Get Updates
Get notified of breaking news, exclusive insights, and must-see stories!

କେଉଁଠୁ ଆରମ୍ଭ ହୋଇଥିଲା କରୋନା ? ଏହାର କାରଣ କହିବ ଆମେରିକା ଗୁଇନ୍ଦା ରିପୋର୍ଟ

କରୋନାର ପ୍ରକୃତ କାରଣ ଓ ଉତ୍ପତ୍ତି ସ୍ଥଳ ବିଷୟରେ ଜଣା ପଡ଼ିପାରେ । ଏ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା ।

corona virus

ନୂଆଦିଲ୍ଲୀ: ସାରା ବିଶ୍ୱକୁ ଦୋହଲାଇ ଦେଇଥିବା କରୋନା ଭାଇରସର ଇତ୍ପତ୍ତି ସ୍ଥଳ କେଉଁଠି ଥିଲା ? କଣ ଥିଲା ଏହା ପଛର କାରଣ ? ଏ ସବୁ ପ୍ରଶ୍ନର ଉତ୍ତର ଜାଣିବାକୁ ଗତ ତିନି ବର୍ଷ ଧରି ସମସ୍ତ ଦେଶ ଲାଗିଛନ୍ତି । ବର୍ତ୍ତମାନ ଏହାର ପ୍ରକୃତ କାରଣ ଓ ଉତ୍ପତ୍ତି ସ୍ଥଳ ବିଷୟରେ ଜଣା ପଡ଼ିପାରେ । ଏ ନେଇ ଏକ ରିପୋର୍ଟ ପ୍ରସ୍ତୁତ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା ।

ଏହା ପରେ ଆମେରିକାର ଗୁଇନ୍ଦା ରିପୋର୍ଟକୁ ସାର୍ବଜନୀନ କରିବା ପାଇଁ ଆମେରିକାର ପ୍ରତିନିଧି ସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହିତ ହୋଇଛି । ପ୍ରସ୍ତାବ ସପକ୍ଷରେ 419 ଭୋଟ ମିଳିଥିବାବେଳେ ବିପକ୍ଷରେ ଗୋଟିଏ ବି ଭୋଟ ପଡିନାହିଁ ।

ରାଷ୍ଟ୍ରପତି ଜୋ ବାଇଡେନଙ୍କ ଚୂଡ଼ାନ୍ତ ଅନୁମୋଦନ ଲାଗି ଏହି ପ୍ରସ୍ତାବ କୁ ପଠାଯାଇଛି । ତେବେ ଏହି ପ୍ରସ୍ତାବକୁ ରାଷ୍ଟ୍ରପତି ସମ୍ମତି ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ତିନି ବର୍ଷ ତଳେ ସୃଷ୍ଟି ହୋଇଥିବା ଭୟଙ୍କର ମହାମାରୀକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି । ହ୍ବାଇଟ୍‌ ହାଉସ୍‌ କହିଛି ଯେ, ଏହି ଗୃହୀତ ଚିଠାର ସମୀକ୍ଷା କରାଯାଉଛି ।

ଉକ୍ତ ଚିଠାରେ ସ୍ବାକ୍ଷର କରିବେ କି, ନାହିଁ ବୋଲି ପଚରା ଯିବାରୁ ଶୁକ୍ରବାର ରାତିରେ ବାଇଡେନ୍‌ କହିଲେ, ଏଯାବତ୍‌ ମୁଁ ନିଷ୍ପତ୍ତି ଗ୍ରହଣ କରିନାହିଁ। ଯଦି ରାଷ୍ଟ୍ରପତିଙ୍କ ସ୍ବାକ୍ଷର ପାଇ ଏହା ଆଇନରେ ପରିଣତ ହୁଏ, ତେବେ 90 ଦିନ ମଧ୍ୟରେ ଗୁଇନ୍ଦା ରିପୋର୍ଟ ସାର୍ବଜନୀନ ହେବ।

କେଉଁଠାରୁ ଏହି ଭାଇରସର ଉତ୍ପତ୍ତି ଘଟିଛି ତାହାକୁ ନେଇ ନାନା ପ୍ରକାର ମତ ପ୍ରକାଶ ପାଇଆସିଛି । ଆମେରିକା ହାଉସ ଇଣ୍ଟେଲିଜେନସ କମିଟିର ଅଧ୍ୟକ୍ଷ କହିଛନ୍ତି କୋଭଡ-19 ସମ୍ପର୍କିତ ସମସ୍ତ ତଥ୍ୟ ସମ୍ପର୍କରେ ଜାଣିବା ଲାଗି ଆମେରିକୀୟମାନଙ୍କ ଅଧିକାର ରହିଛି । ଏହି ଭୟାନକ ଭୂତାଣୁ ବାସ୍ତବରେ କୌଣସି ଲାବରେଟୋରିରୁ ଉତ୍ପତ୍ତି ହୋଇଛି ନା ସ୍ୱାଭାବିକ ଭାବେ ସୃଷ୍ଟି ହୋଇଛି ତାହାର ସତ୍ୟତା ସ୍ପଷ୍ଟ ହେବା ଆବଶ୍ୟକ ।

ବିଶେଷ କରି ଚୀନର ଉହ୍ୱାନ ଇନଷ୍ଟିଚ୍ୟୁଟ ଅଫ ଭିରୋଲୋଜିରୁ ଏହି ଭୂତାଣୁର ଉତ୍ପତ୍ତି ଘଟିଛି ବୋଲି ବିଭିନ୍ନ ମହଲରୁ ଆଶଙ୍କା କରାଯାଉଥିବାବେଳେ ଆମେରିକୀୟ ଗୁଇନ୍ଦା ରିପୋର୍ଟ କଣ କହୁଛି ସେ ସମ୍ପର୍କରେ ସସପେନସ ଜାରି ରହିଛି । ଏହି ଭୟାନକ ସଂକ୍ରମଣକୁ ଏକ ମହାମାରୀ ବୋଲି ଗତ 2020 ମାର୍ଚ୍ଚ 11 ତାରିଖରେ ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କୋଭିଡର ଚୀନ ଲିଙ୍କ୍ ନେଇ ମଧ୍ୟ ଆମେରିକୀୟ ଗୁଇନ୍ଦା ସଂସ୍ଥାରେ ମତପାର୍ଥକ୍ୟ ଜାରି ରହିଛି । ଓ୍ବାର୍ଲଡୋମିଟରର ସୂଚନା ଅନୁସାରେ ଏହି ମହାମାରୀରେ କେବଳ ଆମେରିକାର 10 ଲକ୍ଷ ଲୋକଙ୍କ ସମେତ ବିଶ୍ୱର 68 ଲକ୍ଷ ଲୋକଙ୍କ ପ୍ରାଣହାନି ହୋଇଥିଲା । ବିଶ୍ୱରେ ପ୍ରାୟ 68 କୋଟି 14 ଲକ୍ଷ ଲୋକ ସଂକ୍ରମିତ ହୋଇଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+