Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନର ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇ ବିଗାଡ଼ିବେ ଶାହବାଜ ସରିଫଙ୍କ ଖେଳ !

ପାକିସ୍ତାନର ରାଜନୈତିକ ଯୁଦ୍ଧରେ ଆହୁରି ଲମ୍ବା ଖେଳ ବାକି ଅଛି ଏବଂ ବିଶ୍ୱାସ କରାଯାଏ ଯେ ଇମରାନ୍ ଖାନଙ୍କ ନିର୍ଦ୍ଦେଶରେ ପାକିସ୍ତାନର ରାଷ୍ଟ୍ରପତି ମଧ୍ୟ ଇସ୍ତଫା ଦେଇ ପାକିସ୍ତାନରେ ଏକ ନୂତନ ରାଜନୈତିକ ସଙ୍କଟ ସୃଷ୍ଟି କରିପାରନ୍ତି ।

ଇସଲାମାବାଦ : ପାକିସ୍ତାନର ରାଜନୈତିକ ଲଢେଇରେ ଅନାସ୍ଥା ପ୍ରସ୍ତାବ ଜରିଆରେ ଇମରାନ୍ ଖାନଙ୍କୁ ଯଦିଓ ପଦଚ୍ୟୁତ କରାଯାଇଛି, କିନ୍ତୁ ଇମରାନ୍ ଖାନ ଏପର୍ଯ୍ୟନ୍ତ ହାର ମାନିନାହାଁନ୍ତି । ବର୍ତ୍ତମାନ ପାକିସ୍ତାନର ଗଣତନ୍ତ୍ର ସହ ଫୁଟବଲ ଖେଳିବା ଆରମ୍ଭ କରିଛନ୍ତି । ପାକିସ୍ତାନର ରାଜନୈତିକ ଯୁଦ୍ଧରେ ଆହୁରି ଲମ୍ବା ଖେଳ ବାକି ଅଛି ଏବଂ ବିଶ୍ୱାସ କରାଯାଏ ଯେ ଇମରାନ୍ ଖାନଙ୍କ ନିର୍ଦ୍ଦେଶରେ ପାକିସ୍ତାନର ରାଷ୍ଟ୍ରପତି ମଧ୍ୟ ଇସ୍ତଫା ଦେଇ ପାକିସ୍ତାନରେ ଏକ ନୂତନ ରାଜନୈତିକ ସଙ୍କଟ ସୃଷ୍ଟି କରିପାରନ୍ତି । ପାକିସ୍ତାନର ରାଜନୈତିକ ସଙ୍କଟରେ ବର୍ତ୍ତମାନ କଣ ହୋଇପାରେ, ଆସନ୍ତୁ ଜାଣିବା...

pakstan crisis

ପ୍ରଧାନମନ୍ତ୍ରୀ ପଦ ପାଇଁ ପୁନଃନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ପାକିସ୍ତାନର ମିଳିତ ବିରୋଧୀ ପ୍ରାର୍ଥୀ ତଥା ପିଏମଏଲ-ଏନ ଅଧକ୍ଷ ଶାହବାଜ ସରିଫ ଏବଂ ଇମରାନ୍ ଖାନଙ୍କ ପାର୍ଟି ପିଟିଆଇର ନେତା ଶାହ ମହମୁଦ କୁରେଶିଙ୍କ ନାମାଙ୍କନ ପତ୍ର ଗ୍ରହଣ କରାଯାଇଛି । ପାକିସ୍ତାନ ନ୍ୟାସନାଲ ଆସେମ୍ବଲି ଟ୍ୱିଟରରେ କହିଛି ଯେ ଉଭୟ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଯାଞ୍ଚ କରାଯାଇଛି ଏବଂ ପରେ ଏହାକୁ ଗ୍ରହଣ କରାଯାଇଛି । ଏହାର ଅର୍ଥ ଶାହବାଜ ସରିଫ ବିନା ପ୍ରତିଦ୍ୱନ୍ଦୀ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ଏବଂ ବର୍ତ୍ତମାନ ସଂସଦ ପୁଣି ଭୋଟ୍ ହେବ । ଆଜି ଅପରାହ୍ନ 2 ଟାରେ ପାକିସ୍ତାନ ନ୍ୟାସନାଲ ଆସମ୍ବଲିରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ନିର୍ବାଚିତ ହେବେ, କିନ୍ତୁ ଏହାପୂର୍ବରୁ ଇମରାନ୍ ଖାନଙ୍କ ସମର୍ଥକମାନେ ସମଗ୍ର ପାକିସ୍ତାନରେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି ।

ରିପୋର୍ଟ ଅନୁଯାୟୀ, ଇମରାନ୍ ଖାନ୍ କୌଣସି ପରିସ୍ଥିତିରେ ଶାହବାଜ ସରିଫଙ୍କୁ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁଁନାହାଁନ୍ତି ଏବଂ ବିଲାୱାଲ ଭୁଟ୍ଟୋଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ବିରୋଧୀଙ୍କୁ ନିବେଦନ କରିଥିଲେ ମଧ୍ୟ ବିରୋଧୀ ଦଳ ପ୍ରସ୍ତୁତ ନଥିଲେ । ପିଟିଆଇର ବରିଷ୍ଠ ନେତା ତଥା ପୂର୍ବତନ ସୂଚନା ତଥା ପ୍ରସାରଣ ମନ୍ତ୍ରୀ ଫୱାଦ୍ ଚୌଧୁରୀ ରବିବାର ଦିନ ଘୋଷଣା କରିଛନ୍ତି ଯେ ଯଦି PML-N ଅଧ୍ୟକ୍ଷ ଶାହବାଜ ସରିଫଙ୍କ ନାମାଙ୍କନ ଗ୍ରହଣ କରାଯିବ ତେବେ ତାଙ୍କ ଦଳର ସମସ୍ତ ସଦସ୍ୟ ସୋମବାର ଇସ୍ତଫା ଦେବେ ।

Imran Khan

ଏଥିରୁ ଝଣାପଡ଼ୁଛି ଇମାରାନ୍ ଖାନ୍ କୌଣସି ପରିସ୍ଥିତିରେ ହାର ମାନିବାକୁ ଚାହୁଁନାହାଁନ୍ତି ଏବଂ ପାକିସ୍ତାନର ବରିଷ୍ଠ ସାମ୍ବାଦିକ ନାଜିମ ସେଠୀ ଆଶଙ୍କା ପ୍ରକାଶ କରିଛନ୍ତି ଯେ ଆଜି ଦେଶର ରାଷ୍ଟ୍ରପତି ନିଜେ ଇସ୍ତଫା ଦେଇପାରନ୍ତି । 'ଦି ୱାୟାର'କୁ ଦେଇଥିବା ଏକ ସାକ୍ଷାତକାରରେ ନାଜିମ ସେଠୀ କହିଛନ୍ତି ଯେ,' ଯଦିଓ ଶାହୱାଜ ସରିଫ ନ୍ୟାସନାଲ୍ ଆସମ୍ବଲିରେ ନିର୍ବାଚିତ ହୁଅନ୍ତି, ତେବେ ରାଷ୍ଟ୍ରପତି ତାଙ୍କୁ ଶପଥ ଗ୍ରହଣ ନକରାଇବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ହେବେ ନାହିଁ । କିନ୍ତୁ ଆମେ ଶୁଣିଛୁ ଯେ ଶାହବାଜ ସରିଫ ନିର୍ବାଚିତ ହେବା ମାତ୍ରେ ରାଷ୍ଟ୍ରପତି ଆରିଫ ଅଲଭି ଇସ୍ତଫା ଦେବେ । ନାଜିମ ସେଠୀ କହିଛନ୍ତି ଯେ ରାଷ୍ଟ୍ରପତି ଇସ୍ତଫା ଦେବା ମାତ୍ରେ ପାକିସ୍ତାନରେ ଅନେକ ରାଜନୈତିକ ସଙ୍କଟ ସୃଷ୍ଟି ହେବ ଏବଂ ପ୍ରଶ୍ନ ଉଠିବ, ଶାହବାଜ ସରିଫଙ୍କୁ କିଏ ଶପଥ ଗ୍ରହଣ କରାଇବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+