Get Updates
Get notified of breaking news, exclusive insights, and must-see stories!

ଶ୍ରୀଲଙ୍କା ସଙ୍କଟ : ବାସଭବନ ଛାଡ଼ି ପଳେଇଲେ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ, ବାସଭବନରେ ପ୍ରବେଶ କଲେ ପ୍ରଦର୍ଶନକାରୀ

ଶ୍ରୀଲଙ୍କା ସଙ୍କଟ ଆହୁରି ଗମ୍ଭୀର ହୋଇ ପଡ଼ିଛି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଶନିବାର ତାଙ୍କ ସରକାରୀ ବାସଭବନ ଛାଡି ପଳାଇଛନ୍ତି । କଲମ୍ବୋରେ ବିକ୍ଷୋଭକାରୀମାନେ ତାଙ୍କ ଘରକୁ ଘେରିଯିବା ପରେ ସେ ଛାଡ଼ି ପଳାଇଥିଲେ ।

କଲମ୍ବୋ : ଶ୍ରୀଲଙ୍କା ସଙ୍କଟ ଆହୁରି ଗମ୍ଭୀର ହୋଇ ପଡ଼ିଛି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଶନିବାର ତାଙ୍କ ସରକାରୀ ବାସଭବନ ଛାଡି ପଳାଇଛନ୍ତି । କଲମ୍ବୋରେ ବିକ୍ଷୋଭକାରୀମାନେ ତାଙ୍କ ଘରକୁ ଘେରିଯିବା ପରେ ସେ ଛାଡ଼ି ପଳାଇଥିଲେ । ଶ୍ରୀଲଙ୍କାର ରାଷ୍ଟ୍ରପତି ତାଙ୍କ ପଦ ନ ଛାଡ଼ିବାକୁ ଜିଦ୍ ଧରିଥିଲେ ଏବଂ କୌଣସି ପରିସ୍ଥିତିରେ ସେ ଦେଶର ରାଷ୍ଟ୍ରପତି ପଦ ଛାଡିବେ ନାହିଁ ବୋଲି ସ୍ପଷ୍ଟ କରିଥଲେ, କିନ୍ତୁ ପ୍ରଦର୍ଶନକାରୀ ତାଙ୍କ ଘର ସାମ୍ନାରେ ଆସୁଥିବା ଦେଖି ଗୋତାବାୟା ପଳାଇଛନ୍ତି ।

Gotabaya Rajapaksa

ଗତ କିଛି ମାସ ଧରି ଶ୍ରୀଲଙ୍କାରେ ଏକ ବିରାଟ ଅର୍ଥନୈତିକ ସଙ୍କଟ ଦେଖାଦେଇଛି ଏବଂ ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଖାଲି ହୋଇ ଯାଇଛି, ଏପରିକି ଶ୍ରୀଲଙ୍କାରେ ପେଟ୍ରୋଲ କିମ୍ବା ଡିଜେଲ ନାହିଁ । ବିଶ୍ୱାସ କରାଯାଏ ଯେ ରାଜପକ୍ଷେ ସରକାରଙ୍କ ଖରାପ ଅର୍ଥନୈତିକ ନୀତି ଯୋଗୁଁ ଦେଶରେ ଏହି ଅର୍ଥନୈତିକ ସଙ୍କଟ ଆସିଛି ଏବଂ ଗତ ସପ୍ତାହରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମିସିଙ୍ଘେ ଦେଶର ସଂସଦରେ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ଶ୍ରୀଲଙ୍କା ଦେବାଳିଆ ହୋଇଛି ।

ଗତ କିଛି ମାସ ଧରି ଶ୍ରୀଲଙ୍କାରେ ବିରୋଧ ପ୍ରଦର୍ଶନ ଚାଲିଥିଲା ଏବଂ ରାଜଧାନୀ କଲମ୍ବୋରେ ଏକ ଛକ ନିକଟରେ ମାର୍ଚ୍ଚରୁ ଶ୍ରୀଲଙ୍କାର ରାଜପକ୍ଷେ ସରକାର ବିରୋଧରେ ଲୋକମାନେ ବିରୋଧ ପ୍ରଦର୍ଶନ କରିଥିଲେ । ଏଥିସହିତ ଶ୍ରୀଲଙ୍କା ପୋଲିସ ହଜାର ହଜାର ଲୋକଙ୍କ ଭିଡ ଉପରେ ଲୁହବୁହା ଗ୍ୟାସ ଗୁଳି ଚଳାଇବା ଆରମ୍ଭ କରିବା ପରେ ଅବସ୍ଥା ଆହୁରି ବିଗିଡି ଯାଇଥିଲା । ଯେଉଁଥିପାଇଁ କ୍ରୋଧିତ ଲୋକମାନେ ରାଷ୍ଟ୍ରପତିଙ୍କ ବାସଭବନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ଏହାପୂର୍ବରୁ ଦୁଇ ମାସ ପୂର୍ବେ ପ୍ରଧାନମନ୍ତ୍ରୀ ଥିବା ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେଙ୍କ ବଡ ଭାଇ ମହିନ୍ଦା ରାଜପକ୍ଷେ ମଧ୍ୟ ଭୟଭୀତ ହୋଇ ଶ୍ରୀଲଙ୍କା ନୌସେନା ଶିବିରରେ ରହୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+