Get Updates
Get notified of breaking news, exclusive insights, and must-see stories!

ତୁର୍କୀ-ସିରିଆରେ ଭୂକମ୍ପର 11 ଦିନ ପରେ ବି ଉଦ୍ଧାର ହେଉଛନ୍ତି ଜୀବିତ ଲୋକ, 43,000 ଅତିକ୍ରମ କରିଛି ମୃତ୍ୟୁସଂଖ୍ୟା

ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂ କମ୍ପର 11 ଦିନ ପରେ ମଧ୍ୟ ଭଙ୍ଗା କୋଠା ଓ ମାଟି ତଳୁ ଜୀବିତ ଲୋକଙ୍କୁ ଉଦ୍ଧାର କରାଯାଉଛି ।

Turkey Earth Quake

ନୂଆଦିଲ୍ଲୀ: ତୁର୍କୀ-ସିରିଆରେ ହୋଇଥିବା ଭୟଙ୍କର ଭୂକମ୍ପ ପରେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଭୂ କମ୍ପର 11 ଦିନ ପରେ ମଧ୍ୟ ଭଙ୍ଗା କୋଠା ଓ ମାଟି ତଳୁ ଜୀବିତ ଲୋକଙ୍କୁ ଉଦ୍ଧାର କରାଯାଉଛି । ଅପରପକ୍ଷରେ ଅନେକ ମୃତ ଦେହ ମଧ୍ୟ ଉଦ୍ଧାର କରାଯାଉଛି ।

ଏହି ପ୍ରସଙ୍ଗରେ ତୁର୍କୀ ଗୃହମନ୍ତ୍ରୀ ସୁଲେମାନ ସୋଏଲୁ କହିଛନ୍ତି ଯେ ତୁର୍କୀରେ ମୃତ୍ୟୁସଂଖ୍ୟା 39,672 ରେ ପହଞ୍ଚିଛି । ଉଭୟ ତୁର୍କୀ ଏବଂ ସିରିଆରେ ମୋଟ ମୃତ୍ୟୁ ସଂଖ୍ୟା 43,360 ରେ ପହଞ୍ଚିଛି । ଏହି ମାସରେ ତୁର୍କୀର ଭୂକମ୍ପ ହେଉଛି ଆଧୁନିକ ଇତିହାସର ସବୁଠାରୁ ମାରାତ୍ମକ ପ୍ରାକୃତିକ ବିପର୍ଯ୍ୟୟ । ଏଥି ସହ ଅଲଜାଜିରାର ରିପୋର୍ଟରେ କୁହାଯାଇଛି ଯେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

ତୁର୍କୀରେ ଭୂକମ୍ପକୁ 11 ଦିନ ବିତିଯାଇଛି । ଦୁର୍ଘଟଣା ପରଠାରୁ ଦିନରାତି ଲଗାତାର ସର୍ଚ୍ଚ ଅପରେସନ ଜାରି ରହିଛି । ବିଶ୍ୱର ଅନେକ ଦେଶରୁ ଉଦ୍ଧାରକାରୀ ଦଳ ତୁର୍କୀରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଅଲ ଜଜିରା ରିପୋର୍ଟ କରିଛି ଯେ, ଭୟଙ୍କର ଭୂକମ୍ପ ହେବାର 11 ଦିନରୁ ଅଧିକ ସମୟ ପରେ ଉଦ୍ଧାରକାରୀମାନେ ସବୁଠାରୁ ଅଧିକ ପ୍ରଭାବିତ ଜିଲ୍ଲା ଡାଫେନର ଏକ କୋଠା ଭିତରୁ ଜଣେ ବ୍ୟକ୍ତିଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି । ତୁର୍କୀର ସରକାରୀ ଆନାଡୋଲୁ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ଭୂକମ୍ପ ପରେ ଗତ 278 ଘଣ୍ଟା ଧରି ମାଟି ତଳେ ଫସି ରହିଥିବା 45 ବର୍ଷୀୟ ହାକାନ୍ ୟାସିନୋଗ୍ଲୁଙ୍କୁ ବର୍ତ୍ତମାନ ଜୀବନ୍ତ ଉଦ୍ଧାର କରାଯାଇଛି ।

ତୁର୍କୀର ଉପରାଷ୍ଟ୍ରପତି ଫୁଅତ ଓକେଟ ଶୁକ୍ରବାର ଦିନ କହିଛନ୍ତି ଯେ ଏହି ଅଞ୍ଚଳର ଅତି କମରେ 200 ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏଥି ସହିତ ଜାତିସଂଘର ଜଣେ ଅଧିକାରୀ କହିଛନ୍ତି ଯେ ଫେବୃଆରୀ 9 ତାରିଖରୁ ତୁର୍କୀରୁ ସହାୟତା ନେଇ ସମୁଦାୟ 143 ଟ୍ରକ୍ ଉତ୍ତର ପଶ୍ଚିମ ସିରିଆ ସୀମା ପାର ହୋଇ ଯାଇଛି । ଜାତିସଂଘ ମାନବ ସମ୍ବଳ ସମନ୍ୱୟ କାର୍ଯ୍ୟାଳୟର ମୁଖପାତ୍ର ଜେନ୍ସ ଲେରେ କହିଛନ୍ତି ଯେ ଏହି ଟ୍ରକରେ ସିରିଆରେ ହୋଇଥିବା ଭୂକମ୍ପରେ ପୀଡିତଙ୍କ ପାଇଁ ତମ୍ବୁ, ଗଦା, କମ୍ବଳ, ଶୀତକାଳୀନ ପୋଷାକ, କଲେରା ପରୀକ୍ଷା କିଟ୍, ଅତ୍ୟାବଶ୍ୟକ ଔଷଧ ଏବଂ ଖାଦ୍ୟ ସାମଗ୍ରୀ ରହିଛି । ସେ କହିଛନ୍ତି ଯେ ମାନବିକ ସହାୟତା ନେଇଯାଉଥିବା ଦଳମାନେ ବାବ ଅଲ-ହାୱା ଏବଂ ବାବ ଅଲ-ସଲାମର ସୀମା ଫାଟକ ଦେଇ ସିରିଆରେ ପ୍ରବେଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+