ଗୋଟିଏ ଆଖି ହରାଇଲେ ସଲମାନ ରୁଶଦି
ଆକ୍ରମଣର ଶିକାର ହୋଇଥିବା ଭାରତୀୟ ବଂଶୋଦ୍ଭବ ବିଶିଷ୍ଟ ଲେଖକ ସଲମାନ ରୁଶଦି ଗୋଟିଏ ଆଖି ହରାଇଛନ୍ତି । ଏହା ସହିତ ତାଙ୍କର ଏକ ହାତ ମଧ୍ୟ ଅଚଳ ହୋଇଯାଇଛି ।
ନ୍ୟୁୟର୍କ : ଆକ୍ରମଣର ଶିକାର ହୋଇଥିବା ଭାରତୀୟ ବଂଶୋଦ୍ଭବ ବିଶିଷ୍ଟ ଲେଖକ ସଲମାନ ରୁଶଦି ଗୋଟିଏ ଆଖି ହରାଇଛନ୍ତି । ଏହା ସହିତ ତାଙ୍କର ଏକ ହାତ ମଧ୍ୟ ଅଚଳ ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟରେ ଆମେରିକାର ନ୍ୟୁୟର୍କ ସହରରେ ଏକ ସାହିତ୍ୟ କାର୍ଯ୍ୟକ୍ରମରେ ରୁଶଦିଙ୍କ ଉପରେ ଆକ୍ରମଣ ହୋଇଥିଲା । ତାଙ୍କୁ ଆକ୍ରମଣ ପରେ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ଏପରି ସୂଚନା ମିଳିଛି । ଛୁରି ମାଡରେ ତାଙ୍କ ବେକ ଓ ତଳିପେଟରେ ଗଭୀର ଆଘାତ ଲାଗିଥିବାରୁ ଗୋଟେ ହାତ ମଧ୍ୟ ଅଚଳ ହୋଇଯାଇଛି ।
ଅଗଷ୍ଟ 12ରେ ପଶ୍ଚିମ ନ୍ୟୁୟର୍କରେ ସେ ଏକ ସଭାରେ ଉପସ୍ଥିତ ଥିବା ବେଳେ 75 ବର୍ଷିୟ ସଲମାନଙ୍କୁ ଆକ୍ରମଣ କରାଯାଇଥିଲା । ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଏୟାରଲିଫ୍ଟ କରାଯାଇ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲରେ ସର୍ଜିରି କରିବା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ଆସିଛି ।
ସଲମାନ ରୁଶଦି ନିଜ ଲେଖା ପାଇଁ ସାରା ବିଶ୍ୱରେ ପରିଚିତ । ରଶଦିଙ୍କ ପୁସ୍ତକ The Satanic Verses କୁ 1988 ମସିହାରେ ଇରାନରେ ବ୍ୟାନ କରାଯାଇଥିଲା ।












Click it and Unblock the Notifications