Get Updates
Get notified of breaking news, exclusive insights, and must-see stories!

ପାକିସ୍ତାନରେ ଆଉ ଏକ ଭୟଙ୍କର ଆତ୍ମଘାତୀ ଆକ୍ରମଣ, 9 ପୋଲିସ୍ କର୍ମୀ ମୃତ

ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ପୁଣି ଥରେ ପୋଲିସ ଉପରେ ଆକ୍ରମଣ ହେବାର ଖବର ଆସିଛି । ସୋମବାର ଦିନ ସିବି ଏବଂ କଚ୍ଛ ସୀମା ନିକଟ ବୋଲାନ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ 9 ଜଣଙ୍କର ମୃତ୍ୟୁ ହୋଇଛି ।

terrorist attack

ଇସାଲାମାବାଦ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ପୁଣି ଥରେ ପୋଲିସ ଉପରେ ଆକ୍ରମଣ ହେବାର ଖବର ଆସିଛି । ସୋମବାର ଦିନ ସିବି ଏବଂ କଚ୍ଛ ସୀମା ନିକଟ ବୋଲାନ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ଏହି ଆକ୍ରମଣରେ 9 ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ସମସ୍ତ ପୋଲିସ କର୍ମଚାରୀ ବୋଲି କୁହାଯାଉଛି । ପ୍ରାଥମିକ ଅନୁସନ୍ଧାନରୁ ଏହା ଜଣାପଡିଛି ଯେ ଏହା ଏକ ଆତ୍ମଘାତୀ ଆକ୍ରମଣ । ଏହା ବ୍ୟତୀତ ଅନ୍ୟ 13 ଜଣ ଆହତ ହୋଇଥିବା ଖବର ରହିଛି ।

ପାକିସ୍ତାନ ପୋଲିସର ମୁଖପାତ୍ର ମହମୁଦ ଖାନ ନୋଟିଜାଇଙ୍କ ଅନୁଯାୟୀ ବାଲୁଚିସ୍ତାନ ପ୍ରଦେଶର ରାଜଧାନୀ କ୍ୱେଟାର ପ୍ରାୟ 160 କିଲୋମିଟର ପୂର୍ବରେ ଥିବା ସିବି ସହରରେ ଏହି ଆକ୍ରମଣ ହୋଇଛି । ବାଲୁଚିସ୍ତାନ କନଷ୍ଟେବଲାରୀ (ବିସି) କର୍ମଚାରୀମାନେ ସିବି ମେଳାରେ ଡ୍ୟୁଟିରୁ ଫେରୁଥିବାବେଳେ ଆତ୍ମଘାତୀ ବିସ୍ଫୋରଣକାରୀ ଏକ ବାଇକରେ ଆସି ଟ୍ରକ୍ କୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକ୍ ଟ୍ ବିସ୍ପୋରଣ ହେବା ସହ 9 ଜଣ ପୋଲିସ୍ କର୍ମୀଙ୍କ ପ୍ରାଣହାନି ହୋଇଛି ।

ଖବର ଅନୁଯାୟୀ ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କ୍ୱେଟା ଏବଂ ସିବି ଡାକ୍ତରଖାନାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । କୁହାଯାଉଛି ଯେ ଅନେକ ଆହତଙ୍କ ଅବସ୍ଥା ଗୁରୁତର ଏବଂ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା ରହିଛି । ବମ୍ ନିଷ୍କାସନ ସ୍କ୍ୱାଡ୍ ଏବଂ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଜାନୁଆରୀ 30 ରେ ପାକିସ୍ତାନର ଏକ ମସଜିଦରେ ଆତ୍ମଘାତୀ ବିସ୍ଫୋରଣରେ 100 ରୁ ଅଧିକ ପୋଲିସ କର୍ମଚାରୀ ପ୍ରାଣ ହରାଇଥିଲେ । ଆକ୍ରମଣକାରୀ ପୋଲିସ ୟୁନିଫର୍ମରେ ମସଜିଦ ଭିତରକୁ ପଶି ବିସ୍ପୋରଣ କରିଥିଲା ।

ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ କ୍ରମାଗତ ଭାବରେ ପୋଲିସକୁ ଟାର୍ଗେଟ କରୁଛି । ଏହାର ସକ୍ରିୟତା କେତେ ବୃଦ୍ଧି ପାଇଛି ତାହା ଏଥିରୁ ଜଣା ପଡ଼ୁଛି ଯେ ଫେବୃଆରୀ ମାସର 28 ଦିନରେ ଏହି ସଂଗଠନ ପାକିସ୍ତାନରେ 29 ଟି ଆତଙ୍କବାଦୀ ଘଟଣା ଘଟାଇଛି । ଏହି ଘଟଣାରେ ସମୁଦାୟ 57 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 157 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏହି ସୂଚନା ତେହେରିକ-ଇ-ତାଲିବାନ ନିଜେ ପୋଷ୍ଟର ପ୍ରକାଶ କରିଛି । ତେହେରିକ୍-ଇ-ତାଲିବାନ ପାକିସ୍ତାନ, ପାକିସ୍ତାନକୁ ଚେତାବନୀ ଦେଇଛି ଯେ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଶରିଆ ନିୟମ ଲାଗୁ ନକରେ ସେ ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+