ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ କାର ସହିତ ଅନ୍ୟ ଗାଡ଼ିର ଧକ୍କା ହୋଇ ସାମାନ୍ୟ ଆହତ
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ୟୁକ୍ରେନ ମିଡିଆ ପୋର୍ଟାଲ ଦି କାଇଭ ଇଣ୍ଡିପେଣ୍ଡେଣ୍ଟ କହିଛି ଯେ ଜେଲେନସ୍କିଙ୍କ କାର ଅନ୍ୟ ଏକ କାର ସହ ଧକ୍କା ହୋଇଛି । କିନ୍ତୁ ସେ ଗୁରୁତର ଆହତ ହୋଇନାହାଁନ୍ତି ।
କ୍ୱିଭ୍ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ୟୁକ୍ରେନ ମିଡିଆ ପୋର୍ଟାଲ ଦି କାଇଭ ଇଣ୍ଡିପେଣ୍ଡେଣ୍ଟ କହିଛି ଯେ ଜେଲେନସ୍କିଙ୍କ କାର ଅନ୍ୟ ଏକ କାର ସହ ଧକ୍କା ହୋଇଛି । କିନ୍ତୁ ସେ ଗୁରୁତର ଆହତ ହୋଇନାହାଁନ୍ତି । ଜେଲେନସ୍କିଙ୍କ ମୁଖପାତ୍ର ସେରହି ନ୍ୟାକିଫୋରୋଭ ସେପ୍ଟେମ୍ବର 15 ରେ ଏକ ଫେସବୁକ ପୋଷ୍ଟରେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ କାର ସହିତ ଅନ୍ୟ ଏକ ଗାଡ଼ି ଧକ୍କା ହୋଇଛି । ଏଥିରେ କେହି ଗୁରୁତର ଆହତ ହୋଇନାହାଁନ୍ତି ।

ମିଡିଆ ପୋର୍ଟାଲ ଅନୁଯାୟୀ, ଦୁର୍ଘଟଣା ପରେ ଡାକ୍ତର ରାଷ୍ଟ୍ରପତି ଜେଲେନସ୍କିଙ୍କ ଡାକ୍ତରୀ ପରୀକ୍ଷା କରିଥିଲେ । ଏହା ପରେ କୁହାଯାଇଥିଲା ଯେ ଜେଲେନସ୍କି ଗୁରୁତର ଆହତ ହୋଇନାହାଁନ୍ତି । ଜେଲେନସ୍କିଙ୍କ ସହ ଥିବା ଡାକ୍ତରୀ ଦଳ ତାଙ୍କ ଡ୍ରାଇଭରକୁ ପ୍ରାଥମିକ ଚିକିତିସା ଦେଇ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନ୍ୟାକିଫୋରୋଭ କହିଛନ୍ତି ଯେ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ ।
ରୁଷ୍ କବଳରୁ ମୁକ୍ତ ହୋଇଥିବା ଖାର୍କିଭ୍ ଅଞ୍ଚଳର ଇଜିୟମ୍ ନଗରୀରେ ସୈନିକମାନଙ୍କୁ ଭେଟି ଜେଲେନ୍ସ୍କି କିବ୍ ପ୍ରତ୍ୟାବର୍ତ୍ତନ କରୁଥିଲେ । ବୋଧହୁଏ କାର୍ ଦୁର୍ଘଟଣା ଯୋଗୁଁ ଜେଲେନ୍ସ୍କି ଯୁଦ୍ଧ ସମୟରେ ଦେଉଥିବା ରାତ୍ରକାଳୀନ ଭିଡିଓ ସମ୍ବୋଧନ ପୋଷ୍ଟ୍ କରିବାରେ ବିଳମ୍ବ ହୋଇଥିଲା । ଏଥିରେ ଜେଲେନ୍ସ୍କି ସୂଚନା ଦେଇ କହିଛନ୍ତି କି, ଏହିକ୍ଷଣି ସେ ଖାର୍କିଭ୍ ଅଞ୍ଚଳରୁ ଫେରିଛନ୍ତି ଏବଂ ଭୀଷଣ ପ୍ରତିଆକ୍ରମଣ କରାଯାଇ ସେ ଅଞ୍ଚଳରୁ ରୁଷ୍ ଅକ୍ତିଆରରୁ ମୁକ୍ତ କରାଯାଇଛି । ଏହା ଆମ ସୈନିକମାନଙ୍କ ପାଇଁ ଅଭୂତପୂର୍ବ ସମୟ । କାରଣ ଅନେକ ଯାହା ଅସମ୍ଭବ ମନେକରୁଥିଲେ, ୟୁକ୍ରେନୀୟମାନେ ତାହା ପୁନର୍ବାର ସମ୍ଭବ କରିଛନ୍ତି ।
ଏଠାରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରୁଛି । ପୂର୍ବର କିଛି ଅଂଶରେ ମସ୍କୋର କବଜା ଉପରେ ଆକ୍ରମଣ କରି କ୍ୱିଭ୍ ଏକ ବଡ଼ ଝଟକା ଦେଇଛି ।












Click it and Unblock the Notifications