ଭାରତ ସମେତ 20 ଟି ଦେଶରୁ ପ୍ରବେଶକୁ ସ୍ଥଗିତ କଲା ସାଉଦି ଆରବ
ଭାରତ ସମେତେ ଅନ୍ୟ 20ଟି ଦେଶରୁ ସାଉଦି ଆରବରେ ପ୍ରବେଶ ନେଇ ପ୍ରତିବନ୍ଧକ ଲଗାଇଲା ସାଉଦି ସରକାର । କରୋନାଭାଇରସ୍ ସଂକ୍ରମଣକୁ କୋରିବା ପାଇଁ ସାଉଦି ଆରବ ସରକାର ଏହି ନିଷ୍ପତ୍ତି ନେଇଛି ।
ରିୟାଦ : ଭାରତ ସମେତେ ଅନ୍ୟ 20ଟି ଦେଶରୁ ସାଉଦି ଆରବରେ ପ୍ରବେଶ ନେଇ ପ୍ରତିବନ୍ଧକ ଲଗାଇଲା ସାଉଦି ସରକାର । କରୋନାଭାଇରସ୍ ସଂକ୍ରମଣକୁ କୋରିବା ପାଇଁ ସାଉଦି ଆରବ ସରକାର ଏହି ନିଷ୍ପତ୍ତି ନେଇଛି ।
ସାଉଦି ସରକାରୀ ପ୍ରେସ ଏଜେନ୍ସି ଅନୁଯାୟୀ ବୁଧବାର ରାତି 9.00 (1800 GMT) ଠାରୁ ଏହି ପ୍ରତିବନ୍ଧର କାର୍ଯ୍ୟକାରୀ ହେବ ବୋଲି ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଘୋଷଣା କରିଛି ।

ପଡୋଶୀ ଇଜିପ୍ଟ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ବ୍ୟାପକ ଅଞ୍ଚଳରେ ଲେବାନନ୍ ଏବଂ ତୁର୍କୀ ଉପରେ ଏହି ପ୍ରତିବନ୍ଧକ ଲାଗୁ ହୋଇଛି । ୟୁରୋପରେ ଏହି ନିଷେଧାଦେଶରେ ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ, ପର୍ତ୍ତୁଗାଲ, ସ୍ୱିଡେନ ଏବଂ ସ୍ୱିଜରଲ୍ୟାଣ୍ଡ ଅନ୍ତର୍ଭୁକ୍ତ । ଏଥିସହିତ ଆମେରିକା, ଆର୍ଜେଣ୍ଟିନା, ବ୍ରାଜିଲ, ପାକିସ୍ତାନ, ଭାରତ, ଇଣ୍ଡୋନେସିଆ, ଜାପାନ, ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ରୁ ମଧ୍ୟ ପ୍ରେବେଶ ଉପରେ ପ୍ରତିବନ୍ଧକ ଲଗାଇଛି । ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ସାଉଦି ନାଗରିକ ତଥା ଅନ୍ୟ ଦେଶରୁ ଆସୁଥିବା କୂଟନୀତିଜ୍ଞ ତଥା ସ୍ୱାସ୍ଥ୍ୟ କର୍ମୀଙ୍କୁ ସତର୍କତା ଅନୁଯାୟୀ ଦେଶରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ।
ସାଉଦି ସ୍ୱାସ୍ଥ୍ୟମନ୍ତ୍ରୀ ତଫିକ୍ ଅଲ-ରବିୟା ରବିବାର ଦିନ ସାଧାରଣ ଲୋକ ସ୍ୱାସ୍ଥ୍ୟ ପ୍ରତିବନ୍ଧକ ପାଳନ ନକଲେ ନୂତନ କରୋନାଭାଇରସ୍ ସଂକ୍ରମଣ ହୋଇପାରେ ବୋଲି ଚେତାବନୀ ଦେବା ପରେ ଏହି ଘୋଷଣା କରାଯାଇଛି ।
ସୂଚନାଯୋଗ୍ୟ, ସାଉଦି ଆରବରେ 3ଲକ୍ଷ 68ହଜାରରୁ ଅଧିକ କରୋନାଭାଇରସ୍ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ପ୍ରାୟ 6,400 ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି । ଯାହାକି ଗଲ୍ଫ ଆରବ ଦେଶମାନଙ୍କ ମଧ୍ୟରେ ସର୍ବାଧିକ । ଗତ ଜୁନ୍ ମାସରେ ପ୍ରାୟ 5,000 ଚିହ୍ନଟ ହେଉଥିବା ବେଳେ ଜାନୁଆରୀ ଆରମ୍ଭରେ ଦୈନିକ ସଂକ୍ରମଣ 100 ରୁ କମ୍ ହୋଇଯାଇଥିଲା । କିନ୍ତୁ ଏହା ପରେ ଦୈନିକ ସଂକ୍ରମଣ ହାର ତିନି ଗୁଣ ବୃଦ୍ଧି ପାଇଛି ଏବଂ ମଙ୍ଗଳବାର ଦିନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ 310 ଟି ମାମଲା ରିପୋର୍ଟ ହୋଇଛି ।
Pfizer-BioNTech ଟିକା ପ୍ରଥମ ପଠାଇବା ପରେ ସାଉଦି ଆରବ ଡିସେମ୍ବର 17 ରେ ଏହାର କରୋନାଭାଇରସ୍ ଟୀକାକରଣ ଅଭିଯାନ ଆରମ୍ଭ କରିଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ 65 ବର୍ଷରୁ ଅଧିକ ବୟସ୍କ ଲୋକ ଏବଂ ଅଧିକ ସଂକ୍ରମଣ ଆଶଙ୍କା ଥିବା ଲୋକଙ୍କ ଠାରୁ ଆରମ୍ଭ ହୋଇ ଏହି ଟାକାକରଣ କାର୍ଯ୍ୟକ୍ରମ ତିନିଟି ପର୍ଯ୍ୟାୟରେ ହେବ ବୋଲି ସାଉଦି ଆରବ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
କିନ୍ତୁ ଗତ ମାସରେ ମନ୍ତ୍ରଣାଳୟ କହିଛି ଯେ ଟିକା ବିତରଣରେ ବିଳମ୍ବ ହେତୁ ଟୀକରାକରଣ କାର୍ଯ୍ୟକ୍ରମରେ ବାଧା ହେବା ସହ ମନ୍ଥର ହୋଇଯାଇଛି ।












Click it and Unblock the Notifications