ଟାଇଟାନିକ ଦେଖିବା ପାଇଁ ଯାଇଥିବା ଟୁରିଷ୍ଟ ବୁଡ଼ାଜାହାଜ ନିଖୋଜ, କିଛି ଘଣ୍ଟା ମଧ୍ୟରେ ସରିଯିବ ଅମ୍ଳଜାନ

ରବିବାର ଅପରାହ୍ନରେ ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ୁଯାଇଥିବା ଟାଇଟାନିକ୍ ଦେଖିବା ପାଇଁ ଯାଇଥିବା ଏକ ବୁଡ଼ାଜାହାଜ ନିଖୋଜ ହୋଇଯାଇଛି । ଏହା ବୁଡ଼ାଜାହାଜର ନାଁ ରହିଛି ଟାଇଟେନ୍ । ଟାଇଟାନ ସବମେରାଇନ୍‌ରେ ଜଣେ ପାଇଲଟ୍ ଏବଂ 4 ଜଣ ଯାତ୍ରୀ ଥିଲେ ।

ସେଥିମଧ୍ୟରୁ ବ୍ରିଟେନର ବିଲିୟନେୟାର ବ୍ୟବସାୟୀ ହମିଶ ହାର୍ଡିଙ୍ଗ ଏବଂ 48 ବର୍ଷିୟ ପାକିସ୍ତାନୀ ବ୍ୟବସାୟୀ ଶାହାଜାଦା ଦାଉଦ ଏବଂ ତାଙ୍କ 19 ବର୍ଷର ପୁଅ ସୁଲେମାନ ଅଛନ୍ତି । ସେ ବୁଡ଼ାଜାହାଜରେ ଅଛନ୍ତି ଏବଂ ନିଖୋଜ ଥିବା ତାଙ୍କ ପରିବାର ନିଶ୍ଚିତ କରିଛନ୍ତି ।

submarine

ଏହି ବୁଡ଼ା ଜାହାଜରେ ଥିବା ଅନ୍ୟମାନଙ୍କ ମଧ୍ୟରେ ବ୍ରିଟିଶ ବିଲିୟନେୟାର ହମିଶ ହାର୍ଡିଙ୍ଗ, ଫରାସୀ ଏକ୍ସପ୍ଲୋରର ପଲ ହେନେରୀ ନାରଗେଲେଟ୍ ଏବଂ ଓସେଙ୍ଗେଟ୍ ସିଇଓ ଷ୍ଟକଟନ୍ ଅଛନ୍ତି । ସମସ୍ୟାଟି ହେଉଛି ନିଖୋଜ ହୋଇଯାଇଥିବା ବୁଡ଼ାଜାହାଜରେ ଅଳ୍ପ କିଛି ଘଣ୍ଟା ପାଇଁ ଅମ୍ଳଜାନ ବାକି ଅଛି । ସେଥିପାଇଁ ଆମେରିକା, କାନାଡା ଏବଂ ବ୍ରିଟେନର ନୌସେନା ଏହି ବୁଡ଼ାଜାହାଜ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ସର୍ଚ୍ଚ ଦଳ ଗଠନ କରିଛି ।

ଆମେରିକାର ତଟରକ୍ଷୀ ବାହିନୀର ରିୟର ଆଡମିରାଲ୍ ଜନ୍ ମାଉଗର୍ କହିଛନ୍ତି, 'ଆମେ ଅନୁମାନ କରୁଛୁ ଯେ ବୁଡ଼ାଜାହାଜ ଖୋଜିବା ପାଇଁ ଆମ ପାଖରେ 70 ଘଣ୍ଟା ରୁ 96 ଘଣ୍ଟା ଅଛି ।' ରଏଟର୍ସ ଅନୁଯାୟୀ, ଏହି ବୁଡ଼ାଜାହାଜରେ 96 ଘଣ୍ଟା ଅମ୍ଳଜାନ ଅଛି ।

ଆଟଲାଣ୍ଟିକ୍ ମହାସାଗରରେ 1912 ମସିହାରେ ଟାଇଟାଇନିକ୍ ବୁଡ଼ିଯାଇଥିଲା । ସମୁଦ୍ରରେ ବୁଡ଼ିଯାଇଥିବା ଟାଇଟାନିକ୍‌କୁ ଦେଖିବାକୁ ପାଇଁ ସେମାନେ ଛୋଟ ବୁଡ଼ାଜାହାଜରେ ଯାଇଥିଲେ । ଆଟଲାଣ୍ଟିକ୍ ମହାସାଗରରେ ବୁଡ଼ାଜାହାଜଟି ନିଖୋଜ ହୋଇଯାଇଥିଲା। ଗଭୀର ସମୁଦ୍ରକୁ ଦୁଃସାହସିକ ଯାତ୍ରାରେ ‌ପର୍ଯ୍ୟଟକଙ୍କୁ ନେଉଥିବା ଓସେନଗେଟ୍‌ ଏକ୍ସପେଡିସନ୍ସ କମ୍ପାନୀ ହେଉଛି ନିଖୋଜ ବୁଡ଼ାଜାହାଜର ମାଲିକ । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଯାତ୍ରୀମାନଙ୍କୁ ନିରାପଦରେ ଫେରାଇ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଉଛି। ତେବେ ନିଖୋଜ ଲୋକମାନଙ୍କର ଠିକ୍ ସଂଖ୍ୟା କମ୍ପାନୀ କହିପାରୁନି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+