ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ପ୍ରଧାନମନ୍ତ୍ରୀ ହେଲେ କାମଚଳା ରାଷ୍ଟ୍ରପତି
ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଆଜି ମାଲଦ୍ୱୀପକୁ ପଳାୟନ କରିବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମେସିଙ୍ଘେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।
କଲମ୍ବୋ : ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଇସ୍ତଫା ନ ଦେଇ ଦେଶ ଛାଡି ମାଲଦ୍ୱୀପକୁ ପଳାଇଛନ୍ତି । ଏହା ପରେ ଜନସାଧାରଣ ଆହୁରି କ୍ରୋଧିତ ହୋଇ ଉଠିଛନ୍ତି । କଲମ୍ବୋରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଏଥି ସହ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବିକ୍ଷୋଭକାରୀମାନେ ପିଏମ ହାଉସରେ ଧସେଇ ପସିଛନ୍ତି । ଏଥି ସହିତ ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରଣାଳୟର ପୂର୍ବତନ ପରାମର୍ଶଦାତା ANI ସହ ବାର୍ତ୍ତାଳାପରେ କହିଛନ୍ତି ଯେ ଆମେ ଚାହୁଁଛୁ ପ୍ରଧାନମନ୍ତ୍ରୀ ଇସ୍ତଫା ଦିଅନ୍ତୁ କାରଣ ଆମର ସମ୍ବିଧାନ ଅନୁଯାୟୀ ଯଦି ରାଷ୍ଟ୍ରପତି ଇସ୍ତଫା ଦିଅନ୍ତି, ତେବେ ପ୍ରଧାନମନ୍ତ୍ରୀ କାର୍ଯ୍ୟନିର୍ବାହୀ ରାଷ୍ଟ୍ରପତି ହୁଅନ୍ତି । ତଥାପି, ଲୋକମାନେ ଚାହାଁନ୍ତି ଉଭୟ ଇସ୍ତଫା ଦିଅନ୍ତୁ ।

ବର୍ତ୍ତମାନ ଦେଶର ଜନସାଧାରଣ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶ କରୁଛନ୍ତି । ଏପରିକି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ପଶି ଭଙ୍ଗାରୁଜା କରିଛନ୍ତି । ପୋଲିସ୍ ଲୁହବୁହା ଗ୍ୟାସ ଗୁଳି ଚଳାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ଏହି ସମୟରେ କଲମ୍ବୋରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନ ବାହାରେ ବିକ୍ଷୋଭକାରୀମାନେ ଏକତ୍ରିତ ହେବାପରେ ଫାଙ୍କା ଗୁଳି ଚାଳନା ହୋଇଥିଲା ।
ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଆଜି ମାଲଦ୍ୱୀପକୁ ପଳାୟନ କରିବା ପରେ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମେସିଙ୍ଘେ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଆମେ ଆପଣଙ୍କୁ କହିବୁ ଯେ ଶ୍ରୀଲଙ୍କାରେ ସମ୍ବିଧାନ ଅନୁଯାୟୀ ଯଦି ରାଷ୍ଟ୍ରପତି ଇସ୍ତଫା ଦିଅନ୍ତି, ତେବେ ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି କରାଯାଏ ।

ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଇସ୍ତଫା ନ ଦେଇ ଦେଶ ଛାଡି ପଳାଇଛନ୍ତି । ଏହା ପରେ ଶ୍ରୀଲଙ୍କାର ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଘେରି ରହିଥିଲେ । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ବାସଭବନର ସୁରକ୍ଷା ପାଇଁ ସେନା ଆକାଶରେ ପାଟ୍ରୋଲିଂ ଆରମ୍ଭ କରିଛି । ଖବର ଅନୁଯାୟୀ, ଗୋତାବାୟା ଏବଂ ରାନିଲ ୱିକ୍ରେମିସିଙ୍ଘେଙ୍କ ଉପରେ ଦେଶର ଲୋକମାନେ କ୍ଷୁବ୍ଧ ଅଛନ୍ତି ଏବଂ ସେମାନେ ଚାହୁଁ ନାହାଁନ୍ତି ଯେ ଉଭୟେ ଦେଶର କମାଣ ସମ୍ଭାଳନ୍ତୁ । ଶ୍ରୀଲଙ୍କାରେ ଏହି ସମୟରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି ।
ଆର୍ଥିକ ସଙ୍କଟ ପରେ ଦେଶ ବର୍ତ୍ତମାନ ଏକ ରାଜନୈତିକ ସଙ୍କଟ ଦେଇ ଗତି କରୁଛି । ଲୋକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି, କିନ୍ତୁ ରାଜନେତାମାନେ ଦେଶ ଛାଡି ପଳାୟନ କରୁଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications