ସାରା ବିଶ୍ୱରେ ଦେଖାଦେବ ମାନ୍ଦାବସ୍ଥା ! ରୁଷ - ୟୁକ୍ରେନ ଯୁଦ୍ଧ ଉପରେ ବିଶ୍ୱ ବ୍ୟାରଙ୍କ ଚେତାବନୀ
ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମଲପାସ୍ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଖାଦ୍ୟ, ଶକ୍ତି ଏବଂ ସାର ମୂଲ୍ୟ ଉପରେ ଗଭୀର ପ୍ରଭାବ ପକାଇବ । ଏହି ଯୁଦ୍ଧ ବିଶ୍ୱର ଅବନତିର କାରଣ ହୋଇପାରେ ବୋଲି ସେ ବିଶ୍ୱକୁ ଚେତାବନୀ ଦେଇଛନ୍ତି ।
ନ୍ୟୁୟର୍କ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବ୍ୟବସାୟ ଜଗତ ଉପରେ ଏକ ପ୍ରମୁଖ ପ୍ରଭାବ ପକାଇଛି । ଏହା ଉପରେ ଚିନ୍ତା ପ୍ରକଟ କରି ବିଶ୍ୱ ବ୍ୟାଙ୍କ କହିଛି ଯେ ଦୁଇ ଦେଶ ମଧ୍ୟରେ ଏକ ମାସରୁ ଅଧିକ ଦିନ ଧରି ଚାଲିଥିବା ଯୁଦ୍ଧ ବିଶ୍ୱର ଅବନତି ଘଟାଇପାରେ । ବିଶ୍ୱ ବ୍ୟାଙ୍କ ଅଧ୍ୟକ୍ଷ ଡେଭିଡ ମଲପାସ୍ କହିଛନ୍ତି ଯେ ୟୁକ୍ରେନ ଉପରେ ରୁଷର ଆକ୍ରମଣ ଖାଦ୍ୟ, ଶକ୍ତି ଏବଂ ସାର ମୂଲ୍ୟ ଉପରେ ଗଭୀର ପ୍ରଭାବ ପକାଇବ । ଏହି ଯୁଦ୍ଧ ବିଶ୍ୱର ଅବନତିର କାରଣ ହୋଇପାରେ ବୋଲି ସେ ବିଶ୍ୱକୁ ଚେତାବନୀ ଦେଇଛନ୍ତି ।

ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗତ କିଛି ମାସ ଧରି ଚାଲିଆସୁଛି ଯାହା ବିଶ୍ୱର ସମସ୍ତ ଦେଶ ଉପରେ ପ୍ରଭାବ ପକାଉଛି । ଖାଦ୍ୟ ସାମଗ୍ରୀକୁ ନେଇ କେଉଁଠାରେ ସମସ୍ୟା ଦେଖାଦେଇଛି ତ କେଉଁ ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ଚିନ୍ତିତ ଅଛନ୍ତି । ନିଜର ନୀତି, କରୋନା ମହାମାରୀ ଏବଂ ରୁଷ-ୟୁକ୍ରେନ ଯୁଦ୍ଧ ହେତୁ ଶ୍ରୀଲଙ୍କା ସମ୍ପୂର୍ଣ୍ଣ ଦେବାଳିଆ ହୋଇଛି । ବର୍ତ୍ତମାନ ଏହି ସମୟରେ ବିଶ୍ୱ ବ୍ୟାଙ୍କ ବିଶ୍ୱସ୍ତରରେ ମାନ୍ଦାବସ୍ଥା ବିଷୟରେ ଚେତାବନୀ ଦେଇଛି ଯାହା ଅତ୍ୟନ୍ତ ଚିନ୍ତାଜନକ ଅଟେ ।
ରୁଷର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣ ଯୋଗୁଁ ବିଶ୍ୱବ୍ୟାପୀ ଅର୍ଥନୈତିକ ଅବନତିର ଆଶଙ୍କା ବଢିଚାଲିଛି ବୋଲି ବିଶ୍ୱ ବ୍ୟାଙ୍କ ମୁଖ୍ୟ ଡେଭିଡ୍ ମଲପାସ୍ ଚେତାବନୀ ଦେଇଛନ୍ତି । ଯୁଦ୍ଧ ହେତୁ ଖାଦ୍ୟ, ଶକ୍ତି ଏବଂ ସାରର ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆମେରିକାରେ ଆୟୋଜିତ ଏକ ବ୍ୟବସାୟିକ କାର୍ଯ୍ୟକ୍ରମରେ ଡେଭିଡ ମଲପାସ୍ କହିଛନ୍ତି ଯେ ଅର୍ଥନୈତିକ ଅବନତିକୁ କିପରି ଏଡାଇ ହେବ ତାହା କହିବା କଷ୍ଟକର । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରିସ୍ଥିତିକୁ ଏହାକୁ ଆହୁରି ଖରାପ କରିଦେଇଛି ।
ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ଆହୁରି କହିଛନ୍ତି ଯେ ଅର୍ଥନୈତିକ ମନ୍ଥରତା ଆଣିବାରେ ଶକ୍ତି ମୂଲ୍ୟର ଦ୍ୱିଗୁଣିତ ହେବା ମୁଖ୍ୟ କାରଣ । ଗତ ମାସରେ ବିଶ୍ୱ ବ୍ୟାଙ୍କ ବାର୍ଷିକ ଅର୍ଥନୈତିକ ଅଭିବୃଦ୍ଧି ପୂର୍ବାନୁମାନକୁ ପ୍ରାୟ ଶତକଡ଼ା 3.2 କୁ ହ୍ରାସ କରିଥିଲା ।
କଣ ରହିଛି ଭାରତର ସ୍ଥିତି
ବାଣିଜ୍ୟ ପ୍ରକାଶନ ଲାଇଭ ମିଣ୍ଟ ରିପୋର୍ଟ କରିଛି ଯେ ଯୋଗାଣ କାରଣରୁ ସୀମିତତା ଏବଂ ଯୁଦ୍ଧ ହେତୁ ମୁଦ୍ରାସ୍ଫୀତି ବିପଦକୁ ଆଧାର କରି ବିଶ୍ୱ ବ୍ୟାଙ୍କ ଅପ୍ରେଲରେ ଭାରତର ଅଭିବୃଦ୍ଧି ପୂର୍ବାନୁମାନକୁ 8.7 ପ୍ରତିଶତରୁ 8 ପ୍ରତିଶତକୁ ହ୍ରାସ କରିଛି । ଭାରତରେ ଖୁଚୁରା ମୂଲ୍ୟ 7.8 ପ୍ରତିଶତ ବୃଦ୍ଧି ପାଇଛି, ଯାହା ଆଠ ବର୍ଷ ମଧ୍ୟରେ ସର୍ବାଧିକ ।












Click it and Unblock the Notifications