'ଆମେ ୟୁକ୍ରେନ ଯୁଦ୍ଧ ଜିତିବୁ, ନହେଲେ ଦୁନିଆ ବର୍ବାଦ୍ ହେବ', ପୁଟିନଙ୍କ ପରାମର୍ଶାଦାତାଙ୍କ ଚେତାବନୀ
ପୁଟିନଙ୍କ ପରାମର୍ଶଦାତା ଘୋଷଣା କରିଛନ୍ତି ଯେ ୟୁକ୍ରେନରେ ରୁଷ ଜିତିବ ନହେଲେ ସମଗ୍ର ବିଶ୍ୱ ଧ୍ୱଂସ ପାଇବ । ଏହା ପରେ ସାରା ବିଶ୍ୱ ଚିନ୍ତା ବଢିଛି ।
ରୁଷ-ୟୁକ୍ରେନ ବିବାଦ : ପ୍ରାୟ 10 ମାସ ଧରି ୟୁକ୍ରେନ ଓ ରୁଷ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ଥମିନାହିଁ । ରୁଷ ଦିନକୁ ଦିନ ଆହୁରି ଆକ୍ରମଣାତ୍ମକ ହେବାରେ ଲାଗିଛି । ଏପରିକି ଏହି ଯୁଦ୍ଧ୍ର କୌଣସି ଫଳାଫଳ ମଧ୍ୟ ନଜର ଆସୁନାହିଁ । ଏକ ସପ୍ତାହ ମଧ୍ୟରେ ଯୁଦ୍ଧକୁ ଶେଷ କରିବାକୁ ଚାହୁଁଥିବା ରୁଷ 10 ମାସ ପରେ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି । ଅପରପକ୍ଷରେ ରୁଷର ରଣନୀତିଜ୍ଞଙ୍କ ଧୈର୍ଯ୍ୟ ଶେଷ ହେବାରେ ଲାଗିଛି । ଏପରିକି ପୁଟିନଙ୍କ ପରାମର୍ଶଦାତା ଘୋଷଣା କରିଛନ୍ତି ଯେ ୟୁକ୍ରେନରେ ରୁଷ ଜିତିବ ନହେଲେ ସମଗ୍ର ବିଶ୍ୱ ଧ୍ୱଂସ ପାଇବ । ଏହା ପରେ ସାରା ବିଶ୍ୱ ଚିନ୍ତା ବଢିଛି ।

ୟୁକ୍ରେନ ଯୁଦ୍ଧରେ ପୁଟିନଙ୍କ 'ବୁଦ୍ଧି' କୁହାଯାଉଥିବା ଆଲେକ୍ସଜାଣ୍ଡାର୍ ଡଗିନ ଚେତାବନୀ ଦେଇଛନ୍ତି ଯେ ଯଦି ରୁଷ ୟୁକ୍ରେନ ଯୁଦ୍ଧରେ ଜିତିବ ନାହିଁ, ତେବେ ବିଶ୍ୱ ଧ୍ୱଂସ ପାଇବ । ଯେତେବେଳେ କି ୟୁକ୍ରେନ ଅଭିଯୋଗ କରିଛି ଯେ ରୁଷ ପୁଣି ଥରେ ସମ୍ପୂର୍ଣ୍ଣ ଶକ୍ତି ସହିତ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଛି । ଗତ ମାସରେ ରୁଷର ସୈନ୍ୟମାନେ ୟୁକ୍ରେନ ସହର ଖେରସନରୁ ହଟିଯାଇଥିଲେ । ଏହା ପୁଟିନଙ୍କ ପାଇଁ ସବୁଠାରୁ ବଡ ଝଟକା ବୋଲି କୁହାଯିବା ପରେ ଡଗିନଙ୍କ ଏପରି ମନ୍ତବ୍ୟ ଆସିଛି । ଏକ ନ୍ୟୁଜ୍ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ଆଲେକ୍ସଜାଣ୍ଡାର୍ ଡୁଗିନ୍ କହିଛନ୍ତି, 'ଏହି ଯୁଦ୍ଧ ୟୁନିପୋଲାର୍ ବିଶ୍ୱ କ୍ରମାଙ୍କ ବିରୁଦ୍ଧରେ ମଲ୍ଟିପୋଲାର୍ ୱାର୍ଲ୍ଡ ଅର୍ଡର ଅଟେ । ଏହା ରୁଷ, ୟୁକ୍ରେନ କିମ୍ବା ୟୁରୋପ ବିଷୟରେ କିଛି ନୁହେଁ, ଏହା ପାଶ୍ଚାତ୍ୟ ଏବଂ ଅବଶିଷ୍ଟ ଦେଶ ବିରୁଦ୍ଧରେ ନୁହେଁ, କିନ୍ତୁ ଏହା ହେଉଛି ଆଧିପତ୍ୟ ବିରୋଧରେ ମାନବିକତାର ଯୁଦ୍ଧ ।"
ଯୁଦ୍ଧର ଫଳାଫଳ ବିଷୟରେ ଏକ ପ୍ରଶ୍ନରେ ଭ୍ଲାଦିମିର ପୁଟିନଙ୍କ ପରାମର୍ଶଦାତା ତଥା ରୁଷର ଜାତୀୟତାବାଦୀ ନେତା ଭାବରେ ବିବେଚନା କରାଯାଉଥିବା ଡଗିନ କହିଛନ୍ତି, "ଦୁଇଟି ସମ୍ଭାବନା ଅଛି । ପ୍ରଥମେ, ଏହା ସେତେବେଳେ ଶେଷ ହେବ ଯେତେବେଳେ ଆମେ (ରୁଷ) ଜିତିବ । ଯଦିଓ ଏହା ଏତେ ସହଜ ହେବ ନାହିଁ । ଏପରିକି ଅନ୍ୟ ଏକ ସମ୍ଭାବନା ହେଉଛି ଏହି ଯୁଦ୍ଧ ଦୁନିଆର ଶେଷ ସହ ସମାପ୍ତ ହେବ ।
ସେ କହିଛନ୍ତି, ଯୁଦ୍ଧ ଶେଷରେ ଆମେ ବିଜୟ ବ୍ୟତୀତ ଅନ୍ୟ କୌଣସି ସମାଧାନ ଗ୍ରହଣ କରିବୁ ନାହିଁ । ନିକଟରେ ତାଙ୍କ ଝିଅର ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାରତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ସେ ଏହି କଥା କହିଥିଲେ । ଆପଣଙ୍କୁ କହି ରଖୁଛୁ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଅସ୍ତ୍ରବିରତି ପାଇଁ କୌଣସି ଆଲୋଚନା ହୋଇନାହିଁ ଏବଂ ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।












Click it and Unblock the Notifications