48 ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଲା ଆମେରିକା, କାବୁଲ ଆତଙ୍କବାଦୀ ଆକ୍ରମଣକାରୀ ଉପରେ କଲା ଏୟାର ଷ୍ଟ୍ରାଇକ
କାବୁଲ ବିମାନବନ୍ଦରରେ ଆଇଏସ୍ଆଇଏସ୍ (କେ) ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା । ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ବିରୋଧରେ 48 ଘଣ୍ଟା ମଧ୍ୟରେ ଆମେରିକା ଏୟାର ଷ୍ଟାଇକ କରି ଏହାର ପ୍ରତିଶୋଧ ନେଇଛି ।
କାବୁଲ : କାବୁଲ ବିମାନବନ୍ଦରରେ ଆଇଏସ୍ଆଇଏସ୍ (କେ) ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଆମେରିକା । ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ବିରୋଧରେ 48 ଘଣ୍ଟା ମଧ୍ୟରେ ଆମେରିକା ଏୟାର ଷ୍ଟାଇକ କରି ଏହାର ପ୍ରତିଶୋଧ ନେଇଛି । ପେଣ୍ଟାଗନ୍ ଅନୁଯାୟୀ, ଆମେରିକାର ସୈନ୍ୟବାହିନୀ ଦ୍ୱାରା କରାଯାଇଥିବା ଡ୍ରୋନ୍ ଷ୍ଟ୍ରାଇକେ ଆଇଏସ୍ ସଂଗଠନର 'ଷଡଯନ୍ତ୍ରକାରୀ' ଙ୍କୁ ଟାର୍ଗେଟ କରାଯାଇଥିଲା । ଏହି ଆକ୍ରମଣରେ ଷଡଯନ୍ତ୍ରକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ ର ଜଣେ ମୁଖପାତ୍ର କହିଛନ୍ତି ଯେ ଆଫଗାନିସ୍ତାନର ନାଙ୍ଗର ପ୍ରଦେଶରେ ଆମେ ଏକ ମାନବ ବିହୀନ ବିମାନ ଆକ୍ରମଣ କରିଛୁ । ଯାହା ଇସଲାମିକ୍ ଷ୍ଟେଟର ଏକ ଗଡ଼ ବୋଲି ବିବେଚନା କରାଯାଏ । ପ୍ରାରମ୍ଭିକ ସୂଚନାନୁସାରେ, ଆମେ ଟାର୍ଗେଟକୁ ଆଘାତ କରିଛୁ ଏବଂ ଷଡ଼ଯନ୍ତ୍ରକାରୀଙ୍କୁ ହତ୍ୟା କରାଯାଇଛି, କୌଣସି ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇନାହିଁ ।
AFP ନ୍ୟୁଜ୍ ଏଜେନ୍ସି ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍ ବିବୃତ୍ତିକୁ ନେଇ ଏହି ଖବରକୁ ନିଶ୍ଚିତ କରିଛି ଯେ ଆଫଗାନିସ୍ତାନରେ ଇସଲାମିକ୍ ଷ୍ଟେଟ୍ର 'ଯୋଜନାକାରୀ' ବିରୋଧରେ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି । ଆମେରିକା ସମସ୍ତ ନାଗରିକଙ୍କୁ ଯଥାଶୀଘ୍ର କାବୁଲ ବିମାନବନ୍ଦରର ଗେଟ ଛାଡିବାକୁ କହିଛି ।












Click it and Unblock the Notifications