ତାଲିବାନ ଦଖଲରେ କାବୁଲ ବିମାନବନ୍ଦର, କହିଲା - "ଆମେରିକା ସହ ଭଲ କୂଟନୈତିକ ସମ୍ପର୍କ ଚାହୁଁଛୁ"
ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନିକ ଫେରିବା ପରେ ତାଲିବାନ ବିଦ୍ରୋହୀମାନେ ସମଗ୍ର କାବୁଲ ବିମାନବନ୍ଦରକୁ କାବୁ କରି ନେଇଛନ୍ତି । ପ୍ରାୟ 20 ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ଆମେରିକା ଆଫଗାନିସ୍ତାନ ଛାଡିବା ପରେ ତାଲିବାନ ଉତ୍ସବ ପାଳନ କରୁଛି ।
ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ସମସ୍ତ ଆମେରିକୀୟ ସୈନିକ ଫେରିବା ପରେ ତାଲିବାନ ବିଦ୍ରୋହୀମାନେ ସମଗ୍ର କାବୁଲ ବିମାନବନ୍ଦରକୁ କାବୁ କରି ନେଇଛନ୍ତି । ପ୍ରାୟ 20 ବର୍ଷ ଧରି ଚାଲିଥିବା ଯୁଦ୍ଧ ପରେ ଆମେରିକା ଆଫଗାନିସ୍ତାନ ଛାଡିବା ପରେ ତାଲିବାନ ଉତ୍ସବ ପାଳନ କରୁଛି । ଅନ୍ୟପକ୍ଷରେ ତାଲିବାନ ମଧ୍ୟ ଆମେରିକା ସହ ଭଲ କୂଟନୈତିକ ସମ୍ପର୍କ ଚାହୁଁଛି ବୋଲି କହିଛି । କିନ୍ତୁ ଆମେରିକା ଆଫଗାନିସ୍ତାନରୁ ନିଜର ରାଷ୍ଟ୍ରଦୂତମାନଙ୍କୁ ହଟାଇ ଦେଇଛି । ତାଲିବାନ ନେତାମାନେ ମଙ୍ଗଳବାର ଦିନ କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦରର ରନୱେରେ ଆଫଗାନିସ୍ତାନରେ ନିଜର ବିଜୟ ପତାକା ଉଡ଼ାଇଛନ୍ତି ।

AFP ରିପୋର୍ଟ ଅନୁଯାୟୀ ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ବିଜୟ ଆମ ସମସ୍ତଙ୍କର ଅଟେ । କାବୁଲ ବିମାନବନ୍ଦରର ରନୱେରୁ ସେ ମଧ୍ୟ କହିଛନ୍ତି ଯେ ବିଶ୍ୱ ଏହାର ଶିକ୍ଷା ଲାଭ କରିବା ଉଚିତ ଏବଂ ଏହା ବିଜୟର ଖୁସିର ମୁହୂର୍ତ୍ତ ।
ସ୍ୱାଧୀନତାର ସକାଳର ଖବର ନେବାକୁ କାବୁଲ ବିମାନବନ୍ଦରରେ ପହଞ୍ଚିଥିବା ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଆମେରିକାର ପରାଜୟ ଅନ୍ୟ ଆକ୍ରମଣକାରୀଙ୍କ ପାଇଁ ଏକ ବାର୍ତ୍ତା । ଏହା ଏକ ଐତିହାସିକ ଘଟଣା ଏବଂ ଆମ ଦେଶ ବର୍ତ୍ତମାନ ଏକ ସ୍ୱାଧୀନ ତଥା ସାର୍ବଭୌମ ରାଷ୍ଟ୍ର ।

ଜାବିହୁଲ୍ଲା ମୁଜାହିଦ୍ ଆଫଗାନିସ୍ତାନ ନାଗରିକଙ୍କୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ତାଲିବାନ ମୁଖପାତ୍ର ଏହା ମଧ୍ୟ କହିଛନ୍ତି ଯେ ସେ କେବଳ ଆମେରିକା ନୁହେଁ ସମଗ୍ର ବିଶ୍ୱ ସହ ଭଲ ସମ୍ପର୍କ ଗଢିବାକୁ ଚାହୁଁଛନ୍ତି ।
କାବୁଲ ବିମାନବନ୍ଦର 30 ଅଗଷ୍ଟ ପର୍ଯ୍ୟନ୍ତ ଆମେରିକାର ସୈନ୍ୟଙ୍କ ଅଧୀନରେ ଥିଲା । ସୋମବାର ସନ୍ଧ୍ୟାରେ ଅବଶିଷ୍ଟ ଆମେରିକୀୟ ସୌନ୍ୟଙ୍କୁ ନେଇ ଏକ ବିମାନ ଦେଶ ଛାଡିବା ପରେ ଆଫଗାନିସ୍ତାନରେ ଦୁଇ ଦଶନ୍ଧି ଧରି ଚାଲିଥିବା ଯୁଦ୍ଧ ଶେଷ ହୋଇଛି । ଆମେରିକାର ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ ଜେନେରାଲ କେନେଥ ଏଫ କହିଛନ୍ତି, ମୁଁ ପୂର୍ଣ୍ଣ ନିଶ୍ଚିତତା ସହ କହୁଛି ସମସ୍ତ ଆମେରିକୀୟ ସଦସ୍ୟ ଆଫଗାନିସ୍ତାନରୁ ବାହାରିଛନ୍ତି ।












Click it and Unblock the Notifications