ଇସ୍ତଫା ଦେଲେ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ
ଶ୍ରୀଲଙ୍କା ଜାରି ରହିଥିବା ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ଗୋତାବାୟା ଶ୍ରୀଲଙ୍କା ସଂସଦର ବାଚସ୍ପତିଙ୍କ ନିକଟକୁ ଇ ମେଲରେ ଇସ୍ତଫା ଦେଇଛନ୍ତି ।
କଲମ୍ବୋ : ଶ୍ରୀଲଙ୍କା ଜାରି ରହିଥିବା ଅର୍ଥନୈତିକ ଏବଂ ରାଜନୈତିକ ସଙ୍କଟ ମଧ୍ୟରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । ଗୋତାବାୟା ଶ୍ରୀଲଙ୍କା ସଂସଦର ବାଚସ୍ପତିଙ୍କ ନିକଟକୁ ଇ ମେଲରେ ଇସ୍ତଫା ଦେଇଛନ୍ତି । ଗୋତାବାୟା ରାଜପକ୍ଷେ ବୁଧବାର ଦେଶ ଛାଡି ମାଲଦ୍ୱୀପ ପଳାଇଥିଲେ । ସେଠାରେ ଗୋଟିଏ ଦିନ ରହିବା ପରେ ସେ ଆଜି ସିଙ୍ଗାପୁରରେ ପହଞ୍ଚିଛନ୍ତି ।
ଏହି ସମୟରେ, ସିଙ୍ଗାପୁର ସରକାର ସ୍ପଷ୍ଟ କରିଛନ୍ତି ଯେ ଗୋତାବାୟା ରାଜପକ୍ଷେ ଏକ ବ୍ୟକ୍ତିଗତ ଗସ୍ତରେ ଆସିଛନ୍ତି । ସିଙ୍ଗାପୁର ପକ୍ଷରୁ କୁହାଯାଇଛି ଯେ ଗୋତାବାୟା ଆମକୁ ଶରଣ ମାଗି ନାହାଁନ୍ତି କିମ୍ବା ଆମେ ତାଙ୍କୁ ଶରଣ ଦେଇନାହୁଁ ।

ଏହି ସମୟରେ ଶ୍ରୀଲଙ୍କାରେ ଜାରି ରହିଥିବା ବିକ୍ଷୋଭ ପ୍ରଦର୍ଶନକୁ ନିୟନ୍ତ୍ରଣ କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି । ଏକ ବିବୃତ୍ତିରେ ଶ୍ରୀଲଙ୍କା ସୈନ୍ୟବାହିନୀ ବିକ୍ଷୋଭକାରୀଙ୍କୁ ସମସ୍ତ ପ୍ରକାର ହିଂସା ଠାରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି । ନଚେତ୍ ଏହାର ପରିଣାମର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେବାକୁ ଚେତାବନୀ ଦିଆଯାଇଛି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ସଂସଦର ମୁଖ୍ୟ ରାସ୍ତାରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ପରେ ବୁଧବାର ଶ୍ରୀଲଙ୍କାରେ ଅତି କମରେ 84 ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପ୍ରତିବନ୍ଧକକୁ ଭାଙ୍ଗି ସୀମିତ ଅଞ୍ଚଳରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଭିଡ଼ ଉପରେ ପୋଲିସ ଲୁହବୁହା ଗ୍ୟାସ ଏବଂ ପାଣି ତୋପ ଗୁଳି ଚଳାଇଥିଲା ।
ଏହା ସହିତ ଶୁକ୍ରବାର ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ସଂସଦ ବୈଠକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି । ରାଷ୍ଟ୍ରପତିଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାର ତିନି ଦିନ ମଧ୍ୟରେ ସଂସଦ ଡକାଯିବ ବୋଲି ବାଚସ୍ପତି ମହିନ୍ଦା ୟାପ ଅଭୟବର୍ଦ୍ଧନ କହିଛନ୍ତି । ଗତ କାଲି ସନ୍ଧ୍ୟାରେ ଗୋତାବାୟା ରାଜପକ୍ଷେ ଇସ୍ତଫା ଦେବା ପରେ ସଂସଦ ପ୍ରକ୍ରିୟା ପୁଣି ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏହାପୂର୍ବରୁ ଦଳର ନେତାଙ୍କ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା କି ଜୁଲାଇ 13 ରେ ରାଷ୍ଟ୍ରପତି ଗୋତାବାୟା ତାଙ୍କ ଇସ୍ତଫା ଦାଖଲ କରିବା ପରେ ଜୁଲାଇ 15 ରେ ସଂସଦ ଡକାଯିବ।












Click it and Unblock the Notifications