Get Updates
Get notified of breaking news, exclusive insights, and must-see stories!

ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ କାର୍ଯ୍ୟକ୍ଷମ କରିବା ନେଇ ୟୁଜର୍ସଙ୍କ ରାୟ ମାଗିଲେ ଏଲନ୍ ମସ୍କ, ଏଭଳି ରହିଛି ଜବାବ

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଟ୍ୱିଟର୍ ଆକାଉଣ୍ଟ ପୁନଃ ଚାଲୁ କରିବା ନେଇ ୟୁଜର୍ସଙ୍କ ମନ୍ତବ୍ୟ ମାଗିଛନ୍ତି ଏଲନ୍ ମସ୍କ । ଏ ନେଇ ସେ ଟ୍ୱିଟରରେ ଏକ ପୋଲ୍ ମଧ୍ୟ କରିଛନ୍ତି ।

ୱାଶିଙ୍ଗଟନ୍ ଡିସି : ଟ୍ୱିଟର ହାତେଇବା ପର ଠାରୁ ମାଲିକ ଏଲନ୍ ମସ୍କ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି । ବର୍ତ୍ତମାନ ସେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଟ୍ୱିଟର୍ ଆକାଉଣ୍ଟ ପୁନଃ ଚାଲୁ କରିବା ନେଇ ୟୁଜର୍ସଙ୍କ ମନ୍ତବ୍ୟ ମାଗିଛନ୍ତି । ଏ ନେଇ ସେ ଟ୍ୱିଟରରେ ଏକ ପୋଲ୍ ମଧ୍ୟ କରିଛନ୍ତି ।

elon musk

ଏଲନ୍ ମସ୍କଙ୍କ ଏହି ସର୍ଭେ ରେ ବହୁ ସଂଖ୍ୟକ ଲୋକ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ସଚଳ କରିବା ସପକ୍ଷରେ ମତ ରଖିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଟ୍ୱିଟରକୁ ଫେରିବା ଉଚିତ କି ନାହିଁ ବୋଲି ଏଲନ ମସ୍କ ତାଙ୍କ ଟ୍ୱିଟର ଅନୁସରଣକାରୀଙ୍କୁ ପଚାରିଛନ୍ତି । 55% ରୁ ଅଧିକ ଲୋକ ପ୍ରାରମ୍ଭିକ ଫଳାଫଳରେ "ହଁ" ଉତ୍ତର ଦେଇଛନ୍ତି । ଏହା ସହିତ ଏଲନ୍ ମସ୍କ ଟ୍ୱିଟରରେ "ୱୋକ୍ସ ପୋପୁଲି, ଓୋକ୍ସ ଦେଇ" ଟ୍ୱିଟ୍ କରିଛନ୍ତି, ଯାହା ଏକ ଲାଟିନ୍ ବାକ୍ୟାଂଶ, ଯାହାର ଅର୍ଥ ହେଉଛି, ଲୋକଙ୍କ ସ୍ୱର ହେଉଛି ଭଗବାନଙ୍କ ସ୍ୱର ।

44 ବିଲିୟନ ଡଲାରରେ ଟ୍ୱିଟର କିଣିବା ପରଠାରୁ ଏଲନ୍ ମସ୍କ ଏହି ସୋଶାଲ ମିଡିଆ ପ୍ଲାଟଫର୍ମରେ କ୍ରମାଗତ ଭାବରେ ପରିବର୍ତ୍ତନ କରିଆସୁଛନ୍ତି, ଏହି କାରଣରୁ ଟ୍ୱିଟରରେ ଆଲୋଡ଼ନ ସୃଷ୍ଟି ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଶହ ଶହ କର୍ମଚାରୀଙ୍କୁ ବରଖାସ୍ତ କରାଯାଇଛି । ଏହାପୂର୍ବରୁ ଏଲନ୍ ମସ୍କ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଟ୍ୱିଟରରେ ଲଗାଯାଇଥିବା ପ୍ରତିବନ୍ଧକକୁ ସେ ପ୍ରତ୍ୟାହାର କରିବେ, ଯାହା ଗତ ବର୍ଷ ଜାନୁଆରୀ 6 ରେ ଆମେରିକା ସଂସଦ ଉପରେ ହୋଇଥିବା ଆକ୍ରମଣ ପରେ ଟ୍ୱିଟର ଆକାଉଣ୍ଟକୁ ସ୍ଥଗିତ ରଖାଯାଇଥିଲା । ଯଦିଓ ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ପୁନଃ ସ୍ଥାପିତ କରିବା ପାଇଁ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନାହିଁ ବୋଲି ଏଲନ୍ ମସ୍କ ପୂର୍ବରୁ କହିଥିଲେ, ତଥାପି ଟ୍ୱିଟର କେତେକ ବିବାଦୀୟ ଆକାଉଣ୍ଟକୁ ପୁନଃ ସ୍ଥାପିତ କରିବା ଆରମ୍ଭ କରିଦେଇଛି ।

ଟ୍ୱିଟର କିଣିବା ପୂର୍ବରୁ ମଧ୍ୟ ଏଲନ୍ ମସ୍କ କ୍ରମାଗତ ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟକୁ ବାକ୍ ସ୍ୱାଧୀନତା ଦର୍ଶାଇ ଏହି ପ୍ରତିବନ୍ଧକକୁ ହଟାଇବା ବିଷୟରେ ଆଲୋଚନା କରିଥିଲେ । ଏପରିକି ସୋଶାଲ ମିଡିଆରେ ରୁଷ ଉପରେ ପ୍ରତିବନ୍ଧକ ଲଗାଇବାକୁ ଏଲନ୍ ମସ୍କ ମଧ୍ୟ ବିରୋଧ କରିଛନ୍ତି । ଏହା ସହିତ, ଏଲନ୍ ମସ୍କ ଟ୍ୱିଟର ବ୍ୟବହାରକାରୀଙ୍କୁ ଟ୍ୱିଟରରେ କିଏ ରହିବା ଉଚିତ ଏବଂ କିଏ ରହିବା ଉଚିତ ନୁହେଁ ସେ ବିଷୟରେ ମାର୍ଗଦର୍ଶନ କରିବାକୁ କହିଥିଲେ । ଏଥିରେ ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବା ମଧ୍ୟ ଅନ୍ତର୍ଭୁକ୍ତ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+