Get Updates
Get notified of breaking news, exclusive insights, and must-see stories!

ଦୀପାବଳିରେ ଭାରତକୁ ମିଳିପାରେ ଖୁସି ଖବର, 'ଭାରତୀୟ ବଂଶୋଦ୍ଭବ' ଋଷି ସୁନକ ଆଜି ହୋଇପାରନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ

ପୂର୍ବତନ ଚାନସେଲର ଋଷି ସୁନକ ଏବଂ ପେନି ମର୍ଡାଣ୍ଟ କେବଳ ଦୁଇଜଣ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି । କିନ୍ତୁ ପେନି ମର୍ଡାଣ୍ଟ ଆବଶ୍ୟକ ସାଂସଦଙ୍କ ସମର୍ଥନ ପାଇ ପାରୁନାହାଁନ୍ତି ।

ବ୍ରିଟେନ୍ : ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ଠାରୁ ମାତ୍ର କିଛି ଦୂରରେ । ସେ କିଛି ଘଣ୍ଟା ମଧ୍ୟରେ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହୋଇପାରନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ମନା କରିବା ପରେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦୌଡ଼ରେ କେବଳ ଦୁଇଜଣ ପ୍ରାର୍ଥୀ ରହିଛନ୍ତି । ଏଭଳି ପରିସ୍ଥିତିରେ ଋଷି ସୁନକଙ୍କ ବିଜୟ ନିଶ୍ଚିତ ବୋଲି ଜଣାପଡିଛି ।

Rishi Sunak

ବ୍ରିଟିଶ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୂର୍ବତନ ଚାନସେଲର ଋଷି ସୁନକ ଏବଂ ପେନି ମର୍ଡାଣ୍ଟ କେବଳ ଦୁଇଜଣ ପ୍ରାର୍ଥୀ ପ୍ରଧାନମନ୍ତ୍ରୀ ଦୌଡ଼ରେ ଅଛନ୍ତି । କିନ୍ତୁ ପେନି ମର୍ଡାଣ୍ଟ ଆବଶ୍ୟକ ସାଂସଦଙ୍କ ସମର୍ଥନ ପାଇ ପାରୁନାହାଁନ୍ତି । ଏପରିକି ବୋରିସ୍ ଜନସନ ମଧ୍ୟ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ଦୌଡ଼ରୁ ଓହରିଯାଇଛନ୍ତି ।

ସ୍କାଏ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଋଷି ସୁନକଙ୍କୁ 160 ସାଂସଦଙ୍କ ସମର୍ଥନ ମିଳିଥିବାବେଳେ ପେନି ମର୍ଡାଣ୍ଟଙ୍କୁ ମାତ୍ର 25 ଜଣ ଟୋରୀ ସାଂସଦଙ୍କ ସମର୍ଥନ ମିଳିଛି । ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ସାମିଲ ହେବା ପାଇଁ ତାଙ୍କୁ ଆହୁରି 75 ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ । ଆପଣଙ୍କୁ କହି ରଖୁଛୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦୌଡ଼ରେ ଯୋଗଦେବା ପାଇଁ 100 ସାଂସଦଙ୍କ ସମର୍ଥନ ବାଧ୍ୟତାମୂଳକ ।

ରିପୋର୍ଟ ଅନୁଯାୟୀ ଋଷି ସୁନକ ତାଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି । ତେବେ ପେନି ମର୍ଡାଣ୍ଟଙ୍କ ଦଳ ଏକ ମତାମତ ସର୍ଭେ ଜାରି କରିଛି ଯଏଉଁଥିରେ କୁହାଯାଇଛି ଦେଶର ଏକତା ପାଇଁ ଋଷି ସୁନକଙ୍କ ସ୍ଥାନରେ ତାଙ୍କୁ ସମର୍ଥନ କରିବା ଜରୁରୀ । ପେନି ମର୍ଡାଉଣ୍ଟଙ୍କ ଦଳ ଦ୍ୱାରା ପ୍ରକାଶିତ ଏହି ସର୍ଭେ ଡେଲଟା ପୋଲ ଦ୍ୱାରା କରାଯାଇଛି ଯେଉଁଥିରେ ବ୍ରିଟେନର 4,000 ଲୋକଙ୍କ ମତ ନିଆଯାଇଛି ।

ଏଥି ସହିତ ଋଷି ସୁନକ ଆଜି ସକାଳୁ କ୍ରମାଗତ ଭାବରେ ଟୋରୀ ସାଂସଦଙ୍କ ସମର୍ଥନ ହାସଲ କରୁଛନ୍ତି । ଗତକାଲି ପର୍ଯ୍ୟନ୍ତ ଋଷିଙ୍କ ସମର୍ଥନରେ 128 ଜଣ ସାଂସଦ ଥିଲେ ଏବଂ ଆଜି ସକାଳେ ତାଙ୍କୁ ଆଉ 32 ଜଣ ସାଂସଦ ସମର୍ଥନ ଦେଇଛନ୍ତି । ଏଥିସହିତ ପେନି ମର୍ଡେଣ୍ଟଙ୍କୁ ମାତ୍ର 25 ସାଂସଦଙ୍କ ସମର୍ଥନ ମିଳିଛି । ଏଭଳି ପରିସ୍ଥିତିରେ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇ ଆଜି ସନ୍ଧ୍ୟା ସୁଦ୍ଧା ଋଷି ସୁନକଙ୍କୁ ପ୍ରଧାନମନ୍ତ୍ରୀ ଘୋଷଣା କରାଯାଇପାରେ । ବୋରିସ୍ ଜନସନଙ୍କୁ ସମର୍ଥନ କରୁଥିବା ଅନେକ ସାଂସଦ ମଧ୍ୟ ଆଜି ସକାଳେ ଋଷି ସୁନକଙ୍କୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+