Get Updates
Get notified of breaking news, exclusive insights, and must-see stories!

କରାଚି ପୋଲିସ ମୁଖ୍ୟାଳୟ ଉପରେ 10 ଜଣ ଆତଙ୍କବାଦୀ ଆକ୍ରମଣ କରିଥିଲେ, 2 ଆତଙ୍କୀ ନିହତ

ପାକିସ୍ତାନର କରାଚିସ୍ଥିତ ଶାହରାହ-ଇ-ଫୈସଲ ଅଞ୍ଚଳରେ ଅବସ୍ଥିତ ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । 8 ରୁ 10 ଜଣ ଆତଙ୍କବାଦୀ ଆକ୍ରମଣ କରିଥିବା କୁହାଯାଉଛି ।

Karachi Attack

ଇସଲାମାବାଦ: ପାକିସ୍ତାନର କରାଚିସ୍ଥିତ ଶାହରାହ-ଇ-ଫୈସଲ ଅଞ୍ଚଳରେ ଅବସ୍ଥିତ ପୋଲିସ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । 8 ରୁ 10 ଜଣ ଆତଙ୍କବାଦୀ ଆକ୍ରମଣ କରିଥିବା କୁହାଯାଉଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ମୁଖ୍ୟାଳୟରେ 10 ରୁ ଅଧିକ ଆତଙ୍କବାଦୀ ଉପସ୍ଥିତ ଥାଇପାରନ୍ତି । ଏହା ସହିତ ଆତଙ୍କବାଦୀମାନେ ମଧ୍ୟ ବହୁ ମହଲା କୋଠା ଭିତରକୁ ପ୍ରବେଶ କରିଛନ୍ତି । ତେବେ ସୁରକ୍ଷା ବାହିନୀ ଏବଂ ପୋଲିସ ଏହି ଅଞ୍ଚଳକୁ ଘେରି ରହିଛନ୍ତି । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି । ଗୁଳି ବିନିମୟରେ 2 ଆତଙ୍କୀ ନିହଚ ହୋଇଥିବା ଖବର ରହିଛି । କରାଚି ପୋଲିସ ମୁଖ୍ୟାଳୟ ଉପରେ ଚାଲିଥିବା ଆକ୍ରମଣ ପାଇଁ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ନିଜକୁ ଦାୟୀ କରିଛି ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, କରାଚି ପୋଲିସ ମୁଖ୍ୟଙ୍କ କାର୍ଯ୍ୟାଳୟରେ ପ୍ରବେଶ କରିବା ପୂର୍ବରୁ ଆତଙ୍କବାଦୀମାନେ ହ୍ୟାଣ୍ଡ ଗ୍ରେନେଡ ଫିଙ୍ଗିଥିଲେ ଏବଂ ପରେ ଗୁଳି ଚଳାଇଥିଲେ । ପୋଲିସ ସୂତ୍ରରୁ ପ୍ରକାଶ ଯେ ପାରାମିଲିଟାରୀ ରେଞ୍ଜର, ପୋଲିସ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ଚାଲିଛି । ଆକ୍ରମଣକାରୀଙ୍କୁ ଘେରି ରହିବା ପାଇଁ ତୁରନ୍ତ ଜିଲ୍ଲା ତଥା ଅଞ୍ଚଳର ସମସ୍ତ ମୋବାଇଲ୍ ଭ୍ୟାନ୍ କୁ ଘଟଣାସ୍ଥଳକୁ ଡକାଯାଇଛି । ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା କହିଛନ୍ତି ଯେ କୌଣସି ପରିସ୍ଥିତିରେ ଏହି ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ । ଏହି ଆକ୍ରମଣରେ ଜଡିତ ଥିବା ଲୋକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକାରୀଙ୍କ କହିବାନୁସାରେ, ଆତଙ୍କବାଦୀମାନେ ବିଭିନ୍ନ ଦଳରେ ବିଭକ୍ତ ହୋଇ ଆକ୍ରମଣ କରିଥିଲେ । ସେମାନେ ଗ୍ରେନେଡ ଫୋପାଡି ଲଗାତାର ଗୁଳି ଚଳାଉଛନ୍ତି । ଆତଙ୍କବାଦୀଙ୍କ ପ୍ରକୃତ ସଂଖ୍ୟା ବିଷୟରେ ସ୍ପଷ୍ଟ ଭାବେ କୁହାଯାଇପାରିବ ନାହିଁ ବୋଲି ସେ କହିଛନ୍ତି । ଆତଙ୍କବାଦୀଙ୍କ ଗୁଳିରେ 3 ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସାଜିଦ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ରେଞ୍ଜର୍ସ ମୁଖପାତ୍ର କହିଛନ୍ତି ଯେ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଛି ଏବଂ ଏହି ଅଞ୍ଚଳକୁ କର୍ଡନ କରାଯାଇଛି । ଆତଙ୍କବାଦୀଙ୍କ ବିରୋଧରେ ରେଞ୍ଜର୍ସ ପୋଲିସ ସହ ଅପରେସନ୍ ଆରମ୍ଭ କରିଛନ୍ତି । ପୋଲିସ ସର୍ଜନ ଡକ୍ଟର ସୟଦ କହିଛନ୍ତି ଯେ ଜଣେ କାର୍ଯ୍ୟକର୍ତ୍ତା, ଜଣେ ପୋଲିସ କର୍ମଚାରୀ ଏବଂ ଜଣେ ରେଞ୍ଜର ଆହତ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣକୁ ନିଆଯିବ ବୋଲି ଦକ୍ଷିଣ ଡିଜି ଇରଫାନ ବାଲୋଚ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+