Get Updates
Get notified of breaking news, exclusive insights, and must-see stories!

ଆକ୍ରମଣାତ୍ମକ ହେଉଛି ରୁଷ, ଗୋଟିଏ ଦିନରେ ୟୁକ୍ରେନ ଉପରେ ମାଡ଼ କଲା 70 ରୁ ଅଧିକ କ୍ଷେପଣାସ୍ତ୍ର

ରୁଷ ଆହୁରି ଆକ୍ରମଣାତ୍ମକ ହେଉଥିବା ଦେଖିବାକୁ ମିଳିଛି । ରୁଷ ଶୁକ୍ରବାର ଦିନ ୟୁକ୍ରେନ୍ ଉପରେ 70 ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ଏ ନେଇ ୟୁକ୍ରେନର ଅଧିକାରୀ ମାନେ ଦାବି କରିଛନ୍ତି । ଯୁଦ୍ଧ ଆରମ୍ଭରୁ ରୁଷର ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି ।

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ସାମରିକ ବିବାଦ ଥମିବାର ନାଁ ନେଉନାହିଁ । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଛି । କୌଣସି ଦେଶ ପଛକୁ ହଟିବା ମନୋବଳରେ ନାହାଁନ୍ତି । ଏହି ସମୟରେ ରୁଷ ଆହୁରି ଆକ୍ରମଣାତ୍ମକ ହେଉଥିବା ଦେଖିବାକୁ ମିଳିଛି । ରୁଷ ଶୁକ୍ରବାର ଦିନ ୟୁକ୍ରେନ୍ ଉପରେ 70 ଟି କ୍ଷେପଣାସ୍ତ୍ର ମାଡ଼ କରିଛି । ଏ ନେଇ ୟୁକ୍ରେନର ଅଧିକାରୀ ମାନେ ଦାବି କରିଛନ୍ତି । ଯୁଦ୍ଧ ଆରମ୍ଭରୁ ରୁଷର ଏହା ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ଏପରିକି ଏହି ଆକ୍ରମଣ ପରେ ୟୁକ୍ରନ୍ ରାଜଧାନୀରେ ବ୍ଲାକ୍ ଆଉଟ୍ କରିବାକୁ ପଡ଼ିଥିଲା ।

russia - ukraine war

ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ 2 ଜଣଙ୍କର ମୃତ୍ୟୁ ହୋଇଛି । ରୁଷର କ୍ଷେପଣାସ୍ତ୍ର କେନ୍ଦ୍ରୀୟ କରାଭାଏରେ ଅବସ୍ଥିତ ଏକ ଆପାର୍ଟମେଣ୍ଟ ବ୍ଲକକୁ ଧକ୍କା ଦେଇଥିଲା । ବ୍ରର୍ତ୍ତମାନ ସୁଦ୍ଧା ରୁଷ ପୂର୍ବ ୟୁକ୍ରେନର ଅଧିକୃତ ଅଞ୍ଚଳରେ ଏହାର ଅଧିକାରୀମାନଙ୍କୁ ନିୟୋଜିତ କରିଛି । ଏହି ଅଧିକାରୀମାନେ କହିଛନ୍ତି ଯେ ୟୁକ୍ରେନର ଗୁଳିରେ 11 ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହିତ କ୍ୱିଭ୍ ପୁଣି ଥରେ ଚେତାବନୀ ଦେଇଛି ଯେ ମସ୍କୋ ଆସନ୍ତା ବର୍ଷ ପୁଣି ଏକ ନୂତନ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ।

ୟୁକ୍ରେନ ଅଭିଯୋଗ କରିଛି ଯେ ରୁଷ ଏକ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି । ଏହି ଯୁଦ୍ଧ ଆସନ୍ତା ବର୍ଷ ହୋଇପାରେ । ଅନ୍ୟପକ୍ଷରେ, ରୁଷ ଯେପରି ୟୁକ୍ରେନର ଅନେକ ବେସ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା, ଏହା ସ୍ପଷ୍ଟ କରିଛି ଯେ ମସ୍କୋ ଆପୋଷ ବୁଝାମଣା କରିବାକୁ ଆଦୌ ପ୍ରସ୍ତୁତ ନାହିଁ । ଅକ୍ଟୋବର ମାସରୁ ରୁଷ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ୍ କରି ଆସୁଛି । ଏହା ଫଳରେ ୟୁକ୍ରେନର ବହୁ ଭିତ୍ତିଭୂମି ତଥା ଧନଜୀବନ ନଷ୍ଟ ହୋଇଛି ।
ଆମେରିକାର ସୈନିକ କହିଛନ୍ତି ଯେ ଏହା ଜର୍ମାନୀରେ ୟୁକ୍ରେନ ସୈନିକମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମକୁ ବିସ୍ତାର କରିବ । ଆହୁରି ମଧ୍ୟ, ଆଗାମୀ ବର୍ଷରେ ୟୁକ୍ରେନକୁ ଅତିରିକ୍ତ ସୁରକ୍ଷା ପାଇଁ ଯୋଗାଇ ଦିଆଯିବାକୁ ଥିବା 800 ମିଲିୟନ ଡଲାର ସହାୟତା ପାଇଁ ଆମେରିକା ସିନେଟ୍ ଏକ ବିଲ୍ ପାସ୍ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+