ମା କାଳୀ ପୋଷ୍ଟର ବିବାଦ, ଭୁଲ୍ ମାଗିଲା ୟୁକ୍ରେନ୍; ଟ୍ୱିଟରରୁ ହଟାଇଲା ଫଟୋ

ନୂଆଦିଲ୍ଲୀ : ଦୁଇ ଦିନ ପୂର୍ବେ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ହିନ୍ଦୁ ଦେବୀ ମା' କାଳୀଙ୍କ ଏକ ଆପତ୍ତିଜନକ ଫଟୋ ଟ୍ୱିଟ କରିଥିଲା । ଏହାକୁ ନେଇ ୟୁକ୍ରେନ ବିରୋଧରେ ଭାରତୀୟ ଅସନ୍ତୋଷ ପ୍ରକାଶ କରିଥିଲେ ।
ପ୍ରାୟ 24 ଘଣ୍ଟା ପରେ ୟୁକ୍ରେନ୍ ଏହି ଟ୍ୱିଟକୁ ହଟାଇ ଦେଇଛି । କିନ୍ତୁ ଦୁଇ ଦିନ ପରେ ୟୁକ୍ରେନ ର ଜ୍ଞାନ ଉଦୟ ହୋଇଛି । ଏହା ପରେ ବର୍ତ୍ତମାନ ୟୁକ୍ରେନ ମନ୍ତ୍ରୀ କ୍ଷମା ମାଗିଛନ୍ତି ।
ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମୀନ୍ ଜାପାରୋୱଆ ମଙ୍ଗଳବାର ଦିନ ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦେବୀ କାଳୀଙ୍କ ଫଟୋ ଟ୍ୱିଟ୍ କୁ ନେଇ କ୍ଷମା ମାଗିଛନ୍ତି । ଆପତ୍ତିଜନକ ଫଟୋ ପାଇଁ ଭାରତୀୟମାନେ ୟୁକ୍ରେନକୁ ତାଗିଦ୍ କରିଥିଲେ ଏବଂ ୟୁକ୍ରେନକୁ ମାନବିକ ସହାୟତା ବନ୍ଦ କରିବାକୁ ଭାରତ ସରକାର ଦାବି କରିଥିଲେ ସେତେବେଳେ ୟୁକ୍ରେନ ମନ୍ତ୍ରୀ କ୍ଷମା ମାଗିଛନ୍ତି ।
ୟୁକ୍ରେନର ଉପ ବୈଦେଶିକ ମନ୍ତ୍ରୀ ଏମିନ୍ ଜାପାରୋୱା କହିଛନ୍ତି, "ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ମାତା ଦେବୀ କାଳୀଙ୍କ ବିକୃତ ଫଟୋ ପୋଷ୍ଟ କରିଥିଲେ, ଆମେ ଏଥିରେ ଗଭୀର ଦୁଃଖିତ । ଏବଂ ଏହି ୟୁରୋପୀୟ ଦେଶ" ଅନନ୍ୟ ଭାରତୀୟ ସଂସ୍କୃତିକୁ ସମ୍ମାନ କରେ ଏବଂ ଭାରତରୁ ସମର୍ଥନ ଲୋଡିଥାଏ ।"
ହିନ୍ଦୁ ଦେବୀ କାଳୀ ମାତାଙ୍କର ଏକ ବିବାଦୀୟ ଫଟୋ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ପୋଷ୍ଟ କରାଯାଇଥିଲା, ଯାହାକୁ ୟୁକ୍ରେନ ଏକ ଆର୍ଟ ଅଫ୍ ୱାର୍କ ବୋଲି ବର୍ଣ୍ଣନା କରିଥିଲା । ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ଫଟୋକୁ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ଦିଆଯାଉଥିଲା ।












Click it and Unblock the Notifications