For Quick Alerts
Turn On Notification  
For Daily Alerts
Oneindia App Download

ବ୍ରିଟେନର ପ୍ରଧାନମନ୍ତ୍ରୀ ପଦର ନିକଟତର ହେଲେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ

କନଜରଭେିଭ୍ ପାର୍ଟିର ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରଥମ ରାଉଣ୍ଡରେ ଜିତିଛନ୍ତି । ଏଲିମିନେସନ୍ ରାଉଣ୍ଡରେ ସୁନକ୍ 88 ଭୋଟ୍ ପାଇ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ।

|

ଲଣ୍ଡନ : ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ଦୌଡ଼ରେ କନଜରଭେଟିଭ୍ ପାର୍ଟି ଆଗରେ ରହିଛି । କନଜରଭେିଭ୍ ପାର୍ଟିର ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ପ୍ରଥମ ରାଉଣ୍ଡରେ ଜିତିଛନ୍ତି । ଏଲିମିନେସନ୍ ରାଉଣ୍ଡରେ ସୁନକ୍ 88 ଭୋଟ୍ ପାଇ ପ୍ରଧାନମନ୍ତ୍ରୀ ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି ।

Rishi Sunak

ଏହା ପରେ ପେନି ମର୍ଡାଣ୍ଟ 67 ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ତୃତୀୟ ସ୍ଥାନରେ ଲିଜ୍ ଟ୍ରସ୍ ଅଛନ୍ତି । ସେ 50 ଭୋଟ୍ ପାଇଛନ୍ତି । ଚତୁର୍ଥ ସ୍ଥାନରେ ଥିବା କେମି ବେଡେନୋକ 40 ଭୋଟ ପାଇଛନ୍ତି, ପଞ୍ଚମ ସ୍ଥାନରେ ଟମ ତୁଜାଣ୍ଟ 37 ଭୋଟ ପାଇଛନ୍ତି ଏବଂ ଷଷ୍ଠ ସ୍ଥାନରେ ସୁଏଲା ବ୍ରାଭରମ୍ୟାନ୍ 32 ଭୋଟ୍ ପାଇଛନ୍ତି ।

ଏବେ ଋଷି ସୁନକଙ୍କ ଆଗରେ ପରବର୍ତ୍ତୀ ଆହ୍ୱାନ ହେଉଛି ତାଙ୍କ ଦଳର ସାଂସଦମାନେ ତାଙ୍କୁ ନେତା ଭାବରେ ମନୋନୀତ କରିବା । କେବଳ ଦଳର ନେତାମାନେ ତାଙ୍କୁ କନଜରଭେଟିଭ୍ ଦଳର ନେତା ଭାବରେ ବାଛିବେ । ଏଭଳି ପରିସ୍ଥିତିରେ ଯଦି ଦଳ ଗଠନ କରିଥିବା କମିଟି ସୁନକଙ୍କୁ ମନୋନୀତ କରେ ଏବଂ ଚୂଡ଼ାନ୍ତ ଚୟନକୁ ନେଇଯାଏ, ତେବେ ସୁନକ ଗ୍ରେଟ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇପାରିବେ ।

ଯଦିଓ ନାମାଙ୍କନ ରାଉଣ୍ଡ ଶେଷ ହୋଇଛି ଏବଂ ବର୍ତ୍ତମାନ ଏଲିମିନେସନ୍ ରାଉଣ୍ଡ ଚାଲିଛି । ଆପଣଙ୍କୁ କହି ରଖୁଛୁ ବ୍ରିଟେନର ନିୟମ ଅନୁଯାୟୀ କେବଳ ସେହି ପ୍ରାର୍ଥୀ ପରବର୍ତ୍ତୀ ରାଉଣ୍ଡକୁ ଯାଇପାରିବେ ଯିଏ ଅତିକମରେ 30 ପ୍ରତିଶତ ଭୋଟ୍ ପାଇଥିବେ । ପରବର୍ତ୍ତୀ ରାଉଣ୍ଡ ଭୋଟ୍ ଆଜି ଅନୁଷ୍ଠିତ ହେବ । ବୁଧବାର ଦିନ ବ୍ରିଟେନର ସାଂସଦମାନେ ସେମାନଙ୍କର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Rishi Sunak Tops In first round of race for UK Prime Minister
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X