର ବୃଦ୍ଧି ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+