ବିଗୁଡ଼ୁଛି ଶ୍ରୀଲଙ୍କାର ଅବସ୍ଥା : କଲମ୍ବୋରେ କର୍ଫ୍ୟୁ ଲାଗୁ, ସିଙ୍ଗାପୁର ଗଲେ ଗୋତାବାୟା
ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି । ରିପୋର୍ଟ ଅନୁଯାୟୀ, ଆଜି ମଧ୍ୟାହ୍ନ 12 ଟାରୁ ଜୁଲାଇ 15 ପର୍ଯ୍ୟନ୍ତ ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି ।
କଲମ୍ବୋ : ଶ୍ରୀଲଙ୍କାରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି । ରିପୋର୍ଟ ଅନୁଯାୟୀ, ଆଜି ମଧ୍ୟାହ୍ନ 12 ଟାରୁ ଜୁଲାଇ 15 ପର୍ଯ୍ୟନ୍ତ ଦେଶରେ କର୍ଫ୍ୟୁ ଲାଗୁ କରାଯାଇଛି ।

ଆମେ ଆପଣଙ୍କୁ କହି ରଖୁଛୁ ଦେଶର ଅର୍ଥନୈତିକ ସଙ୍କଟ ମଧ୍ୟରେ ସୃଷ୍ଟି ହେଉଥିବା ରାଜନୈତିକ ସଙ୍କଟ ଯୋଗୁଁ ଦେଶର ଅବସ୍ଥା ଖରାପ ହେବାରେ ଲାଗିଛି । ସୂଚନା ମୁତାବକ, ବିକ୍ଷୋଭକାରୀମାନେ ସରକାରୀ ବାସଗୃହ ଖାଲି କରିବାକୁ ଘୋଷଣା କରିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଏଥି ସହିତ ସେ ମାଲଦ୍ୱୀପରୁ ସିଙ୍ଗାପୁର ଯାଇଛନ୍ତି । ଖବର ମୁତାବକ, ତାଙ୍କର ଏକ ଘରୋଇ ବିମାନ ତାଙ୍କୁ ସିଙ୍ଗାପୁର ନେବା ପାଇଁ ମାଲଦ୍ୱୀପରେ ପହଞ୍ଚିଥିଲା ।
ଦେଶର ରାଜନୈତିକ ଅବସ୍ଥା ବିଗିଡି ଯାଇଛି, କଲମ୍ବୋରେ କର୍ଫ୍ୟୁ ଲାଗୁ କରାଯାଇଛି । ଗତ କିଛି ଦିନ ଧରି ଶ୍ରୀଲଙ୍କାରେ ଲାଗି ରହିଥିବା ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ମଧ୍ୟରେ ରାଷ୍ଚ୍ରପତି ଗୋତାବାୟା ରାଜପକ୍ଷେ ଦେଶ ଛାଡ଼ି ପଳାଇଛନ୍ତି । ସେ ବର୍ତ୍ତମାନ ମାଲଦ୍ୱୀପରେ ଅଛନ୍ତି । ତାଙ୍କ ଇସ୍ତଫା ଦାବି କରି ଦେଶର ଜନତା ରାଜରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏପରିକି ବିକ୍ଷୋଭକାରୀମାନେ ରାଷ୍ଚ୍ରପତି ଭବନ ଓ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଧସେଇ ପଶିଥିଲେ । ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସେନା ପକ୍ଷରୁ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରୁ ରାଷ୍ଟ୍ରପତି ପଳାୟନ କରିବା ପରେ ପ୍ରଧାନମନ୍ତ୍ରୀ ରାନୀଲ ବିକ୍ରମସିଙ୍ଘେଙ୍କୁ କାମଚଳା ରାଷ୍ଟ୍ରପତି କରାଯାଇଛି । ଗୋତାବାୟା ସିଙ୍ଗାପୁରରେ ପହଞ୍ଚି ନିଜର ଇସ୍ତଫା ଦେଇପାରନ୍ତି ବୋଲି କେତେକ ଗଣମାଧ୍ୟନ ରିପୋର୍ଟ କରିଛନ୍ତି ।
ଯେତେବେଳେ ଗୋତାବାୟା ମାଲଦ୍ୱୀପରେ ପହଞ୍ଚିଲେ, ସେଠାରେ ମଧ୍ୟ ତାଙ୍କ ବିରୋଧରେ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ବର୍ତ୍ତମାନ ସେ ସେଠାରୁ ସିଙ୍ଗାପୁର ପଳାଇଛନ୍ତି । ସେଠାରୁ ସେ ସାଉଦୀ ଆରବ ଯିବେ ବୋଲି 'ଦି ଆସୋସିଏଟ୍ ପ୍ରେସ୍' ରିପୋର୍ଟ କରିଛି। ମାଳଦ୍ବୀପର ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ଆଜି 73 ବର୍ଷିୟ ନେତା ରାଜପକ୍ଷେ ଗୋଟାଏ ସାଉଦୀ ଏୟାର୍ଲାଇନ୍ସ୍ର 'ଏସ୍ଭି 788' ବିମାନ ଆରୋହଣ କରିଛନ୍ତି । ସେ ବିମାନ ତାଙ୍କୁ ସିଙ୍ଗାପୁର ନେଇ ସେଠାରୁ ସାଉଦୀ ଆରବର ଜେଦାହ୍କୁ ନେଇଯିବ ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications