For Quick Alerts
Turn On Notification  
For Daily Alerts
Oneindia App Download

ବାଇଡେନଙ୍କ 'ଟିମ୍ ଇଣ୍ଡିଆ', କ୍ୟାବିନେଟରେ ସ୍ଥାନ ପାଇଲେ 20 ଭାରତୀୟ ବଂଶୋଦ୍ଭବ

ବାଇଡେନଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି 20 ଜଣ ଭାରତୀୟ ବଂଶୋଦ୍ଭବ । ଏପରିକି ଆମେରିକାର ଉପ-ରାଷ୍ଟ୍ରପତି ଭାବେ ଶପଥ ନେଇଥିବା କମଲା ହାରିସ୍ ମଧ୍ୟ ଭାରତୀୟ ବଂଶୋଦ୍ଭବ ।

|

ଓ୍ୱାସିଙ୍ଗଟନ୍ : ବୁଧବାର ଦିନ ଜୋ ବାଇଡେନ ଆମେରିକାର 46 ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ଆମେରିକାର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶପଥ ଗ୍ରହଣ କରାଇଛନ୍ତି । ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଚ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେ ନିଜର କ୍ୟାବିନେଟ ଘୋଷଣା କରିଛନ୍ତି । ବାଇଡେନଙ୍କ ଏହି କାର୍ଯ୍ୟକାଳରେ ଗଠିତ କ୍ୟାବିନେଟକୁ ନେଇ ଭାରତୀୟ ମାନେ ବେଶ୍ ଉତ୍ସାହିତ । କାରଣ ତାଙ୍କର କ୍ୟାବିନେଟରେ ସ୍ଥାନ ପାଇଛନ୍ତି 20 ଜଣ ଭାରତୀୟ ବଂଶୋଦ୍ଭବ । ଏପରିକି ଆମେରିକାର ଉପ-ରାଷ୍ଟ୍ରପତି ଭାବେ ଶପଥ ନେଇଥିବା କମଲା ହାରିସ୍ ମଧ୍ୟ ଭାରତୀୟ ବଂଶୋଦ୍ଭବ ।

Jo-Biden-USA

ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ଭାରତ ଓ ଆମେରିକା ମଧ୍ୟରେ ସୁସମ୍ପର୍କ ରହିଥିଲା । ତେବେ ନୂଆ ରାଷ୍ଟ୍ରପତିଙ୍କ ଭାରତ ପ୍ରତି ମନୋଭାବ କିପରି ରହିବ ତା ଉପରେ ସାରା ବିଶ୍ୱର ନଜର ରହିଛି । ଏହି ସମସ୍ତ ଦ୍ୱନ୍ଦ ମଧ୍ୟରେ ବାଇଡେନ ତାଙ୍କ କ୍ୟାବିନେଟରେ 20 ଭାରତୀୟ ବଂଶୋଦ୍ଭବଙ୍କୁ ସ୍ଥାନ ଦେଇଥିବା ଖବର ଭାରତୀୟ ମାନଙ୍କୁ ଆଶ୍ୱସ୍ତି କରିଛି ବୋଲି କୁହାଯାଉଛି ।

ବାଇଡେନଙ୍କ ଟିନ୍ ଇଣ୍ଡିଆ-

  • 50ବର୍ଷୀୟା ନୀରା ଟଣ୍ଡନ୍- ବଜେଟ୍ ପ୍ରସ୍ତୁତିରେ ପ୍ରମୁଖ ଭୂମିକା ଗ୍ରହଣ କରିବେ
  • ମାଲା ଆଡିଗା (47ବର୍ଷୀୟା) - ରାଷ୍ଟ୍ରପତି ପତ୍ନୀଙ୍କ ନୀତି ପରାମର୍ଶଦାତା
  • ସବରିନା ସିଂହ (31 ବର୍ଷୀୟା)- ପ୍ରଥମ ମହିଳାଙ୍କ ମିଡ଼ିଆ ପରାମର୍ଶଦାତା
  • ଆୟେଶା ଶାହା - ସୋଶାଲ୍ ମିଡିଆ ଏବଂ ମିଡିଆ ବ୍ରେକିଂ ଦାୟିତ୍ୱ
  • ସମୀରା ଫାଜଲି - ଅର୍ଥନୈତିକ ବ୍ୟାପାରରେ ଜୋ ବାଇଡେନଙ୍କ ପରାମର୍ଶଦାତା
  • ଭରତ ରାମାମୂର୍ତ୍ତି - ଅର୍ଥନୈତିକ ବ୍ୟାପାର ପରାମର୍ଶଦାତା
  • ଗୌତମ ରାଘବନ୍ - ରାଷ୍ଚ୍ରପତିଙ୍କ କର୍ମଚାରୀ ନିଯୁକ୍ତି ଦାୟିତ୍ୱ
  • ବିନୟ ରେଡ୍ଡୀ - ବାଇଡେନଙ୍କ ବକ୍ତବ୍ୟ ପ୍ରସ୍ତୁତ କରିବା
  • ବେଦାନ୍ତ ପଟେଲ୍ - ରାଷ୍ଟ୍ରପତିଙ୍କ ସହକାରୀ ପ୍ରେସ୍ ସଚିବ
  • ସୋନିଆ ଅଗ୍ରଓ୍ୱାଲ୍- ପରିବେଶ ବ୍ୟାପାରର ବରିଷ୍ଠ ପରାମର୍ଶଦାତା
  • ବିଦୁର ଶର୍ମା - ଆମେରିକାର କରୋନା ବିରୋଧ ଦଳରେ ସାମିଲ
  • ଜାତୀୟ ସୁରକ୍ଷା ପରିଷଦରେ ତିନିଜଣ ଭାରତୀୟ
  • ଆଇନଗତ ପରାମର୍ଶଦାତା ଦଳରେ ଦୁଇ ଜଣ ଭାରତୀୟ ବଂଶୋଦ୍ଭବ ସାମିଲ
  • ଅନ୍ୟ କେତେକ ଭାରତୀୟ ବାଇଡେନଙ୍କ ସ୍ୱତନ୍ତ୍ର ଦଳରେ ସାମିଲ

ମୁଁ ସମଗ୍ର ଯୁକ୍ତରାଷ୍ଟ୍ରର ରାଷ୍ଟ୍ରପତି : ଜୋ ବାଇଡେନ

ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ଆମେରିକାର ନୂତନ ରାଷ୍ଟ୍ରପତି ଗଣତାନ୍ତ୍ରିକ ବ୍ୟବସ୍ଥା ବଜାୟ ରଖିଥିବାରୁ ଆମେରିକାର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଆମେ ଆମେରିକାର ଗଣତନ୍ତ୍ରକୁ ବହୁ ସଂଘର୍ଷ ସହ ସୁରକ୍ଷା କରିଛୁ । ମୁଁ ବର୍ତ୍ତମାନ କୌଣସି ଦଳର ରାଷ୍ଟ୍ରପତି ନୁହେଁ, ବରଂ ସମଗ୍ର ଆମେରିକାର ଏବଂ ଆମେରିକାବାସୀଙ୍କ ରାଷ୍ଟ୍ରପତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As many as 20 Indo-American people placed in Joe Biden's Cabinet.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X