ଏକବିଂଶ ଶତାବ୍ଦୀରେ ଶକ୍ତିଶାଳୀ ଅଂଶୀଦାର ହେବ ଭାରତ -ଆମେରିକା, ଭାରତ-ଆମେରିକା ପ୍ରତିରକ୍ଷା ମନ୍ତ୍ରୀ ବୈଠକ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବା ପରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି ।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବା ପରେ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଲୟଡ୍ ଅଷ୍ଟିନ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ଯେଉଁଥିରେ ଉଭୟ ଦେଶ ଚୀନ୍ ବିରୋଧରେ ମିଳିତ ବିବୃତ୍ତି ଜାରି କରିଛନ୍ତି । ଏହି ବୈଠକରେ ଚୀନ୍କୁ ନିଜର ସୀମା ରେଖା ଭିତରେ ରହିବାକୁ ଦୁଇ ଦେଶ ଚେତାବନା ଦେଇଛନ୍ତି ।

ଇଣ୍ଡୋ-ପାସିଫିକ୍ ଉପରେ ବିବୃତ୍ତି
ଭାରତ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ ପରେ ଦୁଇ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି । ଏହି ବୈଠକରେ ଦୁଇ ଦେଶ ରଣନୈତିକ ଏବଂ ସାମରିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକ ପରେ ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ଟୁଇଟ୍ରେ କହିଛନ୍ତି ଯେ ଭାରତ, ଅଷ୍ଟ୍ରେଲିଆ, ଆମେରିକା ଏବଂ ଜାପାନର ମୁଖ୍ୟଙ୍କ ମଧ୍ୟରେ ଅନୁଷ୍ଠିତ ଚତୁର୍ଦ୍ଦଶ ବୈଠକରେ ଭାରତ-ପ୍ରଶାନ୍ତ ମହାସାଗରରେ ମୁକ୍ତ ବାଣିଜ୍ୟ ଏବଂ ସ୍ୱାଧୀନତାକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ' ରାଜନାଥ ସିଂ ଟ୍ୱିଟ୍ରେ କହିଛନ୍ତି ଯେ, ଏହି ବୈଠକରେ ଭାରତ ଏବଂ ଆମେରିକା ମଧ୍ୟରେ ପାରସ୍ପରିକ ସମନ୍ୱୟ ଏବଂ ସହଯୋଗ ରକ୍ଷା କରିବା ନେଇ ପ୍ରତିଶୃତି ଦିଆଯାଇଛି । ଉଭୟ ଦେଶ ଭାରତ-ପ୍ରଶାନ୍ତ ମହାସାଗରରେ ଶାନ୍ତି, ନିରାପତ୍ତା ଏବଂ ସ୍ୱାଧୀନତା ଚାହୁଁଛନ୍ତି ଏବଂ ଉଭୟ ଦେଶ ଭାରତ-ପ୍ରଶାନ୍ତ ମହାସାଗରରେ ନିରାପତ୍ତା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଅନ୍ୟାନ୍ୟ ଆହ୍ୱାନ ଉପରେ ମଧ୍ୟ ଆଲୋଚନା
ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ କହିଛନ୍ତି, ଇଣ୍ଡୋ ପାସିଫିକ ବ୍ୟତୀତ ଆମେ ଅନ୍ୟ ଆହ୍ୱାନ ବିଷୟରେ ମଧ୍ୟ ଆଲୋଚନା କରିଛୁ । ଆମେ ଦୁଇ ଦେଶ ମଧ୍ୟରେ ତୈଳ, ପରିବେଶ ବିପର୍ଯ୍ୟୟ ଏବଂ ଡ୍ରଗ୍ କାରବାର ଉପରେ ପରସ୍ପର ସହ ସହଯୋଗ ବୃଦ୍ଧି ବିଷୟରେ ମଧ୍ୟ ଆଲୋଚନା କରିଛୁ । ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆପଣଙ୍କର ପ୍ରତିରକ୍ଷା ସହଭାଗିତାକୁ ଆହୁରି ମଜବୁତ କରିବା ତଥା ଆଗକୁ ବଢାଇବାକୁ ଭାରତ ପ୍ରତିବଦ୍ଧ । ରାଜନାଥ ସିଂ କହିଛନ୍ତି ଯେ 'ଆମେ ସାମୂହିକ ଦାୟିତ୍ୱ, ସହଯୋଗ, ପରସ୍ପରର ଆବଶ୍ୟକତା ଏବଂ ଦୁନିଆରେ ଦିନକୁ ଦିନ ବୃଦ୍ଧି ପାଉଥିବା ପରିସ୍ଥିତି ବିଷୟରେ ମଧ୍ୟ ଆଲୋଚନା କରାଯାଇଛି । ଏହି ବୈଠକରେ ଦୁଇ ପକ୍ଷରନେତା ନିଷ୍ପତ୍ତି ନେଇଛନ୍ତି ଯେ, ବିଶ୍ୱରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ସ୍ଥାପନ ପାଇଁ ଏକବିଂଶ ଶତାବ୍ଦୀର ଦୁଇ ଦେଶ ସବୁଠାରୁ ଦକ୍ଷ ତଥା ଶକ୍ତିଶାଳୀ ଅଂଶୀଦାର ହେବେ ।












Click it and Unblock the Notifications