ଆମେରିକା ବ୍ୟାଙ୍କ ଉପରେ ସଙ୍କଟ, 6 ବ୍ୟାଙ୍କ ବୁଡ଼ିଯିବାର ଆଶଙ୍କା
ସିଗ୍ନେଚର ବ୍ୟାଙ୍କର ଋଣ ମୂଲ୍ୟାୟନକୁ ଡାଉନଗ୍ରେଡ୍ କରି ଜଙ୍କ ଟେରିଟୋରୀ ରେ ସାମିଲ କରିବା ପରେ ଆଉ 6 ଟି ଆମେରିକୀୟ ବ୍ୟାଙ୍କକୁ ସମୀକ୍ଷା ଅଧୀନରେ ରଖିଛନ୍ତି ।

ଆମେରିକାରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ (ଏସଭିବି) ର ଦେବାଳିଆ ହେବାର କିଛି ଦିନ ମଧ୍ୟରେ ସିଗ୍ନେଚର ବ୍ୟାଙ୍କ ମଧ୍ୟ ସାମୟିକ ଭାବେ ବନ୍ଦ ହୋଇଯାଇଛି । ଏହା ଆମେରିକାର ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଏକ ଅଡୁଆ ସୃଷ୍ଟି କରିଛି । ବ୍ୟାଙ୍କଗୁଡିକର ସେୟାରଗୁଡିକ ହ୍ରାସ ପାଉଛି । ତେବେ ଆମେରିକାର ରେଗୁଲେଟର୍ସ ଏବଂ ଫେଡେରାଲ ରିଜର୍ଭ ନିଶ୍ଚିତ କରିଛନ୍ତି ଯେ ପରିସ୍ଥିତି 2008 କିମ୍ବା ଲେହମାନ ବ୍ରଦର୍ସ ଭଳି ନୁହେଁ । କିନ୍ତୁ ତଥାପି ରେଟିଂ ଏଜେନ୍ସିମାନେ ଏଥିରେ ସହମତ ନୁହଁନ୍ତି । ଆର୍ଥିକ ସଙ୍କଟକୁ ଦୃଷ୍ଟିରେ ରଖି ମୁଡି ଇନଭେଷ୍ଟର୍ସ ସର୍ଭିସ ଆଉ 6 ଟି ବ୍ୟାଙ୍କକୁ ସମୀକ୍ଷା କରିଛି ।
ସିଗ୍ନେଚର ବ୍ୟାଙ୍କର ଋଣ ମୂଲ୍ୟାୟନକୁ ଡାଉନଗ୍ରେଡ୍ କରି ଜଙ୍କ ଟେରିଟୋରୀ ରେ ସାମିଲ କରିବା ପରେ ଆଉ 6 ଟି ଆମେରିକୀୟ ବ୍ୟାଙ୍କକୁ ସମୀକ୍ଷା ଅଧୀନରେ ରଖିଛନ୍ତି । ଏହି ବ୍ୟାଙ୍କଗୁଡିକ ହେଉଛି ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କ, ଜିଓନ୍ସ ବ୍ୟାନକର୍ପୋରେସନ୍, ୱେଷ୍ଟର୍ଣ୍ଣ ଆଲିଆନ୍ସ୍ ବ୍ୟାନକର୍ପ, କୋମେରିକା ଇଙ୍କ, ୟୁଏମବି ଫାଇନାନ୍ସିଆଲ୍ କର୍ପ ଏବଂ ଇଣ୍ଟ୍ରଷ୍ଟ ଫାଇନାନ୍ସିଆଲ୍ କର୍ପୋରେସନ୍ । ମୁଡିସ୍ ମଧ୍ୟ ଏହି ବ୍ୟାଙ୍କର ରେଟିଂକୁ ଡାଉନଗ୍ରେଡ୍ କରିଛି । ଏହା ସହିତ, ମୁଡିସ୍ ବ୍ୟାଙ୍କ ଜମାକାରୀଙ୍କୁ ବୀମାଭୁକ୍ତ ଜମା ଉପରେ ନିର୍ଭରଶୀଳତା ଏବଂ ସେମାନଙ୍କ ସମ୍ପତ୍ତି ପୋର୍ଟଫୋଲିଓରେ କ୍ଷତି ହେବାର ଆଶଙ୍କା ବିଷୟରେ ଚେତାବନୀ ଦେଇଛି ।
ସୋମବାର ମୁଡିଜ୍ ନ୍ୟୁୟର୍କ ଭିତ୍ତିକ ସାଇନିଂ ବ୍ୟାଙ୍କର ଋଣ ମୂଲ୍ୟାୟନକୁ ଡାଉନଗ୍ରେଡ୍ କରି ଜଙ୍କ ଟୋରିଟୋରୀରେ ସାମିଲ କରିଥିଲା । ଆପଣଙ୍କୁ କହି ରଖୁଛୁ ମୁଡିଜ୍ ପୂର୍ବରୁ ସିଗ୍ନଚର ବ୍ୟାଙ୍କକୁ 'ସି' ରେଟିଂ ଦେଇଥିଲା । ଆମେରିକାର ବ୍ୟାଙ୍କିଙ୍ଗ କ୍ଷେତ୍ର ପାଇଁ ମୁଡିଜ୍ ର ଏହି ପଦକ୍ଷେପ ଏକ ପ୍ରମୁଖ ପ୍ରତିବନ୍ଧକ ଭାବରେ ବିବେଚନା କରାଯାଉଛି ।
ରବିବାର ଦିନ ଆମେରିକାର ରେଗୁଲେଟୋରୀ ଦ୍ୱାରା ସିଗ୍ନେଚର ବ୍ୟାଙ୍କକୁ ବନ୍ଦ କରି ଦିଆଯାଇଥିଲା, ଯାହାକି ଆମେରିକାର ବ୍ୟାଙ୍କିଙ୍ଗ ଇତିହାସରେ ତୃତୀୟ ବୃହତ୍ତମ ବିପର୍ଯ୍ୟୟ ବୋଲି କୁହାଯାଉଛି । ଏଥି ସହିତ, ଏହାର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ଶୁକ୍ରବାର ଦିନ ସିଲିକନ୍ ଭ୍ୟାଲି ବ୍ୟାଙ୍କ ବନ୍ଦ ହୋଇଯାଇଥିଲା ।
ଉଲ୍ଲେଖଯୋଗ୍ୟ, ଆମେରିକାର ବ୍ୟାଙ୍କଗୁଡିକର ସେୟାରରେ ହ୍ରାସ ରେକର୍ଡ କରାଯାଉଛି । ସାନ ଫ୍ରାନ୍ସିସ୍କୋ ଭିତ୍ତିକ ଫାଷ୍ଟ ରିପବ୍ଲିକ୍ ବ୍ୟାଙ୍କର ସେୟାର ସୋମବାର ରେକର୍ଡ 62% ହ୍ରାସ ପାଇଥିବାବେଳେ ଫିନିକ୍ସ ଭିତ୍ତିକ ୱେଷ୍ଟର୍ଣ୍ଣ ଆଲାଇନ୍ସ 47% ହ୍ରାସ ପାଇଛି । ଡାଲାସ୍ ଭିତ୍ତିକ କୋମେରିକା 28 ପ୍ରତିଶତ ହ୍ରାସ ହୋଇଛି । UMB ଫାଇନାନ୍ସିଆଲ୍ କର୍ପୋରେସନର ସେୟାର ପ୍ରାୟ 16 ପ୍ରତିଶତ ହ୍ରାସ ପାଇଛି । Zions Bancorporation ର ସେୟାରଗୁଡିକ ପ୍ରାୟ 26 ପ୍ରତିଶତ ହ୍ରାସ ପାଇଛି । ଏହି କାରଣରୁ ଆର୍ଥିକ ସଙ୍କଟ ବୃଦ୍ଧି ହେବାର ସମ୍ଭାବନା ଅଛି ।












Click it and Unblock the Notifications