Get Updates
Get notified of breaking news, exclusive insights, and must-see stories!

ବ୍ରିଟେନର ସଂସଦରେ କୃଷକ ଆନ୍ଦୋଳନ ପ୍ରସଙ୍ଗ, ଜାଣନ୍ତୁ କ'ଣ କହିଛନ୍ତି ବ୍ରିଟିଶ ସରକାର

ବ୍ରିଟେନ ସଂସଦରେ ଭାରତର କୃଷକ ଆନ୍ଦୋଳନ । ଦେଶର ଜାତୀୟ ରାଜଧାନୀର ବିଭିନ୍ନ ସୀମାରେ 100 ଦିନରୁ ଅଧିକ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଗତକାଲି ବ୍ରିଟେନ ସଂସଦରେ ଆଲୋଚନା ହୋଇଛି ।

ଲଣ୍ଡନ : ବ୍ରିଟେନ ସଂସଦରେ ଭାରତର କୃଷକ ଆନ୍ଦୋଳନ । ଦେଶର ଜାତୀୟ ରାଜଧାନୀର ବିଭିନ୍ନ ସୀମାରେ 100 ଦିନରୁ ଅଧିକ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନ ପ୍ରସଙ୍ଗରେ ଗତକାଲି ବ୍ରିଟେନ ସଂସଦରେ ଆଲୋଚନା ହୋଇଛି । ଏହି ଆଲୋଚନା ସମୟରେ ବ୍ରିଟିଶ ସରକାର କହିଛନ୍ତି ଯେ, କୃଷକ ଏବଂ କୃଷି ସଂସ୍କାର ଭାରତର ଏକ ଆଭ୍ୟନ୍ତରୀଣ ବିଷୟ । ଆମେ ଭାରତର ଘରୋଇ କାର୍ଯ୍ୟରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ । ମନ୍ତ୍ରୀ ନିଗେଲ ଆଡାମସ କହିଛନ୍ତି ଯେ, ବ୍ରିଟେନର ମନ୍ତ୍ରୀ ଏବଂ ଅଧିକାରୀମାନେ ଭାରତୀୟ ପ୍ରତିପକ୍ଷଙ୍କ ସହ କୃଷକଙ୍କ ଆନ୍ଦୋଳନ ଉପରେ ବାରମ୍ବାର କଥାବାର୍ତ୍ତା ହେଉଛନ୍ତି । ଆମେ ଆଶା କରୁଛୁ ଯେ ଭାରତ ସରକାର ଚାଷୀଙ୍କ ସହ ଆଲୋଚନା କରି ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ଖୋଜିବେ । ଏହି ବିକ୍ଷୋଭରେ ସମ୍ପୃକ୍ତ କୃଷକଙ୍କ ସୁରକ୍ଷା ତଥା ସାମ୍ବାଦିକ ସ୍ୱାଧୀନତା ସମ୍ପର୍କରେ ଭାରତ ମୋଦୀ ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ବ୍ରିଟେନ ସଂସଦରେ ଏକ ଆବେଦନ କରାଯିବା ପରେ ଏହି ଆଲୋଚନା ହୋଇଥିଲା ।

Britain-Minister

ଭାରତର ନରେନ୍ଦ୍ର ମୋଦୀ ସରକାରଙ୍କ ଉପରେ ଚାପ ପକାଇବାକୁ ବ୍ରିଟେନ ସଂସଦରେ ଏକ ଲକ୍ଷରୁ ଅଧିକ ଲୋକ ଏକ ପିଟିସନରେ ଦସ୍ତଖତ କରିଥିଲେ । ଲଣ୍ଡନର ପୋର୍ଟକୁଲିସ୍ ହାଉସରେ 90 ମିନିଟ୍ ଧରି ଭାରତର କୃଷକ ଆନ୍ଦୋଳନ ଉପରେ ଆଲୋଚନା କରାଯାଇଥିଲା । ଆଲୋଚନା ସମୟରେ କନ୍ଜର୍ଭେଟିଭ୍ ପାର୍ଟିର ଥେରେସା ଭିଲିୟର୍ସ କହିଛନ୍ତି ଯେ, କୃଷି ଭାରତର ଏକ ଆଭ୍ୟନ୍ତରୀଣ ବିଷୟ, ତେଣୁ ଭାରତର କୃଷି ଆଇନ ଏବଂ କୃଷକ ଆନ୍ଦୋଳନ ସମ୍ପର୍କରେ କୌଣସି ବିଦେଶୀ ସଂସଦରେ ଆଲୋଚନା ହୋଇପାରିବ ନାହିଁ । ଏହି ଆଲୋଚନାରେ ଉତ୍ତର ଦେବାକୁ ମନ୍ତ୍ରୀ ନିଗେଲ ଆଡମସଙ୍କୁ ନିୟୋଜିତ କରାଯାଇଥିଲା ।

ବ୍ରିଟେନର ମନ୍ତ୍ରୀ ନିଗେଲ ଆଡାମସ୍ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, କୃଷି ସଂସ୍କାର ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ତଥା ଘରୋଇ ପ୍ରସଙ୍ଗ । ତେବେ ଆମର ପ୍ରତିନିଧୀମାନେ ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ସହ ନିରନ୍ତର କଥାବାର୍ତ୍ତା କରୁଛନ୍ତି । ଶୀଘ୍ର ସମାଧାନ ହେବା ନେଇ ଆଶା କରାଯାଉଛି । ' ଭାରତରେ ଶାନ୍ତିପୂର୍ଣ୍ଣ ବିରୋଧ ଏବଂ ସାମ୍ବାଦିକ ସ୍ୱାଧୀନତା ପ୍ରସଙ୍ଗରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ନିଗେଲ ଆଡାମସ କହିଛନ୍ତି ଯେ କୌଣସି ଗଣତନ୍ତ୍ର ପାଇଁ ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଶାନ୍ତିପୂର୍ଣ୍ଣ ବିରୋଧର ଅଧିକାର ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଆମେ ଏହା ମଧ୍ୟ ଗ୍ରହଣ କରିବା ଯେ ଯଦି ବିରୋଧ ସୀମା ଅତିକ୍ରମ କରେ, ତେବେ ସୁରକ୍ଷା ବଳ ଗଣତନ୍ତ୍ରର ଆଇନ ଏବଂ ଶୃଙ୍ଖଳାକୁ କାର୍ଯ୍ୟକାରୀ କରିବାର ଅଧିକାର ଅଛି ।

"ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭାରତ ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ସକରାତ୍ମକ ଫଳାଫଳ ଦେବ । ବ୍ରିଟିଶ ସଂସଦୀୟ ସମ୍ମିଳନୀ ଅନୁଯାୟୀ ବ୍ରିଟେନ ସରକାର ଏବଂ ସଂସଦର ୱେବସାଇଟରେ 10,000 ଦସ୍ତଖତ ଆବେଦନ ସରକାରଙ୍କ ତରଫରୁ ଗ୍ରହଣ କରାଯାଇଛି । ଯେଉଁ ଆବେଦନ ଉପରେ 1ଲକ୍ଷରୁ ଅଧିକ ଦସ୍ତଖତ ହୋଇଥାଏ, ସେ ପ୍ରସଙ୍ଗରେ ଆଲୋଚନା କରାଯାଇଥାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+