ସୁଏଜ୍ କେନାଲକୁ ଅବରୋଧ କରୁଥିବା ବିଶାଳ ଜାହାଜ ଆଂଶିକ ସ୍ଥାନାନ୍ତରିତ
ଦୁନିଆର ବଡ଼ଜାହାଜ ମଧ୍ୟରୁ 400 ମିଟର ଲମ୍ବର ଏଭର୍ ଗିଭେନ୍ ଜାହାଜ ଆଂଶିକ ସ୍ଥାନାନ୍ତରିତ ହୋଇଛି । ବନ୍ଦର ଏଜେଣ୍ଟ GAC କହିଛନ୍ତି ଯେ, ସୁଏଜ୍ କେନାଲରେ ଯାତାୟାତ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି, କିନ୍ତୁ ବୁଧବାର ସନ୍ଧ୍ୟା ସୁଦ୍ଧା ଜାହାଜ ଅଟକି ରହିଛି । ଜାହାଜଟି ପ୍ରଥମେ ମଙ୍ଗଳବାର ଦିନ ଅଟକିଯିବା ପରେ ଅନ୍ୟ ଜାହାଜଗୁଡ଼ିକ ପାଇଁ ଟ୍ରାଫିକ୍ ଜାମ୍ ସୃଷ୍ଟି କରିଥିଲା ।

ତାଇୱାନର ଏକ ଫାର୍ମ ଏଭରଗ୍ରୀନ୍ ଦ୍ୱାରା ପରିଚାଳିତ 2 ଲକ୍ଷ 20 ହଜାର ଟନ୍ ଏବଂ 400 ମିଟର ଲମ୍ବର ଏଭର୍ ଗିଭେନ୍ ଜାହାଜ ମଙ୍ଗଳବାର କେନାଲର ଦକ୍ଷିଣ ମୁଣ୍ଡରେ ଅଟକି ଯାଇଛି । ପ୍ରବଳ ପବନ ଏବଂ ଝଡ଼ ଯୋଗୁଁ ଜାହାଜ ଏହାର ନିୟନ୍ତ୍ରଣ ହରାଇ ବିସିଥିଲା ବୋଲି କେନାଲ କର୍ତ୍ତୃପକ୍ଷ କହିଛନ୍ତି ।
ଇଜିପ୍ଟର ସରକାରୀ ପରିସଂଖ୍ୟାନ ଅନୁଯାୟୀ ଏସିଆ-ୟୁରୋପ ବାଣିଜ୍ୟିକ ଜାହାଜର ଯାତାୟତ ପାଇଁ ଆଠଟି ଟଗବୋଟ କେନାଲକୁ ମୁକ୍ତ କରିବା ପାଇଁ କାର୍ଯ୍ୟ କରୁଥିଲା । ଫଳରେ 2019 ମସିହାରେ ପ୍ରତିଦିନ ପ୍ରାୟ 50 ଜାହାଜ ଯାତାୟତ କରୁଥିବା ନେଇ ଏହି ପରିସଂଖ୍ୟାନ ସୂଚନା ଦେଇଛି ।
ଦୁବାଇରେ ଅବସ୍ଥିତ ସାମୁଦ୍ରିକ ସେବା କମ୍ପାନୀ GAC କହିଛି ଯେ ଏଭର ଗିଭେନ୍ ଆଂଶିକ ସ୍ଥାନାନ୍ତରିତ ହୋଇଛି ଏବଂ କେନାଲ ବ୍ୟାଙ୍କ ପାଖରେ ଚାଲିଛି । ଏଥସହିତ ଜାହାଜ ଅନ୍ୟ ଏକ ସ୍ଥାନକୁ ନିଆଯିବା ମାତ୍ରେ କନଭୋ ଏବଂ ଟ୍ରାଫିକ୍ ପୁନଃ ଆରମ୍ଭ ହେବ ବୋଲି ଆଶା କରାଯାଉଛି ବୋଲି GAC ଏହାର ୱେବସାଇଟରେ କହିଛି ।
ବିଏସ୍ଏମ୍ କହିଛି ଯେ ସମସ୍ତ କର୍ମଚାରୀ ନିରାପଦରେ ଅଛନ୍ତି ଏବଂ କୌଣସି ଆହାତ କିମ୍ବା ପ୍ରଦୂଷଣ ସମ୍ପର୍କରେ ଖବର ଆସି ନାହିଁ ।
ବୁଧବାର ସକାଳେ କେନାଲର ପ୍ରବେଶ ଦ୍ୱାର ନିକଟରେ ବହୁ ସଂଖ୍ୟାରେ ଟ୍ୟାଙ୍କର୍ ଏକାଠି ହେଉଥିଲେ । 6.3ମିଲିୟନ ବ୍ୟାରେଲ ଅଶୋଧିତ ତୈଳ ପରିବହନ କରୁଥିବା ସାତୋଟି ଜାହାଜ ପାସ କରିବାରେ ଅସମର୍ଥ ହୋଇଥିବା କହିଛି ଅନୁସନ୍ଧାନକାରୀ ସଂସ୍ଥା କେପଲର । ଅନ୍ୟ ତିନିଟି ଜାହାଜ 2.5 ମିଲିୟନ ମିଟର ବ୍ୟାରେଲ ନେଇ ସପ୍ତାହ ଶେଷ ସୁଦ୍ଧା ନିଜର ଯାତ୍ରା ଆରମଅବ କରିବାକୁ ଯୋଜନା ରଖିଛନ୍ତି ବୋଲି ମଧ୍ୟ ଅନୁସନ୍ଧାନକାରୀ ସଂସ୍ଥା ରିପୋର୍ଟ କରିଛି ।
ଏହି ଦୁର୍ଘଟଣା ବୋଧହୁଏ ପ୍ରବଳ ପବନ ହେତୁ ଘଟିଥିଲା ଯାହା ଡେକ୍ ଉପରେ ଥିବା ପାତ୍ରଗୁଡ଼ିକୁ ଏକ ବିଶାଳ ଜାହାଜରେ ପରିଣତ କରିଥିଲା ଯାହା ଜାହାଜକୁ ଉଡ଼ାଇ ଦେଇଥଲା ବୋଲି କେନାଲରେ ଯିବା ଅଭିଜ୍ଞତା ଥିବା ପୂର୍ବତନ କ୍ୟାପ୍ଟେନ୍ ତଥା ସାମୁଦ୍ରିକ ଆଇନ ବିଶେଷଜ୍ଞ ଜାମିଲ ସାୟେଗ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମାନବ ତ୍ରୁଟି ମଧ୍ୟ ଏକ କାରଣ ହୋଇପାରେ, ଏଭର୍ ଗିଭେନ୍ ପଛରେ ଥିବା କୌଣସି ଜାହାଜ ସମାନ ଅସୁବିଧାର ସମ୍ମୁଖୀନ ହୋଇନଥିଲା ।