Get Updates
Get notified of breaking news, exclusive insights, and must-see stories!

ମାଲଦ୍ୱୀପରୁ ସିଙ୍ଗାପୁର ଯିବେ ଶ୍ରୀଲଙ୍କାର ରାଷ୍ଟ୍ରପତି, ବିମାନବନ୍ଦରରେ ଭାରୀ ସୁରକ୍ଷା ବାହିନୀ ନିୟୋଜିତ

ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ମାଲଦ୍ୱୀପରୁ ସିଙ୍ଗାପୁର ଯାତ୍ରା କରିବାକୁ ଯୋଜନା କରୁଛନ୍ତି । ବୁଧବାର ରାତିରେ ମାଲଦ୍ୱୀପର ଭେଲନା ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରୀ ସୁରକ୍ଷା ବାହିନୀ ମୁତୟନ କରାଯାଇଛି ।

କଲମ୍ବୋ : ଶ୍ରୀଲଙ୍କାରେ ଚାଲିଥିବା ଆର୍ଥିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ମାଲଦ୍ୱୀପରୁ ସିଙ୍ଗାପୁର ଯାତ୍ରା କରିବାକୁ ଯୋଜନା କରୁଛନ୍ତି । ବୁଧବାର ରାତିରେ ମାଲଦ୍ୱୀପର ଭେଲନା ଅନ୍ତର୍ଜାତୀୟ ବିମାନବନ୍ଦରରେ ଭାରୀ ସୁରକ୍ଷା ବାହିନୀ ମୁତୟନ କରାଯାଇଛି । ଗୋତାବାୟା ବୁଧବାର ଶ୍ରୀଲଙ୍କାରୁ ମାଲଦ୍ୱୀପରେ ପହଞ୍ଚିଥିଲେ । ଗତ କିଛି ଦିନ ହେବ ଶ୍ରୀଲଙ୍କାରେ ତାଙ୍କ ବିରୋଧ କରି ପ୍ରଦର୍ଶନ କରାଯାଇଥିଲା ଏବଂ ଲୋକମାନେ ତାଙ୍କ ଇସ୍ତଫା ଦାବି କରିଥିଲେ ।

gotabaya rajapaksa

ସୂଚନାନୁସାରେ, ରାଜପକ୍ଷେ ସିଙ୍ଗାପୁରରେ ପହଞ୍ଚିବା ପରେ ଶ୍ରୀଲଙ୍କାର ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପଠାଇ ପାରନ୍ତି । ଏହି ସମୟରେ, ମିଳିଥିବା ଖବର ଅନୁସାରେ ଭେଲାନା ଅନ୍ତର୍ଜାତୀୟ ବିମାନବନ୍ଦରର ଭିଆଇପି ଟର୍ମିନାଲରେ ରାଜପକ୍ଷେଙ୍କୁ ଅପେକ୍ଷା କରିଥିବା ସାମ୍ବାଦିକମାନଙ୍କୁ ସୁରକ୍ଷା କର୍ମୀମାନେ ହଟାଇ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ସିଙ୍ଗାପୁରକୁ ଘରୋଇ ବିମାନ ଯୋଗାଇବା ପାଇଁ ରାଷ୍ଟ୍ରପତି ମାଲଦ୍ୱୀପ ସରକାରଙ୍କୁ ନିବେଦନ କରିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଶ୍ରୀଲଙ୍କାରେ ବିରୋଧ ଅତ୍ୟନ୍ତ ତୀବ୍ର ହୋଇଛି । ଗୋତାବାୟା ବୁଧବାର ଦେଶ ଛାଡି ପଳାଇଥିଲେ, ଯାହା ପରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+