ୟୁକ୍ରେନ ଉପରେ ସବୁଠାରୁ ବଡ 'ଆକ୍ରମଣ', 75 କ୍ଷେପଣାସ୍ତ୍ର ନିକ୍ଷେପ କଲା ରୁଷ
ରୁଷ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ରୁଷ ଆହୁରି ରକ୍ତମୁଖା ହୋଇ ଉଠିଛି । ୟୁକ୍ରେନ୍ ର ପ୍ରମୁଖ ସହର ଉପରେ ଆକ୍ରମଣ କରୁଛି । ଏହି ସମୟରେ କ୍ରିମିଆର ଏକ ବ୍ରିଜ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ।
କ୍ୱିଭ୍ : ରୁଷ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ରୁଷ ଆହୁରି ରକ୍ତମୁଖା ହୋଇ ଉଠିଛି । ୟୁକ୍ରେନ୍ ର ପ୍ରମୁଖ ସହର ଉପରେ ଆକ୍ରମଣ କରୁଛି । ଏହି ସମୟରେ କ୍ରିମିଆର ଏକ ବ୍ରିଜ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଅଭିଯୋଗ କରିଛନ୍ତି ଯେ ମସ୍କୋ ୟୁକ୍ରେନବାସୀଙ୍କୁ ପୃଥିବୀରୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ ଆଜି ସକାଳେ ୟୁକ୍ରେନର ରାଜଧାନୀ କ୍ୱିଭ୍ ସମେତ ଅନେକ ବିସ୍ଫୋରଣ ଘଟିଛି ।

ଏଥି ସହିତ ୟୁକ୍ରେନ ଦାବି କରିଛି ଯେ ଏହା ରୁଷର ଅନେକ କ୍ଷେପଣାସ୍ତ୍ରକୁ ନଷ୍ଟ କରି ଦେଇଛି । ଏନେଇ ସୂଚନା ଦେଇ ୟୁକ୍ରେନର ବରିଷ୍ଠ ଜେନେରାଲ କହିଛନ୍ତି ଯେ ତାଙ୍କ ସୈନ୍ୟ ଅତିକମରେ 41 ଟି କ୍ଷେପଣାସ୍ତ୍ର ନଷ୍ଟ କରିଛନ୍ତି । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୁଟିନଙ୍କ ସେନା ଆଜି ୟୁକ୍ରେନ ଉପରେ 75 ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା ।
କେନ୍ଦ୍ରୀୟ କ୍ୱିଭରେ ରୁଷର ଆକ୍ରମଣରେ ଅତି କମରେ 8 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 24 ଜଣ ଆହତ ହୋଇଥିବା କୁହାଯାଉଛି । ଏଥି ସହିତ ସକାଳେ କ୍ୱିଭର ଶେଭଚେଙ୍କିଭସ୍କି ଜିଲ୍ଲାରେ ଅନେକ ବିସ୍ଫୋରଣ ଘଟିଥିଲା । ଏହି ଆକ୍ରମଣରେ ଅନେକ କାର୍ ଜଳି ଯାଇଛି ।
ଆଜି ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ଜୁନ୍ ପରେ ରାଜଧାନୀ କ୍ୱିଭ୍ ଉପରେ ହୋଇଥିବା ସବୁଠାରୁ ବଡ ଆକ୍ରମଣ ବୋଲି ବର୍ଣ୍ଣନା କରାଯାଇଛି । ସୋଶାଲ ମିଡିଆରେ ପ୍ରସାରିତ ଭିଡିଓ ଫୁଟେଜରେ କ୍ୱିଭ୍ ର ଏକ ରାସ୍ତାରେ ଅନେକ ଗାଡି ଜଳୁଥିବା ଦେଖିବାକୁ ମିଳିଛି ।












Click it and Unblock the Notifications