Get Updates
Get notified of breaking news, exclusive insights, and must-see stories!

ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କ ଦେଶ ଛାଡିବା ଉପରେ ବାରଣ

ରାଜନୈତିକ-ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାର କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି ।

କଲମ୍ବୋ : ରାଜନୈତିକ-ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ଶ୍ରୀଲଙ୍କାର କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ଦେଶ ଛାଡିବାକୁ ବାରଣ କରିଛନ୍ତି । ଏହା ସହିତ କୋର୍ଟ ତାଙ୍କର ଅନ୍ୟ 16 ସହଯୋଗୀଙ୍କୁ ଶ୍ରୀଲଙ୍କା ବାହାରକୁ ଯିବାକୁ ବାରଣ କରିଛନ୍ତି । ଏହି ତାଲିକାରେ ମହିନ୍ଦା ରାଜପକ୍ଷେଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ନାମଲ ରାଜପକ୍ଷେ ମଧ୍ୟ ସାମିଲ ଅଛନ୍ତି ।

Mahinda Rajapaksa

ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ଏବଂ ତାଙ୍କ ପୁଅ ବ୍ୟତୀତ ଏହି ତାଲିକାରେ ସାଂସଦ ଜନସନ ଫର୍ଣ୍ଣାଣ୍ଡୋ, ପବିତ୍ର ବନ୍ନୀରାଚ୍ଚୀ, ସଞ୍ଜୀବା ଇଦିରିମାନେ, କଞ୍ଚନା ଜୟରତ୍ନେ, ରୋହିତା ଆବେଗୁନାୱର୍ଦ୍ଦନ, ସିବି ରତ୍ନାୟକେ, ସମ୍ପଥ ଅତୁକୋରଲା, ରେନୁକା ପେରେରା, ସନଥ ନିଶାନ୍ତ, ସିନିୟର ଡିଆଇଜି ଦେଶବନ୍ଧୁଙ୍କ ନାମ ରହିଛି ।

ଏହାପୂର୍ବରୁ ଆଟର୍ଣ୍ଣି ଜେନେରାଲ ଏହି 17 ଜଣଙ୍କୁ ଦେଶ ଛାଡିବାକୁ ବାରଣ କରିବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ । ଗୋଟାଗୋଗାମା ଏବଂ ମାଇନାଗୋଗାମ ସାଇଟଗୁଡିକର ଯାଞ୍ଚ ସଂପର୍କରେ ତାଙ୍କ ଉପସ୍ଥିତି ଆବଶ୍ୟକ ବୋଲି ଆଟର୍ଣ୍ଣି ଜେନେରାଲ ଯୁକ୍ତି ବାଢିଛନ୍ତି। ସନ୍ଦେହ ପ୍ରକଟ କରି ସେ କହିଥିଲେ ଯେ ଏହି ଆକ୍ରମଣର ଷ୍ଟ୍ରିଙ୍ଗ ଏହି ଲୋକଙ୍କ ସହ ଜଡିତ । ଏହି ଆକ୍ରମଣରେ ସେମାନଙ୍କର ଷଡଯନ୍ତ୍ର ଥିବା ଅଭିଯୋଗ ହୋଇଛି ।

Sri Lanka Crisis

ଆପଣଙ୍କୁ କହି ରଖୁଛୁ ସୋମବାର ଦିନ ମହିନ୍ଦା ରାଜପକ୍ଷେଙ୍କ ସମର୍ଥକମାନେ ଶାନ୍ତିପୂର୍ଣ୍ଣ ସରକାର ବିରୋଧୀ ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ କରିବା ପରେ ସାରା ଦେଶରେ ହିଂସା ଆରମ୍ଭ ହୋଇଥିଲା । ଦେଶରେ ଆର୍ଥିକ ସଙ୍କଟ, ଖାଦ୍ୟ ଅଭାବକୁ ଦୃଷ୍ଟିରେ ରଖି ବିକ୍ଷୋଭକାରୀମାନେ ରାଜପକ୍ଷେ ପରିବାର ନେତୃତ୍ୱାଧୀନ ସରକାରଙ୍କ ଇସ୍ତଫା ଦାବି କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+