କାଲିଫର୍ଣ୍ଣିଆ ଗୁରୁଦ୍ୱାରରେ ଗୁଳିକାଣ୍ଡ, ଶିଖ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ସୁଟର ଭାରତୀୟ

ନୂଆଦିଲ୍ଲୀ : ଆମେରିକାର କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋ ଜିଲ୍ଲାର ଏକ ଗୁରୁଦ୍ୱାରରେ ଗୁଳି ବିନିମୟ ହୋଇଛି । ଏଥିରେ ଦୁଇ ଜଣଙ୍କ ଦେହରେ ଗୁଳି ବାଜିଛି । ଉଭୟଙ୍କ ଅବସ୍ଥା ଗୁରୁତର ରହିଛି । ଏଥି ସହ ଶରିଫ କାର୍ଯ୍ୟାଳୟ କହିଛି ଯେ ଅପରାହ୍ନ 2.30 ସମୟରେ (ସ୍ଥାନୀୟ ସମୟ) ଏହି ଗୁଳି ବିନିମୟ ହୋଇଛି । ବ୍ରାଡସା ରୋଡ୍ ର 7600 ବ୍ଲକରେ ଅବସ୍ଥିତ ଗୁରୁଦ୍ୱାର ସାକ୍ରାମେଣ୍ଟୋ ଶିଖ ସୋସାଇଟି ମନ୍ଦିରରେ ଏହି ଗୁଳି ବିନିମୟ ହୋଇଛି ।
ଏଥି ସହିତ, ସାକ୍ରାମେଣ୍ଟୋ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ କହିଛି ଯେ ଏହି ଗୁଳି ବିନିମୟ ଦୁଇ ଜଣଙ୍କ ମଧ୍ୟରେ ହୋଇଥିଲା ଯେଉଁମାନେ ପରସ୍ପରକୁ ଜାଣିଥିଲେ । ରିପୋର୍ଟ ଅନୁଯାୟୀ, ପ୍ରଥମେ ଦୁଇ ଯୁବକଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ପରେ ଘଟଣା ଏତେ ବଢିଯାଇଥିଲା ଯେ ଘଟଣାଟି ଗୁଳି ବିନିମୟରେ ପରିଣତ ହୋଇଥିଲା ।
At least two arrests have been made.
— Woke Janta (@WokeJanta) March 27, 2023
One suspected shooter still at large. pic.twitter.com/VDUj5sOV1H
ସାକ୍ରାମେଣ୍ଟୋ କାଉଣ୍ଟି ସରିଫ୍ କାର୍ଯ୍ୟାଳୟର ମୁଖପାତ୍ର ଅମର ଗାନ୍ଧୀ କହିଛନ୍ତି ଯେ ସନ୍ଦିଗ୍ଧମାନଙ୍କ ମଧ୍ୟରୁ ଜଣେ ଭାରତୀୟ ବ୍ୟକ୍ତି ହୋଇଥିବାବେଳେ ଅନ୍ୟ ଜଣେ ସନ୍ଦିଗ୍ଧ ସୁଟର ଡାକ୍ତରଖାନାରେ ଅଛି । ତାର ସୂଚନା ସଂଗ୍ରହ କରାଯାଉଛି । ଅମର ଗାନ୍ଧୀ କହିଛନ୍ତି ଯେ ଏହି ଘଟଣାରେ ତିନି ଜଣ ସମ୍ପୃକ୍ତ ଥିଲେ ଏବଂ ଝଗଡା ପରେ ନିଜ ଭିତରେ ଗୁଳି ବିନିମୟ ହୋଇଥିଲା ।












Click it and Unblock the Notifications