ମୁମ୍ବାଇ 26/11 ଆକ୍ରମଣରେ ସାମିଲ ଥିଲେ 11 ଲସ୍କର ଆତଙ୍କବାଦୀ : ଏଫ୍ଆଇଏ(ପାକିସ୍ତାନ)
2008 ନଭେମ୍ବର 26 ତାରିଖରେ ମୁମ୍ବାଇ ତାଜ ହୋଟେଲ ସମେତ ଅନ୍ୟ 6ଟି ସ୍ଥାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର 11ଜଣ ଆତଙ୍କବାଦୀ ସାମିଲ ଥିଲେ | ସେମାନେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ସଦସ୍ୟ ଥିବା ପାକିସ୍ତାନ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି(ଏଫ୍ଆଇଏ) ସ୍ୱୀକାର କରିଛି |
ପାକିସ୍ତାନ : 2008 ନଭେମ୍ବର 26 ତାରିଖରେ ମୁମ୍ବାଇ ତାଜ ହୋଟେଲ ସମେତ ଅନ୍ୟ 6ଟି ସ୍ଥାନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନର 11ଜଣ ଆତଙ୍କବାଦୀ ସାମିଲ ଥିଲେ | ସେମାନେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବାର ସଦସ୍ୟ ଥିବା ପାକିସ୍ତାନ ଫେଡେରାଲ ଇନଭେଷ୍ଟିଗେସନ୍ ଏଜେନ୍ସି(ଏଫ୍ଆଇଏ) ସ୍ୱୀକାର କରିଛି | ସମ୍ପୃକ୍ତ ଆତଙ୍କବାଦୀଙ୍କ ବିରୋଧରେ ପାକିସ୍ତାନ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି | ଏନେଇ ଏଉ୍ଆଇଏ 1210ଜଣ ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଛି | ଏହି ତାଲିକାରେ ମୁମ୍ବାଇ ଆକ୍ରମଣରେ ବ୍ୟବହୃତ ଡଙ୍ଗାକୁ କିଣିଥିବା ମୁଲତାନର ମହମ୍ମଦ ଅମଜାଦ ଖାନ୍ ପାକିସ୍ତାନରେ ଅଛି ବୋଲି ପାକିସ୍ତାନ ସ୍ୱୀକାର କରିଛି |

ସୂଚନାଯୋଗ୍ୟ, 16/11ରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ପ୍ରାୟ 160 ଜଣ ପ୍ରାଣ ହରାଇଥିଲେ | 60 ଘଣ୍ଟା ଧରି ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏହି ଗୁଳି ବିନିମୟରେ ବହୁ ମୁମ୍ବାଇ ପୋଲିସ ଓ ସୁରକ୍ଷା କର୍ମୀ ସହିଦ୍ ହୋଇଥିଲେ |












Click it and Unblock the Notifications