କୋଭିଡ ଟିକା ର ବୁଷ୍ଟର ଡୋଜକୁ ଅନୁମତି ଦେଲା ଆମେରିକା
ଶନିବାର ଦିନ ଆମେରିକାର ଏଫଡିଏ ପରାମର୍ଶଦାତା କମିଟି 65 ବର୍ଷରୁ ଅଧିକ ବୟସ୍କ ଏବଂ ଅଧିକ ବିପଦଜ୍ଜନକ ରୋଗୀଙ୍କ ପାଇଁ ଫାଇଜର ବୁଷ୍ଟର ଡୋଜ୍ ବ୍ୟବହାରକୁ ଅନୁମୋଦନ କରିଛି ।
ୱାଶିଂଟନ୍ : କରୋନା ଭାଇରସ ବିରୁଦ୍ଧରେ କୋଭିଡ ଟିକା ର ବୁଷ୍ଟର ଡୋଜକୁ ମିଳିଲା ଅନୁମତି । ଶନିବାର ଦିନ ଆମେରିକାର ଏଫଡିଏ ପରାମର୍ଶଦାତା କମିଟି 65 ବର୍ଷରୁ ଅଧିକ ବୟସ୍କ ଏବଂ ଅଧିକ ବିପଦଜ୍ଜନକ ରୋଗୀଙ୍କ ପାଇଁ ଫାଇଜର ବୁଷ୍ଟର ଡୋଜ୍ ବ୍ୟବହାରକୁ ଅନୁମୋଦନ କରିଛି । ଏଥି ସହିତ, ଆମେରିକାର FDA ପରାମର୍ଶଦାତା କମିଟି 16 ବର୍ଷରୁ ଅଧିକ ଯୁବକମାନଙ୍କ ପାଇଁ ଫାଇଜର ବୁଷ୍ଟର୍ ସଟ୍ ଅନୁମୋଦନକୁ ଦୃଢ ବିରୋଧ କରିଥିଲେ ।

ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନର ପରାମର୍ଶଦାତାଙ୍କୁ ନେଇ ଗଠିତ ଏକ ବିଶେଷଜ୍ଞ ପ୍ୟାନେଲ୍ 16 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ଉପରେ COVID-19 ର ବୁଷ୍ଟର୍ ଡୋଜ ବ୍ୟବହାର ବିରୁଦ୍ଧରେ ଭୋଟ୍ ଦେଇଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ଆମେରିକାରେ ଡେଲଟା ଭାରିଆଣ୍ଟର ବୃଦ୍ଧି ମଧ୍ୟରେ ବିଶେଷଜ୍ଞମାନେ କରୋନା ଭାଇରସ୍ ରୋଗୀଙ୍କୁ ଅତିରିକ୍ତ ସୁରକ୍ଷା ପାଇଁ ବୁଷ୍ଟର ଡୋଜ୍ ଦେବାକୁ ସୁପାରିଶ କରିଥିଲେ । ବିଶେଷଜ୍ଞଙ୍କ ଏହି ଅନୁରୋଧ ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ଖୁବ୍ ଶୀଘ୍ର ସମସ୍ତ ଆମେରିକୀୟଙ୍କ ପାଇଁ ବୁଷ୍ଟର ଡୋଜ ଉପଲବ୍ଧ ହେବ । ଏହା ଉଲ୍ଲେଖ କରିବା ଉଚିତ ଯେ ଅନେକ ଦେଶ କୋଭିଡ ବୁଷ୍ଟର ଡୋଜ ଉପରେ କାର୍ଯ୍ୟ କରୁଛନ୍ତି, ଯଦିଓ ଭାରତରେ ବୁଷ୍ଟର ଡୋଜ ବିଷୟରେ ପ୍ରଶ୍ନ ଉଠିଛି ଯେ ଏଠାରେ କେବେ ଅନୁମୋଦନ ମିଳିବ ?
US FDA advisory committee approves Pfizer COVID booster shots for over-65s and high-risk people: AFP
— ANI (@ANI) September 17, 2021
ବୁଷ୍ଟର ଡୋଜ ଉପରେ କଣ କହିଛନ୍ତି ଡକ୍ଟର ଭି.କେ ପାଲ୍ ?
ଡକ୍ଟର ଭି.କେ ପାଲ କହିଛନ୍ତି ଯେ କରୋନାର ଟିକା ବୁଷ୍ଟର ଡୋଜ ଉପରେ ବର୍ତ୍ତମାନ ବହୁତ କମ୍ ତଥ୍ୟ ଉପଲବ୍ଧ ଅଛି । ବୁଷ୍ଟର୍ ଡୋଜର ଆବଶ୍ୟକତା ଦେଖିବା ପାଇଁ କୋଭାକ୍ସିନ୍ ଏକ ଅନୁସନ୍ଧାନ କରୁଛି । ଡକ୍ଟର ଭି.କେ ପାଲ କହିଛନ୍ତି, 'WHO ବର୍ତ୍ତମାନ ସମୟରେ ବୁଷ୍ଟର ଡୋଜର ଆବଶ୍ୟକତା ଉପରେ କିଛି କହିନାହିଁ ଏବଂ ବର୍ତ୍ତମାନ ପାଇଁ ଆମର ଧ୍ୟାନ ସମସ୍ତଙ୍କୁ ଦୁଇଟି ଡୋଜରେ ଟୀକାକରଣ କରାଇବା ।' ଏଥି ସହିତ, AIIMS ନିର୍ଦ୍ଦେଶକ ଡ଼ ରଣଦୀପ ଗୁଲେରିଆ ପୂର୍ବରୁ କହିଥିଲେ ଯେ କୋଭିଡ -19 ର ତୃତୀୟ ଲହରକୁ ଏଡାଇବା ପାଇଁ ଏକ ବୁଷ୍ଟର ଡୋଜ ଲାଭଦାୟକ ହୋଇପାରେ, କିନ୍ତୁ ଆମ ନିକଟରେ ଏନେଇ ପର୍ଯ୍ୟାପ୍ତ ତଥ୍ୟ ନାହିଁ, ତେଣୁ ପ୍ରକୃତ ଆକଳନ ବର୍ତ୍ତମାନ କୁହାଯାଇପାରିବ ନାହିଁ ।












Click it and Unblock the Notifications