Get Updates
Get notified of breaking news, exclusive insights, and must-see stories!

ଭାରତର ଚେତାବନୀ ପରେ କୋଭିଶିଲ୍ଡ ଟିକାକୁ ମାନ୍ୟତା ଦେଲେ ବ୍ରିଟେନ ସରକାର

ଭାରତ ସରକାରଙ୍କ ଚେତାବନୀ ପରେ ମୁଣ୍ଡ ନୁଆଁଇଲେ ବ୍ରିଟେନ ସରକାର । ଭାରତରେ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ନିଜ ଦେଶରେ ଟିକା ନେଇଥିବା ନେଇ ବୈଧ ଘୋଷଣା କରିଛି ବ୍ରିଟେନ ସରକାର ।

ଲଣ୍ଡନ : ଭାରତ ସରକାରଙ୍କ ଚେତାବନୀ ପରେ ମୁଣ୍ଡ ନୁଆଁଇଲେ ବ୍ରିଟେନ ସରକାର । ଭାରତରେ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କ ନିଜ ଦେଶରେ ଟିକା ନେଇଥିବା ନେଇ ବୈଧ ଘୋଷଣା କରିଛି ବ୍ରିଟେନ ସରକାର ।

ତେବେ ନୂତନ ଗାଇଡଲାଇନ ଅନୁଯାୟୀ କୋଭିଶିଲ୍ଡର ଉଭୟ ଡୋଜ ନେଇଥିବା ଭାରତୀୟଙ୍କୁ ବ୍ରିଟେନରେ ପହଞ୍ଚିବା ପରେ ମଧ୍ୟ 10 ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ହେବ । ବ୍ରିଟେନ ସରକାର କୋଭିଡଶିଲ୍ଡ ଟିକାକୁ ସୁରକ୍ଷାକୁ ଦୃଷ୍ଟିରେ ରଖି ମାନ୍ୟତା ନ ଦେବା ପଛରେ ଭାରତୀୟ ଟୀକାକରଣ ପ୍ରମାଣପତ୍ରକୁ କାରଣ ବୋଲି ଦର୍ଶାଇଛନ୍ତି । ବ୍ରିଟେନ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ଦୃଢ ଆପତ୍ତି ଜଣାଇ ପ୍ରତିଶୋଧ ନେବାକୁ ଚେତାବନୀ ଦେଇଛି ।
ବ୍ରିଟେନ ସରକାର 22 ସେପ୍ଟେମ୍ବରରେ ପ୍ରକାଶିତ ଘୋଷଣାରେ ଯାତ୍ରା ପାଇଁ କୋଭିଡଶିଲ୍ଡ ଟିକାକୁ ଅନୁମୋଦନ କରିଛନ୍ତି । ସରକାରଙ୍କ ଦ୍ୱାରା ନୂତନ ଯାତ୍ରା SOP ଜାରି କରାଯାଇଛି, ଯେଉଁଥିରେ କୁହାଯାଇଛି ଯେ କୋଭିଶିଲ୍ଡର ସମ୍ପୂର୍ଣ୍ଣ ଟୀକାକରଣ ହୋଇଥିବା ଭାରତରୁ ଆସୁଥିବା ଯାତ୍ରୀଙ୍କୁ କ୍ୱାରେଣ୍ଟିନରେ ରହିବାକୁ ପଡିବ ।

vaccine

ଆପଣଙ୍କୁ କହିରଖୁଛୁ, ଆମେରିକା ସମେତ ବିଶ୍ୱର ଅନେକ ଦେଶ କୋଭିଡଶିଲ୍ଡ ଟିକାକୁ ସ୍ୱୀକୃତି ଦେଇସାରିଛନ୍ତି । ବ୍ରିଟେନ ଏହା ପୂର୍ବରୁ କହିଥିଲା ଯେ ସେରମ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା ଉତ୍ପାଦିତ କୋଭିଡଶିଲ୍ଡ ଟିକା ର ଉଭୟ ଡୋଜ ନେଇଥିବା ଭାରତୀୟ ଯାତ୍ରୀମାନେ ଟିକା ନେଇ ନଥିବା ନେଇ ମନାଯିବେ ଏବଂ ସେମାନଙ୍କୁ 10 ଦିନ ପାଇଁ କ୍ୱାରେଣ୍ଟିନରେ ରହିବାକୁ ପଡିବ ।

ଗାଇଡଲାଇନରେ ମାନ୍ୟତା ପ୍ରାପ୍ତ ଟିକାର ଫର୍ମୁଲା ସମ୍ପର୍କରେ କୁହାଯାଇଛି, ଯେଉଁଥିରେ ଆଷ୍ଟ୍ରାଜେନେକା କୋଭିଶିଲ୍ଡ, ଆଷ୍ଟ୍ରାଜେନେକା ଭାକ୍ସଜେଭେରିଆ ଏବଂ ମୋଡେର୍ନା ଟାକେଡା ସାମିଲ ।

ଉଲ୍ଲେଖନୀୟ କଥା ହେଉଛି, ଭାରତରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଟିକା କୋଭିଶିଲ୍ଡକୁ ସ୍ୱୀକୃତି ନ ଦେବା ନେଇ କେନ୍ଦ୍ର ସରକାର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସରକାର କହିଥିଲେ କୋଭିଶିଲ୍ଡକୁ ସ୍ୱୀକୃତି ନ ଦେବା ଏକ ଭେଦଭାବପୂର୍ଣ୍ଣ ନୀତି । ଏଥି ସହିତ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, "ମୂଳ ପ୍ରସଙ୍ଗ ହେଉଛି କୋଭିଶିଲ୍ଡ ଟିକା ଉତ୍ପାଦନକାରୀ ହେଉଛି ବ୍ରିଟେନ । ଆମେ ସେମାନଙ୍କ ଅନୁରୋଧ କ୍ରମେ ବ୍ରିଟେନକୁ 50 ଲକ୍ଷ ଟିକା ଡୋଜ ବିତରଣ କରିଛୁ । ଯାହାକି ସେମାନଙ୍କ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ବ୍ୟବହୃତ ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+