ତୀସ୍ତା ସୀତଲୱାଡ଼ଙ୍କ ଗିରଫଦାରୀକୁ ଜାତିସଂଘର ଅଧିକାରୀଙ୍କ ନିନ୍ଦା, କହିଲେ 'ମାନବିକ ଅଧିକାରର ସୁରକ୍ଷା ଅପରାଧ ନୁହେଁ'
ଗୁଜୁରାଟର ଜଣେ ମହିଳା କାର୍ଯ୍ୟକର୍ତ୍ତା ତୀସ୍ତା ସୀତଲୱାଡ଼ଙ୍କ ଗିରଫଦାରୀକୁ ମିଳିତ ଜାତିସଂଘର ଜଣେ ଅଧିକାରୀ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ମାନବିକ ଅଧିକାରର ସୁରକ୍ଷା କରିବା ଅପରାଧ ନୁହେଁ ।
ନୂଆଦିଲ୍ଲୀ : ଗୁଜୁରାଟର ଜଣେ ମହିଳା କାର୍ଯ୍ୟକର୍ତ୍ତା ତୀସ୍ତା ସୀତଲୱାଡ଼ଙ୍କ ଗିରଫଦାରୀକୁ ମିଳିତ ଜାତିସଂଘର ଜଣେ ଅଧିକାରୀ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ ମାନବିକ ଅଧିକାରର ସୁରକ୍ଷା କରିବା ଅପରାଧ ନୁହେଁ । ମିଳିତ ଜାତିସଂଘର ସ୍ୱତନ୍ତ୍ର ଦୂତ ମେରି ଲାଁଲର ତୀସ୍ତା ଙ୍କୁ ସମର୍ଥନ କରିବା ସହ ସରକାରଙ୍କ କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି ।

ମିଳିତ ଜାତିସଂଘର ସ୍ୱତନ୍ତ୍ର ଦୂତ ମେରି ଲାଁଲର ଗୁଜୁରାଟ ସରକାର ତୀସ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣକୁ ନେଇ ଗଭୀର ଉଦବେଗ ପ୍ରକାଶ କରି କହିଛନ୍ତି ଯେ, "ଘୃଣା ଏବଂ ଭେଦଭାବ ବିରୋଧରେ ତୀସ୍ତା ଏକ ଦୃଢ ସ୍ୱର ।
ଆପଣଙ୍କୁ କହି ରଖୁଛୁ 2002 ମସିହାରେ ଗୁଜୁରାଟ ଦଙ୍ଗା ପାଇଁ ଏହି ପ୍ରସଙ୍ଗକୁ କ୍ରମାଗତ ଭାବରେ ଉଠାଉଥିବା ଲୋକଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ । ସୁପ୍ରିମକୋର୍ଟଙ୍କ ତାଗିଦର ଗୋଟିଏ ଦିନ ପରେ ଗୁଜୁରାଟ ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ୱାଡ ତୀସ୍ତା ସୀତଲୱାଡ଼ଙ୍କୁ ମୁମ୍ବାଇରୁ ଗିରଫ କରିଥିଲା । ଏହି ସମୟରେ, ତୀସତ୍ତା ସୀତଲୱାଡ଼ଙ୍କୁ ଗିରଫ ହେବାର କିଛି ଘଣ୍ଟା ପରେ, ଭାରତର ଗୃହମନ୍ତ୍ରୀ ଅମିତ ଶାହା ନ୍ୟୁଜ ଏଜେନ୍ସି ANI କୁ ଦେଇଥିବା ଏକ ସାକ୍ଷାତକାରରେ 2002 ଗୁଜୁରାଟ ଦଙ୍ଗା ବିଷୟରେ ପୋଲିସକୁ ଭିତ୍ତିହୀନ ସୂଚନା ଦେଇଥିବା ନେଇ ତୀସ୍ତା ସୀତଲୱାଡ଼ ଦ୍ୱାରା ପରିଚାଳିତ ଏନଜିଓକୁ ଦାୟୀ କରିଛନ୍ତି ।












Click it and Unblock the Notifications