ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ : ଇଲେକ୍ଟୋରାଲ କଲେଜ ଫଳାଫଳକୁ କଂଗ୍ରେସର ମଞ୍ଜୁରୀ, ଜୋ ବାଇଡେନଙ୍କ ହେଲା ବିଜୟ

ନଭେମ୍ବର 2 ରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ​​କଂଗ୍ରେସ ଉଭୟ ଗୃହ ଗ୍ରହଣ କରିଥିବା ଇଲେକ୍ଟୋରାଲ୍ କଲେଜ ଭୋଟ୍ ଉପରେ ମୋହର ଲଗାଇବା ପରେ ଜୋ ବାଇଡେନ୍ ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ନିଶ୍ଚିତ ହୋଇଛି ।

ୱାଶିଂଟନ୍ ଡିସି : ଆମେରିକାର ରାଜଧାନୀର କ୍ୟାପିଟାଲ ବିଲଡିଂରେ ହୋଇଥିବା ହିଂସା ଏବଂ ପ୍ରବଳ ବିରୋଧ ମଧ୍ୟରେ ଆମେରିକାର କଂଗ୍ରେସ ଜୋ ବିଡେନଙ୍କ ବିଜୟକୁ ମୋହର ମାରିଛି । ନଭେମ୍ବର 2 ରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ​​କଂଗ୍ରେସ ଉଭୟ ଗୃହ ଗ୍ରହଣ କରିଥିବା ଇଲେକ୍ଟୋରାଲ୍ କଲେଜ ଭୋଟ୍ ଉପରେ ମୋହର ଲଗାଇବା ପରେ ଜୋ ବାଇଡେନ୍ ପରବର୍ତ୍ତୀ ରାଷ୍ଟ୍ରପତି ହେବା ନେଇ ନିଶ୍ଚିତ ହୋଇଛି । ଏଥିସହିତ କମଲା ହ୍ୟାରିସ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଆସନ୍ତା 20 ତାରିଖରେ ବାଇଡେନ ଦେଶର 46ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।

ସିନେଟର ମୋହର ପରେ ପ୍ରଥମ ଥର ଲାଗି ଟ୍ରମ୍ପ ନିଜର ପରାଜୟକୁ ସ୍ବୀକାର କରି କହିଛନ୍ତି । ଏଥିସହିତ ଜାନୁୟାରୀ 20ତାରିଖରେ ରେ ଡୋନାଲ୍ଡ ଟ୍ରମ୍ପ କ୍ଷମତା ଛାଡ଼ିବେ ବୋଲି ଘୋଷଣା କରିଛନ୍ତି । ଏହା ପୂର୍ବରୁ ଟ୍ରମ୍ପ ନିର୍ବାଚନରେ ଘୋଟାଲା ହୋଇଥିବା ଅଭିଯୋଗ କରି ଫଳାଫଳ ବଦଳାଇବାକୁ ଉଦ୍ୟମ ଚଳାଇ ଆସିଥିଲେ ।

Jo-Biden-USA

ସୂଚନାଯୋଗ୍ୟ, ରାଷ୍ଟ୍ରପତି ନିର୍ବାଚନରେ ବାଇଡେନ ପ୍ରାୟ 8 କୋଟି ଭୋଟ ସହିତ 306ଟି ଇଲେକ୍ଟୋରାଲ ଭୋଟ ହାସଲ କରିବାରେ ସଫଳ ହୋଇଥିଲେ । ଗୁରୁବାର ସଂସଦରେ ଦୁଇ ଘଣ୍ଟା ଧରି ଚାଲିଥିବା ଯାଞ୍ଚ ପ୍ରକ୍ରିୟାକୁ ସାଂସଦମାନେ ପାର୍ଟି ଲାଇନରୁ ଦୂରେଇ ଯାଇ ସମର୍ଥନ କରିଥିଲେ । ଏପରିକି ଦୁଇଟି ରାଜ୍ୟ ଆରିଜୋନା ଏବଂ ପେନସିଲଭାନିଆରେ ନିର୍ବାଚନ ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକୁ ବି ପ୍ରତ୍ୟାଖ୍ୟାନ କରିଥିଲେ ।

ଏହାପୂର୍ବରୁ କ୍ୟାପିଟାଲ ବିଲଡିଂ ଉପରେ ଏକ ବଡ଼ ଧରଣର ଉତ୍ତେଜନା ପରେ ଏହି ପ୍ରକ୍ରିୟା ସ୍ଥଗିତ ରଖିବାକୁ ପଡ଼ିଥିଲା । ପରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯେତେବେଳେ ଟ୍ରମ୍ପଙ୍କ ସମର୍ଥକ ରିପବ୍ଲିକାନ୍ ନେତାମାନେ ଆରିଜୋନାର ନିର୍ବାଚନ ଫଳାଫଳକୁ ବାତିଲ କରିବାକୁ ଦାବି କରିଥିଲେ, ସିନେଟ ଏବଂ ଲୋକସଭା ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଇଲେକ୍ଟୋରାଲ୍ କଲେଜର ଫଳାଫଳ ଉପରେ ଆଲୋଚନା ବେଳେ ରିପବ୍ଲିକାନ୍ ନେତାମାନେ ପେନସିଲଭାନିଆର ଫଳାଫଳକୁ ବାତିଲ କରିବାକୁ କହିଥିଲେ । ଟ୍ରମ୍ପ ସମର୍ଥକଙ୍କ ଏହି ଦାବିକୁ ଗୃହରେ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଥିଲା । ରିପବ୍ଲିକାନ୍ ନେତାଙ୍କ ଆପତ୍ତି ପ୍ରତ୍ୟାଖ୍ୟାନ ହେବା ପରେ କଂଗ୍ରେସ ଇଲେକ୍ଟୋରାଲ୍ କଲେଜର ଫଳାଫଳକୁ ସ୍ୱୀକାର କରାଯାଇଛି ।

କ୍ୟାପିଟାଲ ବିଲଡିଂରେ ହିଂସା

ଆମେରିକାର ରାଜଧାନୀ ୱାଶିଂଟନ୍ ଡିସିରେ ବୁଧବାର (ଭାରତ ଅନୁଯାୟୀ ଗୁରୁବାର) ଜୋ ବିଡେନଙ୍କୁ ବିଜେତା ଘୋଷଣା କରିବା ପ୍ରକ୍ରିୟା ଚାଲିଥିବା ସମୟରେ ଫଳାଫଳ ପରିବର୍ତ୍ତନ କରିବାକୁ ଦାବି କରି କ୍ୟାପିଟାଲ ବିଲଡିଂ ବାହାରେ ଠିଆ ହୋଇଥିବା ଟ୍ରମ୍ପ ସମର୍ଥକମାନେ ଉତକ୍ଷିପ୍ତ ହୋଇ କ୍ୟାବିନେଟ ଭବନରେ ପ୍ରବେଶ କରିଥିଲେ । ବିକ୍ଷୋଭକାରୀମାନେ ଅସ୍ତ୍ରଶସ୍ତ୍ର ମଧ୍ୟ ରଖିଥିଲେ । ଏହି ସମୟରେ ଗୁଳି ଚାଳନା ମଧ୍ୟ କରାଯାଇଥିଲା । ବିକ୍ଷୋଭକାରୀଙ୍କ ହିଂସାକୁ ବନ୍ଦ କରିବାକୁ ଯାଇ ପୋଲିସ୍ ଗୁଳଇ ଚାଳନା କରିଥିଲା । ଏହି ହିଂସାରେ ଚାରିଜଣଙ୍କର ମୃତ୍ୟୁୁ ହୋଇଛି, ସେମାନଙଅକ ମଧ୍ୟରୁ ଜଣେ ମହିଳାଙ୍କର ପୋଲିସ୍ ଗୁଳିରେ ମୃତ୍ୟୁ ହୋଇଛି । କ୍ୟାପିଟାଲ ବିଲଡିଂରେ ହିଂସା ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ହିଂସା ଭିଆଇବା ଅଭିଯୋଗରେ ଏପର୍ଯ୍ୟନ୍ତ 52 ଜଣଙ୍କୁ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+