କାନାଡାର ବ୍ରିଟିଶ କଲମ୍ବିଆରେ ବିମାନ ଦୁର୍ଘଟଣା, ଦୁଇ ଭାରତୀୟ ଟ୍ରେନି ପାଇଲଟ୍ ମୃତ

ନୂଆଦିଲ୍ଲୀ: କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ଦୁଇଜଣ ଭାରତୀୟ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଛି ।

ଦୁଇ ମୃତ ଟ୍ରେନି ପାଇଲଟ୍ ହେଲେ ଅକ୍ଷୟ ଗଡ୍ରୁ ଏବଂ ଯଶ ବିଜୟ ରାମୁଗଡେ । ଦୁହେଁ ମୁମ୍ବାଇର ବାସିନ୍ଦା ଥିଲେ । ଦୁଇ ଇଞ୍ଜିନ୍‌ ବିଶିଷ୍ଟ ହାଲୁକା ବିମାନ 'ପାଇପର୍‌ ପିଏ-34 ସନିକା' ହଠାତ ଗଛରେ ପିଟି ହୋଇଥିଲ । ପିଟିହେବା ପରେ ବିମାନଟି ଚିଲିୱାକ ସହରର ଏକ ଭୋଜନାଳୟ ପଛପଟ ଜଙ୍ଗଲିଆ ଇଲାକାରେ ବୁଦା ପଛପଟେ ପଡିଥିଲା ବୋଲି କାନାଡା ପୋଲିସ ସୂତ୍ରରୁ ଜଣାଯାଇଛି ।

flight accident

ଦୁଇ ଭାରତୀୟ ଟ୍ରନି ପାଇଲଟଙ୍କ ବ୍ୟତୀତ ଅନ୍ୟଜଣେ ପାଇଲଟଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବ ଏକ ଜନଗହଳିପୂର୍ଣ୍ଣ ଇଲାକାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ପଡିଥିଲେ ହେଁ ଆଉ କାହାର କିଛି କ୍ଷୟକ୍ଷତି ହୋଇନାହିଁ ବୋଲି ମଧ୍ୟ ସ୍ଥାନୀୟ ପୋଲିସ କହିଛି ।

ମୃତକଙ୍କ ମଧ୍ୟରେ ତୃତୀୟ ବ୍ୟକ୍ତି ହେଉଛନ୍ତି ସାର୍ଜଟ୍ । ଏଥିସହିତ ମୃତକଙ୍କ ପରିବାରକୁ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି ।

ଯୁଗ୍ମ ଇଞ୍ଜିନ୍ ହାଲୁକା ବିମାନ ପାଇପର୍ PA-34 ସେନେକା କାହିଁକି ଦୁର୍ଘଟଣାଗ୍ରସ୍ତ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ । କାନାଡାର ପରିବହନ ସୁରକ୍ଷା ବୋର୍ଡ ଏହା ଅନୁସନ୍ଧାନକାରୀଙ୍କୁ ପଠାଉଛି ବୋଲି କହିଛି । ପୋଲିସ ପକ୍ଷରୁ ଆହୁରି କୁହାଯାଇଛି, 'ଦୁର୍ଘଟଣାସ୍ଥଳକୁ ଅବରୋଧ କରାଯାଇଛି । ଦୁର୍ଘଟଣାସ୍ଥଳକୁ ଆଞ୍ଚଳିକ ସ୍ବାସ୍ଥ୍ୟ ସେବା ଅନ୍ୟୂନ 5 ଟି ଆମ୍ବୁଲାନ୍ସ୍‌ ଓ ଜଣେ 'ପାରାମେଡିକ୍‌ ସୁପର୍‌ଭାଇଜର୍‌'ଙ୍କୁ ପଠାଇଛି ।'
1972 ରେ ନିର୍ମିତ ଏହି 'ପାଇପର୍‌ ପିଏ-34 ସନିକା' ବିମାନ 2019 ରେ ପଞ୍ଜିକୃତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+