Get Updates
Get notified of breaking news, exclusive insights, and must-see stories!

କାର୍ଯ୍ୟକାଳର ଶେଷ ଦିନରେ ଟ୍ରମ୍ପଙ୍କ ‘କ୍ଷମାଦାନ ଯୋଜନା', 100 ଅପରାଧୀଙ୍କୁ କରିବେ ମୁକ୍ତ, ତାଲିକାରୁ ନିଜକୁ ହଟାଇଲେ

କାର୍ଯ୍ୟକାଳର ଶେଷ ଦିନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 100 ଲୋକଙ୍କୁ କ୍ଷମାଦାନ କରିବାକୁ ଯୋଜନା କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ଷମା ତାଲିକାରେ ହ୍ୱାଇଟ-କଲର ଅପରାଧୀ, ହାଇ-ପ୍ରୋଫାଇଲ୍ ରାପର୍ ଏବଂ ଅନ୍ୟ ଅପରାଧୀଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି ।

ୱାଶିଂଟନ୍ : ଜାନୁଆରୀ 19, ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ ଦିନ । ଆସନ୍ତାକାଲି ଠାରୁ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ତାଲିକାରେ ଲେଖାଯିବ ଡୋନାଲ୍ଡ ଟ୍ରମ୍ପଙ୍କ ନାମ । ତେବେ ଏହି ସବୁ ମଧ୍ୟରେ ତାଙ୍କ କାର୍ଯ୍ୟକାଳର ଶେଷ ଦିନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 100 ଲୋକଙ୍କୁ କ୍ଷମାଦାନ କରିବାକୁ ଯୋଜନା କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପଙ୍କ କ୍ଷମା ତାଲିକାରେ ହ୍ୱାଇଟ-କଲର ଅପରାଧୀ, ହାଇ-ପ୍ରୋଫାଇଲ୍ ରାପର୍ ଏବଂ ଅନ୍ୟ ଅପରାଧୀଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି । କିନ୍ତୁ କ୍ୟାପିଟାଲ୍ ହିଲ୍ ହିଂସା ପାଇଁ ରାଷ୍ଟ୍ରପତି ନିଜକୁ କ୍ଷମା କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହ୍ୱାଇଟ ହାଉସର ସୂତ୍ରରୁ ଆମେରିକାର ନ୍ୟୁଜ ଚ୍ୟାନେଲ ସିଏନଏନ୍ ଦାବି କରିଛି ଯେ ଟ୍ରମ୍ପଙ୍କ କ୍ଷମା ଯୋଜନା ପାଇଁ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି, ଯେଉଁଥିରେ ସେ ପ୍ରଥମେ ସେ ନିଜ ନାମ ରଖିବାକୁ ଇଛା କରିଛନ୍ତି ।

Donald-trump

ହ୍ୱାଇଟ ହାଉସର ସୂତ୍ର ଅନୁଯାୟୀ, ପ୍ରଥମେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜକୁ କ୍ଷମାଦାନ କରିବାକୁ ଯୋଜନା କରିଥିଲେ । ଯେଉଁଥିପାଇଁ ସେ ତାଙ୍କ ପରାମର୍ଶଦାତାମାନଙ୍କ ସହିତ ଏକ ବୈଠକ ମଧ୍ୟ କରିଥିଲେ । ଟ୍ରମ୍ପ ତାଙ୍କ ପରାମର୍ଶଦାତାଙ୍କୁ କହିଛନ୍ତି ଯେ ଯଦି ସେ ନିଜକୁ କ୍ଷମା କରିଦିଅନ୍ତି ତେବେ ଭବିଷ୍ୟତରେ ତାଙ୍କୁ ଆଉ ଅସୁବୁଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । କିନ୍ତୁ ତାଙ୍କର ପରାମର୍ଶଦାତା ମାନେ ତାଙ୍କୁ କହିଛନ୍ତି ଯେ ଯଦି ସେ ନିଜକୁ କ୍ଷମା କରନ୍ତି, ତେବେ ସେ ଜଣେ ଦୋଷୀ ହୋଇଯିବେ । ଯିଏ ଭୁଲ୍ କରିଛି ତାଙ୍କୁ କ୍ଷମା ଦିଆଯାଏ । ଟ୍ରମ୍ପଙ୍କ ସହକର୍ମୀମାନେ ତାଙ୍କୁ ମଧ୍ୟ କହିଛନ୍ତି ଯେ ଯଦି ସେ ନିଜକୁ କ୍ଷମା କରନ୍ତି, ତେବେ ସେ ଆମେରିକାର ଆଇନ ଏବଂ ସମ୍ବିଧାନର ବିରୋଧରେ କାର୍ଯ୍ୟ କରିବା ପରି ହେବ ।

ଗତ ନିର୍ବାଚନରେ ​​ଡୋନାଲ୍ଡ ଟ୍ରମ୍ପ ଋଷର ଗୁପ୍ତଚର ଏଜେନ୍ସିର ସାହାଯ୍ୟ ଲୋଡିଥିବା ନେଇ ଅଭିଯୋଗ ହୋଇଛି ଏବଂ ଟ୍ରମ୍ପ ଚାହୁଁଛନ୍ତି ଯେ ରାଷ୍ଟ୍ରପତି କ୍ଷମତା ଥିବା ସମୟରେ ସେ ନିଜକୁ କ୍ଷମାଦାନ କରିଦେବେ । ତେବେ ଟ୍ରମ୍ପ କ୍ଷମାଦାନ ପାଇଁ କଣ ଯୋଜନା କରୁଛନ୍ତି କିମ୍ବା ସେ ନିଜକୁ କ୍ଷମା କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଟ୍ରମ୍ପଙ୍କ କ୍ଷମାଦାନ ଯୋଜନା ତାଲିକାରେ ତାଙ୍କର ସହଯୋଗୀ ଏବଂ ସେମାନଙ୍କ ବିବାଦୀୟ ସହକର୍ମୀଙ୍କ ସମ୍ପର୍କୀୟଙ୍କ ନାମ ରହିଛି । ପଦବୀ ଛାଡିବା ବେଳେ ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହକର୍ମୀଙ୍କୁ କ୍ଷମା ଦାନକରି କ୍ଷମତାଚ୍ୟୁତ ହେବେ ।

Donald-Trump

ଟ୍ରମ୍ପଙ୍କ ଉପରେ ଦୁଇ ଥର ମହାଭିଯୋଗ ପ୍ରସ୍ତାବ

ଜାନୁଆରୀ 6 ତାରିଖରେ କ୍ୟାପିଟାଲ ହିଲ ହିଂସା ସମୟରେ ଟ୍ରମ୍ପ ତାଙ୍କ ସମର୍ଥକମାନଙ୍କୁ ହିଂସା ଭିଆଇବା ନେଇ ଉତ୍ସାହିତ କରିଥିବାର ଅଭିଯୋଗ ହୋଇଥିଲା ।ଏହି ଘଟଣା ପରେ ଡୋନାଲ୍ଡ ଟ୍ରମ୍ପ ଆମେରିକାର ପ୍ରଥମ ରାଷ୍ଟ୍ରପତି ଯାହା ଉପରେ ଦୁଇଥର ମହା ଅଭିଯୋଗ ପ୍ରସ୍ତାବ ଲାଗୁ ହୋଇଛି । ବର୍ତ୍ତମାନ ଏହି ପ୍ରସ୍ତାବ ସିନେଟକୁ ପଠାଯିବ । ଜାନୁଆରୀ 20 ରେ ଟ୍ରମ୍ପଙ୍କ ସମ୍ପର୍କରେ ସିନେଟରେ ଶୁଣାଣି ହେବାର କାର୍ଯ୍ୟକ୍ରମ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବର୍ତ୍ତମାନ ସିନେଟର ଶୁଣାଣି ଆମେରିକାର ନୂତନ ଉପରାଷ୍ଟ୍ରପତି କମଲା ହାରିସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । କିନ୍ତୁ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ ତାଙ୍କ ଦଳ ପାଖରେ ସଂଖ୍ୟାଗରିଷ୍ଠତା ନାହିଁ । ତଥାପି ଯଦି ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ ।

ଜାନୁଆରୀ 20 ରେ ହ୍ୱାଇଟ୍ ହାଉସ ଛାଡିବେ ଟ୍ରମ୍ପ

ଜାନୁଆରୀ 19 ହେଉଛି ଟ୍ରମ୍ପଙ୍କ କାର୍ଯ୍ୟକାଳର ଶେଷ ଦିନ ଏବଂ କୁହାଯାଉଛି ଯେ ସେ ଜାନୁଆରୀ 20 ଦିନ ସକାଳେ ହ୍ୱାଇଟ ହାଉସ ଛାଡିବେ । ଟ୍ରମ୍ପଙ୍କୁ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ସେ ଯିବାକୁ ମନା କରିଦେଇଥିଲେ । ଏଥି ସହିତ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହ୍ୱାଇଟ ହାଉସରେ ରହୁଥିବା ଅନେକ ପରାମର୍ଶଦାତା ଏବଂ ତାଙ୍କ ପ୍ରିୟଜନଙ୍କ ବିରୋଧରେ ଚାଲିଥିବା ମକଦ୍ଦମା ସମାପ୍ତ କରିବାକୁ ଲବି କରୁଛନ୍ତି । କାଳେ ତାଙ୍କର ପରିଜନଙ୍କ ଦୋଷ କ୍ଷମା କରିଦିଆଯିବ ସେ ଆଶାରେ କେତେକ ପରାମର୍ଶଦାତା ଟ୍ରମ୍ପଙ୍କ ସହ ହ୍ୱାଇଟ ହାଉସରେ ରହିଛନ୍ତି ବୋଲି କୁହାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+