Get Updates
Get notified of breaking news, exclusive insights, and must-see stories!

ବଳାତ୍କାରୀ ପାଇବେ ପାନେ ! ଇଞ୍ଜେକସନ ଦିଆଯାଇ କରାଯିବ ନଂପୁସକ । ପଢନ୍ତୁ କେଉଁଠି ଆସିବାକୁ ଯାଉଛି ଏହି ନିୟମ

କେମିକାଲ କାଷ୍ଟ୍ରେସନରେ ରୋଗୀଙ୍କୁ ଏକ କେମିକାଲ ଇଞ୍ଜେକ୍ସନ ଦିଆଯାଏ, ଯାହା ତାକୁ ନପୁଂସକ କରିଦେଇଥାଏ | ଏହି ପ୍ରକ୍ରିୟାରେ ରୋଗୀର 'ଟେଷ୍ଟିସ୍' ତଥା ଅଣ୍ଡକୋଷକୁ ବାହାର କରାଯାଏ ନାହିଁ, କିନ୍ତୁ ଏହା ଅଚଳ ହୋଇଯାଏ | ରୋଗୀର ହରମୋନ୍ ଗଠନ ହୁଏ ନାହିଁ, ଫଳରେ ବ୍ୟକ୍ତିର ଯୌନ ଆସକ୍ତି ପାଇଁ ଇଚ୍ଛା ହୁଏନାହିଁ |

ଇସଲାମାବାଦ୍ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବଳାତ୍କାରୀମାନଙ୍କୁ କେମିକାଲ କାଷ୍ଟ୍ରେସନ କରିବା ପାଇଁ ଏକ ନିୟମକୁ ଅନୁମୋଦନ ଦେଇଛନ୍ତି | ପାକିସ୍ତାନ ସରକାର ଯଦି ଏହି ନିୟମକୁ ଲାଗୁ କରିଦିଅନ୍ତି, ତେବେ ବଳାତ୍କାରୀ ମାନଙ୍କୁ କେମିକାଲ କାଷ୍ଟ୍ରେସନ ଜରିଆରେ ନପୁଂସକ କରାଯିବ | ପାକ୍ ମିଡିଆ ଅନୁଯାୟୀ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏହି ଆଇନକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି |

Chemical-Castration

କ'ଣ ଏହି ରାସାୟନିକ କାଷ୍ଟ୍ରେସନ୍ ?
କେମିକାଲ କାଷ୍ଟ୍ରେସନରେ ରୋଗୀଙ୍କୁ ଏକ କେମିକାଲ ଇଞ୍ଜେକ୍ସନ ଦିଆଯାଏ, ଯାହା ତାକୁ ନପୁଂସକ କରିଦେଇଥାଏ | ଏହି ପ୍ରକ୍ରିୟାରେ ରୋଗୀର 'ଟେଷ୍ଟିସ୍' ତଥା ଅଣ୍ଡକୋଷକୁ ବାହାର କରାଯାଏ ନାହିଁ, କିନ୍ତୁ ଏହା ଅଚଳ ହୋଇଯାଏ | ରୋଗୀର ହରମୋନ୍ ଗଠନ ହୁଏ ନାହିଁ, ଫଳରେ ବ୍ୟକ୍ତିର ଯୌନ ଆସକ୍ତି ପାଇଁ ଇଚ୍ଛା ହୁଏନାହିଁ | ଏହି ପ୍ରକ୍ରିୟା ଅଧୀନରେ ମଣିଷର ଯୌନ ଆସକ୍ତିକୁ କମ୍ କରିବା ପାଇଁ ଆନାଫ୍ରୋଡିସିକ୍ ଔଷଧ ବ୍ୟବହାର କରାଯାଏ | ଏହାର ପ୍ରକ୍ରିୟା ତିନି ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ |

କେମିକାଲ କାଷ୍ଟ୍ରେସନର ଉପକାର ଏବଂ ଅସୁବିଧା କ'ଣ ?
କୌଣସି ପ୍ରକାର କାଷ୍ଟ୍ରେସନର ପାର୍ଶ୍ୱ ପ୍ରତିକ୍ରିୟା ରହିଥାଏ | ଡାକ୍ତରଙ୍କ ଅନୁଯାୟୀ, କେମିକାଲ କାଷ୍ଟ୍ରେସନ୍ ହାଡକୁ ଦୁର୍ବଳ କରିଥାଏ |ରକ୍ତହୀନତା, ମାଂସପେଶୀ ଦୁର୍ବଳ ଏବଂ ଅନ୍ୟାନ୍ୟ ଅନେକ ପ୍ରଭାବ ପକାଇଥାଏ | ସ୍ୱିଡେନ, ଡେନମାର୍କ ଏବଂ କାନାଡାରେ କେମିକାଲ କାଷ୍ଟ୍ରେସନ୍ ପରୀକ୍ଷା କରାଯାଇଛି | ପ୍ରମାଣରୁ ଜଣାପଡିଛି ଯେ ଏହା ଦ୍ୱାରା ଅପରାଧ ହାରକୁ 40 ପ୍ରତିଶତରୁ 5 ପ୍ରତିଶତକୁ ହ୍ରାସ କରିପାରିଛି |

ଟେଷ୍ଟୋଷ୍ଟେରନ୍ ଏବଂ ଏଷ୍ଟ୍ରାଡିୟଲ୍ ହରମୋନ୍ ହ୍ରାସ କରେ

ରାସାୟନିକ କାଷ୍ଟ୍ରେସନ୍ ପାଇଁ, ଲେପ୍ରୋସେଲିନ୍ ହେଉଛି ସେହି ଔଷଧ ମଧ୍ୟରୁ ଅନ୍ୟତମ ଯାହାକି, ଯୌନ ଉଦ୍ଦୀପନା, ଗୁପ୍ତ ଯୌନ କଳ୍ପନା କିମ୍ବା ଆଗ୍ରହ ଭଳି ଲକ୍ଷଣକୁ ନିୟନ୍ତ୍ରଣ କରିବାରେ ବ୍ୟବହୃତ ହୁଏ | କେମିକାଲ କାଷ୍ଟ୍ରେସନରେ ବ୍ୟବହୃତ ଅନ୍ୟ ଔଷଧଗୁଡ଼ିକରେ ମେଡ୍ରକ୍ସାଇପ୍ରୋଜେଷ୍ଟେରନ୍ ଏସିଟେଟ୍, ସାଇପ୍ରୋଟେରୋନ୍ ଏସିଟେଟ୍ ଏବଂ LHRH ଅନ୍ତର୍ଭୁକ୍ତ, ଯାହା ଟେଷ୍ଟୋଷ୍ଟେରନ୍ ଏବଂ ଏଷ୍ଟ୍ରାଡିୟଲ୍ ହରମୋନ୍ ହ୍ରାସ କରିଥାଏ |

ଅଷ୍ଟିଓପୋରୋସିସ୍, ହୃଦ୍‌ରୋଗ ଏବଂ ରକ୍ତହୀନତା ଭଳି ରୋଗ ଦେଖାଦେଇପାରେ

ପୁରୁଷଙ୍କ କଙ୍କାଳ ବୃଦ୍ଧି, ମସ୍ତିଷ୍କ କାର୍ଯ୍ୟ ଏବଂ ହୃଦ୍‌ରୋଗ ପ୍ରକ୍ରିୟାରେ ଇଷ୍ଟ୍ରୋଜେନ୍ ହରମୋନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ |ଏହି ସବୁ କେନିକାଲ କାଷ୍ଟ୍ରେସନର ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ | ଯେଉଁ କାରଣରୁ ଏହି ପ୍ରକ୍ରିୟା ଚାଲିଥିବା ବ୍ୟକ୍ତି ବିଭିନ୍ନ ରୋଗରେ ପୀଡିତ ହୋଇପାରନ୍ତି | ଏଥି ମଧ୍ୟରେ ଅଷ୍ଟିଓପୋରୋସିସ୍, ହୃଦ ରୋଗ, ଉଦାସୀନତା, ଗରମ ଫ୍ଲାସ୍ ଏବଂ ରକ୍ତହୀନତା ଅନ୍ତର୍ଭୁକ୍ତ |

ସର୍ଜିକାଲ୍ ଏବଂ କେମିକାଲ କାଷ୍ଟ୍ରେସନ୍ ମଧ୍ୟରେ ପାର୍ଥକ୍ୟ କ'ଣ ?
ସର୍ଜିକାଲ୍ କାଷ୍ଟ୍ରେସନକୁ ପରବର୍ତ୍ତୀ ସମୟରେ ରଦ୍ଦ କରାଯାଇପାରେ, କିନ୍ତୁ କେମିକାଲ କାଷ୍ଟ୍ରେସନ୍ କ୍ଷେତ୍ରରେ ଏପରି କରାଯାଇପାରିବ ନାହିଁ | କାରଣ ଏହି ପ୍ରକ୍ରିୟାରେ କେମିକାଲ ପ୍ରୟୋଗରେ ବହୁ କ୍ଷତି ଘଟାଏ | ତଥାପି ଟେଷ୍ଟୋଷ୍ଟେରନ୍ ଗଠନ ପାଇଁ ବାହାରୁ ଏକ୍ସୋଜନସ୍ ହରମୋନ୍ ଦିଆଯାଇପାରେ |

ପପ୍ ଗାୟକ ମାଇକେଲ୍ ଜ୍ୟାକ୍ସନଙ୍କର ହୋଇଥିଲା କେମିକାଲ୍ କାଷ୍ଟ୍ରେସନ୍

ପପ୍ ଗାୟକ ମାଇକେଲ ଜ୍ୟାକସନଙ୍କ ଡାକ୍ତର କନରାଡ ମୁରେଙ୍କ ଅନୁଯାୟୀ ମାଇକେଲ ଜ୍ୟାକସନଙ୍କୁ ତାଙ୍କ ପିତା ଜୋଙ୍କ ଦ୍ୱାରା କେମିକାଲ କାଷ୍ଟ୍ରେସନ୍ ହୋଇଥିବା ଅଭିଯୋଗ ହୋଇଥିଲା | ଗତ ମାସରେ ମାଇକେଲ ଜ୍ୟାକସନଙ୍କ ପିତା ଜୋଙ୍କ ମୃତ୍ୟୁ ପରେ ଏକ ସାକ୍ଷାତକାରରେ ଡକ୍ଟର ମୁରେ ଏହି ସୂଚନା ଦେଇଥିଲେ | ଡ଼ ମୁରେଙ୍କ ଅନୁଯାୟୀ, ସ୍ୱର୍ଗତ ଗାୟକ ମାଇକେଲ ତାଙ୍କ ପିତା ଜୋ ଜ୍ୟାକସନଙ୍କ ଦ୍ୱାରା କରାଯାଇଥିବା ନିଷ୍ଠୁରତାର ଅନୁଭୂତି ତାଙ୍କ ସହ ବାଣ୍ଟିଥିଲେ | ପ୍ରକାଶ ଥାଉକି, ମାଇକେଲ୍ ଜ୍ୟାକ୍ସନଙ୍କ ପୁଅ ପ୍ରିନ୍ସ ଡ଼ ମୁରେଙ୍କ ଏହି କଥାକୁ ଖଣ୍ଡନ କରିଛନ୍ତି ଏବଂ ନିଜ ଜେଜ ପିତାଙ୍କୁ ରକ୍ଷା କରିଛନ୍ତି |

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+