ଆମେରିକାରେ ଟ୍ରମ୍ପ ସମର୍ଥକଙ୍କ ହିଂସାକାଣ୍ଡ : ପୋଲିସ୍ ଗୁଳିରେ 4 ମୃତ
ଆମେରିକାର କ୍ୟାପିଟାଲ ଗୃହ ଭିତରେ ହୋଇଛି ହିଂସାକାଣ୍ଡ । ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଅସନ୍ତୁଷ୍ଟ ହୋଇ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମାନେ ହିଂସାକାଣ୍ଡ ଭିଆଇଛନ୍ତି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ।
ଆମେରିକାର କ୍ୟାପିଟାଲ ଗୃହ ଭିତରେ ହୋଇଛି ହିଂସାକାଣ୍ଡ । ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଅସନ୍ତୁଷ୍ଟ ହୋଇ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ମାନେ ହିଂସାକାଣ୍ଡ ଭିଆଇଛନ୍ତି । ଏଥିରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି । ଡୋନାଲ୍ଡଙ୍କ ସମର୍ଥକ ମାନେ ହିଂସାକାଣ୍ଡ ଭିଆଇବା ଫଳରେ ସେଟାରେ ସୁରକ୍ଷା କର୍ମୀଙ୍କୁ ମୁତୟନ କରାଯାଇଥିଲା । ଏହି ହିଂସାରେ ପୋଲିସ୍ ଗୁଳିରେ ଜଣେ ମହିଳାଙ୍କ ସମେତ ଅନ୍ୟ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଶିଂଟନ୍ ଡିସି ପୋଲିସ୍ ମୁଖ୍ୟ ରବର୍ଟ କଣ୍ଟି ସୂଚନା ଦେଇଛନ୍ତି ।
ଏହା ସହିତ ଦୁଇଟି ପାଇପ୍ ବୋମା ଉଦ୍ଧାର କରାଯାଇଛି । ସେଥିରୁ ଗୋଟିଏ ଡେମୋକ୍ରାଟିକ୍ ନ୍ୟାସନାଲ କମିଟି ବାହାରୁ ମିଳିଥିବା ବେଳେ ଅନ୍ୟଟି ରିପବ୍ଲିକାନ୍ ନ୍ୟାସନାଲ କମିଟି ବାହାରୁ ଉଦ୍ଧାର କରାଯାଇଛି । ଏହା ବ୍ୟତୀତ କ୍ୟାପିଟାଲ ପଡିଆରେ ଏକ ଗାଡ଼ିରୁ ବହୁ ପରିମାଣର ବନ୍ଧୁକ ଓ ମଲୋଟୋଭ କକଟେଲ ମିଳିଥିବା ପୋଲିସ୍ ସୂଚନା ଦେଇଛି ।

ଟ୍ରମ୍ପ ସମର୍ଥକମାନେ କ୍ୟାପିଟାଲ ଗୃହ ଉପରେ ଆକ୍ରମଣ କରିବା ପରେ ମେୟର ମୁରିଏଲ ବୋଉସର୍ କର୍ଫ୍ୟୁ ଜାରି କରିଛନ୍ତି । ଅଧିକାରୀ କହିଛନ୍ତି ଯେ, ଟ୍ରମ୍ପ ସମର୍ଥକଙ୍କ ଏହି ହିଂସାକାଣ୍ଡକୁ ଚାରି ଘଣ୍ଟା ମଧ୍ୟରେ ଦମନ କରିବାପରେ ଏବ କ୍ୟାପିଟାଲ ଗୃହ ସୁରକ୍ଷିତ ଅଛି । ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ସଶସ୍ତ୍ର ପୋଲିସ୍ ବାହିନୀ ମୁତୟନ କରାଯାଇଛି ।
ବିଡେନ କହିଛନ୍ତି...
ନବ ନିର୍ବାଚିତ ରାଷ୍ଟ୍ରପତି ବିଡେନ କହିଛନ୍ତି ଯେ, ଆମେରିକାର ଏଭଳି ପରିସ୍ଥିତିକୁ ଦେଖି ସେ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ । ଆମର ଗଣତନ୍ତ୍ର ଆକ୍ରମଣର ଶିକାର ହୋଇଛି । ଲୋକ ପ୍ରତିନିଧୀଙ୍କ ଉପରେ ଆକ୍ରମଣ ହୋଇଛି ଏବଂ କ୍ୟାପିଟାଲ ହିଲ ପୋଲିସ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଶପଥ ନେଇଛି । ଆମର ଗଣତନ୍ତ୍ରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀମାନେ ଆମର ହାର୍ଟ ବୋଲି ବୋଲି ବିଡେନ ଦେଶକୁ ସମ୍ବୋଧିତ କରି କହିଛନ୍ତି ।












Click it and Unblock the Notifications